ସମ୍ପର୍କ ଯୋଡ଼ିଛି, ନିବିଡ଼ତା ବଢ଼ାଇଛି

ଖୋର୍ଦ୍ଧା ଅଫିସ,୩୧ା୩: ଖୋର୍ଦ୍ଧା ଗୁରୁଜଙ୍ଗ ନନ୍ଦସାହିର ତ୍ରିଲୋଚନ ସାହୁ(୪୪)। ଗତ ୨୦ବର୍ଷ ହେବ ଖବରକାଗଜ ବିତରକଭାବେ କାମ କରୁଛନ୍ତି। ଦୁଇ ପୁଅ, ସ୍ତ୍ରୀ, ବାପା, ମା’ଙ୍କୁ ନେଇ ତାଙ୍କ ପରିବାର। ପ୍ରଥମେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ବରିଷ୍ଠ ବିତରକ ନିଧି ମୁଦୁଲିଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କ ପ୍ରେରଣାରେ ସେ କମ୍ପାନୀରେ କାମ ସହ ସକାଳ ସମୟରେ ଖବରକାଗଜ ବିତରଣ କରିବାକୁ ଲାଗିଲେ। ପ୍ରଥମେ ୧୦ଖଣ୍ଡରୁ ଆରମ୍ଭ କରି ୪ଶହ ପର୍ଯ୍ୟନ୍ତ ପେପର ବିକ୍ରି କରୁଥିଲେ। ଖୋର୍ଦ୍ଧା ସହର ସମେତ ଭାଲିଆବାଡି, ଲୋକେଶ୍ୱର, ଗୁରୁଜଙ୍ଗ, ବଜାର ଆଦି ଅଞ୍ଚଳରେ ପେପର ବିକ୍ରି କରିଥାନ୍ତି। ଅଧିକାଂଶ ଗ୍ରାହକ ହେଉଛନ୍ତି ଫୁଟପାଥ ବ୍ୟବସାୟୀ, ଅଟୋ ଚାଳକ, ପାନ ଓ ଚା’ଦୋକାନୀ। ଖବରକାଗଜ ଦେବା ସହ ଭାବର ଆଦାନପ୍ରଦାନ ହୋଇଥାଏ ବୋଲି ତ୍ରିଲୋଚନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କରୋନା ସମୟରେ ହଠାତ୍‌ ଦୋକାନ ବଜାର ବନ୍ଦ ହୋଇଗଲା। ରାସ୍ତାକଡ ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ସେହି ସମୟରେ ଖବରକାଗଜ ଏକଦମ୍‌ ଠପ୍‌ ହୋଇଗଲା। ସଂକ୍ରମଣ ଭୟରେ ଲୋକେ ଖବରକାଗଜ ନେବାକୁ ମନା କଲେ, ସେପଟେ ବ୍ୟବସାୟୀମାନେ ମଧ୍ୟ ଖବରକାଗଜ ନେବାକୁ ସିଧାସଳଖ ମନା କରିଦେଲେ। ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨ଶହ ଗ୍ରାହକଙ୍କୁ ହରାଇଛି। କରୋନା କଟକଣା ହଟିବା ପରେ ପୁଣି ଥରେ କେତେଜଣ ବେପାରୀ ଖବରକାଗଜ ନେବା ଆରମ୍ଭ କରିଛନ୍ତି। ଆଜିର ଡିଜିଟାଲ ଯୁଗରେ ଲୋକେ ଘରେ ବସି ମୋବାଇଲରେ କିଛିକ୍ଷଣରେ ଖବର ପାଇଯାଉଛନ୍ତି। କିନ୍ତୁ ଖବରକାଗଜ ପଢିବାରେ ଯେଉଁ ମଜା ରହିଛି, ତାହା ମୋବାଇଲରେ ନାହିଁ। କରୋନା ସମୟରେ ଖବରକାଗଜ ବିତରକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ତଥାପି ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଧାରାବାହିକ ଭାବେ ବିତରଣ ଜାରି ରହିଛି। ସମସ୍ତେ ଖବରକାଗଜ ପଢନ୍ତୁ ବୋଲି କହିଛନ୍ତି ତ୍ରିଲୋଚନ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri