ସମ୍ପର୍କ ଯୋଡ଼ିଛି, ନିବିଡ଼ତା ବଢ଼ାଇଛି

ଖୋର୍ଦ୍ଧା ଅଫିସ,୩୧ା୩: ଖୋର୍ଦ୍ଧା ଗୁରୁଜଙ୍ଗ ନନ୍ଦସାହିର ତ୍ରିଲୋଚନ ସାହୁ(୪୪)। ଗତ ୨୦ବର୍ଷ ହେବ ଖବରକାଗଜ ବିତରକଭାବେ କାମ କରୁଛନ୍ତି। ଦୁଇ ପୁଅ, ସ୍ତ୍ରୀ, ବାପା, ମା’ଙ୍କୁ ନେଇ ତାଙ୍କ ପରିବାର। ପ୍ରଥମେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ବରିଷ୍ଠ ବିତରକ ନିଧି ମୁଦୁଲିଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କ ପ୍ରେରଣାରେ ସେ କମ୍ପାନୀରେ କାମ ସହ ସକାଳ ସମୟରେ ଖବରକାଗଜ ବିତରଣ କରିବାକୁ ଲାଗିଲେ। ପ୍ରଥମେ ୧୦ଖଣ୍ଡରୁ ଆରମ୍ଭ କରି ୪ଶହ ପର୍ଯ୍ୟନ୍ତ ପେପର ବିକ୍ରି କରୁଥିଲେ। ଖୋର୍ଦ୍ଧା ସହର ସମେତ ଭାଲିଆବାଡି, ଲୋକେଶ୍ୱର, ଗୁରୁଜଙ୍ଗ, ବଜାର ଆଦି ଅଞ୍ଚଳରେ ପେପର ବିକ୍ରି କରିଥାନ୍ତି। ଅଧିକାଂଶ ଗ୍ରାହକ ହେଉଛନ୍ତି ଫୁଟପାଥ ବ୍ୟବସାୟୀ, ଅଟୋ ଚାଳକ, ପାନ ଓ ଚା’ଦୋକାନୀ। ଖବରକାଗଜ ଦେବା ସହ ଭାବର ଆଦାନପ୍ରଦାନ ହୋଇଥାଏ ବୋଲି ତ୍ରିଲୋଚନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କରୋନା ସମୟରେ ହଠାତ୍‌ ଦୋକାନ ବଜାର ବନ୍ଦ ହୋଇଗଲା। ରାସ୍ତାକଡ ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ସେହି ସମୟରେ ଖବରକାଗଜ ଏକଦମ୍‌ ଠପ୍‌ ହୋଇଗଲା। ସଂକ୍ରମଣ ଭୟରେ ଲୋକେ ଖବରକାଗଜ ନେବାକୁ ମନା କଲେ, ସେପଟେ ବ୍ୟବସାୟୀମାନେ ମଧ୍ୟ ଖବରକାଗଜ ନେବାକୁ ସିଧାସଳଖ ମନା କରିଦେଲେ। ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨ଶହ ଗ୍ରାହକଙ୍କୁ ହରାଇଛି। କରୋନା କଟକଣା ହଟିବା ପରେ ପୁଣି ଥରେ କେତେଜଣ ବେପାରୀ ଖବରକାଗଜ ନେବା ଆରମ୍ଭ କରିଛନ୍ତି। ଆଜିର ଡିଜିଟାଲ ଯୁଗରେ ଲୋକେ ଘରେ ବସି ମୋବାଇଲରେ କିଛିକ୍ଷଣରେ ଖବର ପାଇଯାଉଛନ୍ତି। କିନ୍ତୁ ଖବରକାଗଜ ପଢିବାରେ ଯେଉଁ ମଜା ରହିଛି, ତାହା ମୋବାଇଲରେ ନାହିଁ। କରୋନା ସମୟରେ ଖବରକାଗଜ ବିତରକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ତଥାପି ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଧାରାବାହିକ ଭାବେ ବିତରଣ ଜାରି ରହିଛି। ସମସ୍ତେ ଖବରକାଗଜ ପଢନ୍ତୁ ବୋଲି କହିଛନ୍ତି ତ୍ରିଲୋଚନ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri