ସମ୍ପର୍କ ଚିନ୍ତା

ଆକାର ପଟେଲ

ଚେନ୍ନାଇରେ ଜନ୍ମିତ ଜଣେ ଆମେରିକୀୟ ଚଳିତ ସପ୍ତାହରେ ୟୁଏସ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭସ୍‌ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ପ୍ରମିଳା ଜୟପାଲ। ସେ ଏବେ କଂଗ୍ରେସନାଲ ପ୍ରୋଗେସିଭ କାଉକସ୍‌ର ମୁଖ୍ୟ ରହିଛନ୍ତି। କିଛି ମାସ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଆମେରିକାର ହାଉସ ଫରେନ ଆଫେୟାର୍ସ କମିଟି ସହ ହେବାକୁ ଥିବା ଏକ ବୈଠକକୁ ରଦ୍ଦ କରିଥିଲେ। ଏହି କମିଟିରେ ରିପବ୍ଲିକାନ ଚେୟାରମ୍ୟାନ ଏବଂ ଡେମୋକ୍ରାଟିିକ ସଦସ୍ୟମାନେ ରହିଛନ୍ତି। ପ୍ରମିଳା ଜୟପାଲ ଉକ୍ତ ଗ୍ରୁପରେ ଥିବାରୁ ଜୟଶଙ୍କର ସେମାନଙ୍କୁ ସାକ୍ଷାତ କରିବା ଲାଗି ମନା କରିଦେଇଥିଲେ। ଜୟପାଲ କଶ୍ମୀରରେ ବନ୍ଦ ହୋଇଥିବା ସଂଚାର ବ୍ୟବସ୍ଥା ଆରମ୍ଭ କରିବାକୁ ଏକ ପ୍ରସ୍ତାବ ଆଗତ କରି ଦାବି କରିବା ଯୋଗୁ ଜୟଶଙ୍କର ଏଭଳି ନିଷ୍ପତ୍ତି ନେଇଥିଲେ। ଯଦି ଜୟପାଲଙ୍କୁ ଗ୍ରୁପରୁ ବାଦ ଦିଆଯିବ ତେବେ ଆମେରିକୀୟମାନଙ୍କୁ ସାକ୍ଷାତ କରିବେ ବୋଲି ଜୟଶଙ୍କର କହିଥିଲେ। କିନ୍ତୁ ଆମେରିକୀୟମାନେ ଏହା କରିବାକୁ ମନା କରିଦେଇଥିଲେ। ବୈଠକରେ ହେବାକୁ ଥିବା ଜଟିଳ ଆଲୋଚନା କିମ୍ବା ମୁହଁାମୁହିଁ ହେବାର ପରିସ୍ଥିତିକୁ ଭୟକରି ଜୟଶଙ୍କର ସମ୍ଭବତଃ ତାହାକୁ ବନ୍ଦ କରିଦେବାକୁ ଚାହଁିଥିଲେ। ସେ ଏଥିରୁ ଓହରି ଯିବା ପରେ ସିନେଟ୍‌ର କମଳା ହାରିସ୍‌ ଟୁଇଟ୍‌ କରି ଜଣାଇଲେ ଯେ,ବୈଠକରେ କେଉଁ ସଦସ୍ୟମାନଙ୍କୁ ନିଆଯିବ ସେ ସମ୍ପର୍କରେ କୌଣସି ବିଦେଶ ସରକାର କଂଗ୍ରେସକୁ କହିବା ଭୁଲ। ମାନବାଧିକାରକୁ ଖାତିରି କରୁ ନ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁ ଜୟଶଙ୍କର ଏଭଳି କରିପାରିବେ ବୋଲି ଅନୁଭବ କରିଥିଲେ। ଡିସେମ୍ବର ୨୦୧୯ରେ ଜୟଶଙ୍କର ଯାହା କଲେ ତାହା ଏବେ କରିବା ସମ୍ଭବ ହେବ ନାହିଁ।
ଭାରତୀୟ ଜନତା ପାର୍ଟି (ଭାଜପା)ଆମେରିକା ନିର୍ବାଚନରେ ମୁଣ୍ଡଖେଳାଇ ଟ୍ରମ୍ପଙ୍କୁ ପୁଣି ଥରେ ନିର୍ବାଚିତ କରିବା ଲାଗି ଢେର ବ୍ୟୟ କରିଛି। ପୂର୍ବରୁ କୌଣସି ସରକାର ଏଭଳି କରି ନ ଥିଲେ। ‘ଓଭରସିଜ୍‌ ଫ୍ରେଣ୍ଡସ୍‌ ଅଫ୍‌ ଦି ବିଜେପି’ନାମକ ଗ୍ରୁପକୁ ଫରେନ ଏଜେଣ୍ଟ ଭାବେ ଆମେରିକାରେ ସେପ୍ଟେମ୍ବରରେ ପଞ୍ଜୀକୃତ କରି ଟ୍ରମ୍ପଙ୍କୁ ସାହାଯ୍ୟ କରିବା ଲାଗି ନିର୍ଦ୍ଦେଶ ଦେଇଥିଲା। ଗତବର୍ଷ ସେପ୍ଟେମ୍ବରରେ ଆମେରିକାରେ ଆୟୋଜିତ ହାଉଡ଼ି ର଼୍ୟାଲିରେ ମୋଦି ଟ୍ରମ୍ପଙ୍କୁ ଭୋଟ ଦେବା ଲାଗି ଭାରତୀୟମାନଙ୍କୁ କହିଥିବା ‘ଅବ କି ବାର୍‌ ଟ୍ରମ୍ପ ସରକାର’ସ୍ଲୋଗାନରୁ ସ୍ପଷ୍ଟ ହୋଇଥିଲା। ଟ୍ରମ୍ପ କ୍ଷମତା ହରାଇବା ରାସ୍ତାରେ ଥିବାବେଳେ ଏବେ କ’ଣ ଘଟିବ? ଭାଜପା ଏବେ ପୁରୁଣା ବାହାନା ଆରମ୍ଭ କରିଦେଇଛି। ରାମମାଧବଙ୍କୁ ଦି ଇଣ୍ଡିଆନ ଏକ୍ସପ୍ରେସ୍‌ରେ ଲେଖିତ୍ବା ପାଇଁ ପ୍ରବର୍ତ୍ତାଇଛି। ସେ ଲେଖିତ୍ଛନ୍ତି ଯେ, ବାଇଡେନ -ହାରିସ ଆମେରିକା ଓ ଭାରତ ସମ୍ପର୍କକୁ ଖରାପ କରିପାରନ୍ତି ବୋଲି କେତେକ ଭାରତୀୟ ବିଶ୍ୱାସ କରୁଛନ୍ତି। ବାସ୍ତବରେ କେହି ଏକଥା ଭାବୁ ନାହାନ୍ତି। ମାଧବ ଭାରତ ଓ ଭାଜପାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଦୃଢ ଏଥିରେ କୌଣସି ପ୍ରଶ୍ନ ନାହଁି। ବେଳେବେଳେ ଦୁଇଦେଶ ମଧ୍ୟରେ ସାମାଜିକ ସମ୍ପର୍କ ରହଥିବା ଲକ୍ଷ୍ୟ କରାଯାଏ । ହେଲେ ସଭଳି ସମୟ ଏବେ ନାହଁ। ଭାରତ ଏହାର ନାଗରିକମାନଙ୍କ ମନରେ ଭୟ ସୃଷ୍ଟି କରୁଛି ସେମାନଙ୍କୁ ନରାଶ କରୁଛି। ଏହା ଏଭଳି କରୁଛି ଯେ ସାରା ବିଶ୍ୱରେ ଏହା ଚିନ୍ତାର କାରଣ ପାଲଟିଛି।
ପ୍ରମିଳା ଜୟପାଲ ଏବଂ କମଳା ହାରିସ ଘଟଣା ସମ୍ପର୍କରେ ଯାହା ଭାବିଥିଲେ ସଂଯୋଗବଶତଃ ତାହାକୁ ସେମାନେ ସେଭଳି ନେଇ ନ ଥିଲେ। କିନ୍ତୁ ସେମାନେ ଏବେ ତାହା ଉପସ୍ଥାପନ କରିବାକୁ ପଛାଇବେ ନାହିଁ। ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମ ସେଠାରେ ଏହି ସବୁ ନେତାମାନଙ୍କୁ ଦୃଢ କରିଛି ଯେଉଁମାନେ ଭାରତର ଭଲ ଚାହଁୁଛନ୍ତି। କିନ୍ତୁ ଭାରତୀୟମାନଙ୍କୁ ଏକାଠି କରି ଭାରତର ଭଲ ଚିନ୍ତା କରିବା ଦରକାର। ଯଦି ଭାରତୀୟମାନେ ଅସମ୍ମାନିତ ହେବେ ସେମାନେ ବିରୋଧ କରିବେ। ଡେମୋକ୍ରାଟ ଦଳର ପ୍ରାର୍ଥୀମାନେ ଏକ ଲିବରାଲ ପ୍ଲାଟଫର୍ମରେ ଏହି ନିର୍ବାଚନ ଲଢି ମାନବାଧିକାର ପ୍ରଶ୍ନ ଉପରେ ସେମାନେ ବ୍ଲାକ ଲାଇଭସ ମ୍ୟାଟର ସହ ମିଶି ଏକ ଦୃଢ ବାର୍ତ୍ତା ମଧ୍ୟ ଦେଇଥିଲେ। ମାନବିକ ଅଧିକାରର ବାର୍ତ୍ତା ଦେଇ ସଫଳ ହୋଇଥିବାରୁ ଡେମୋକ୍ରାଟିକ ପାର୍ଟିର ଏମାନେ ( ଯେଉଁଥିରେ ଜୟପାଲ ରହିଛନ୍ତି)ଅଧିକ ଶକ୍ତିଶାଳୀ ହୋଇଛନ୍ତି। ଏପ୍ରିଲରେ ୟୁନାଇଟେଡ୍‌ ଷ୍ଟେଟସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ’(ୟୁଏସସିଆଇଆର୍‌ଏଫ୍‌)ଦ୍ୱାରା ଭାରତକୁ କଣ୍ଟ୍ରି ଅଫ୍‌ ପର୍ଟିକୁଲାର କନସର୍ନ(ସାମ୍ପ୍ରଦାୟିକ ସ୍ବାଧୀନତାରେ ହସ୍ତକ୍ଷେପ ବା ହିଂସାର ଦେଶ)ଭାବେ ବିବେଚନା କରାଯିବା ହୁଏତ ଭାରତୀୟମାନେ ଜାଣି ନ ଥିତ୍ବେ। ୨୦୧୯ରେ ସାମ୍ପ୍ରଦାୟିକ ସ୍ବାଧୀନତା ତଥା ମାନବାଧିକାର ତୀବ୍ର ଭାବେ ନମ୍ନଗାମୀ ହୋଇଥିଲା ବୋଲି ଏହାହାର ରିପୋର୍ଟରେ କୁହାଯାଇଥିଲା । ମୋଦି ସରକାର ଭାରତରେ ମୁଖ୍ୟତଃ ମୁସଲମାନଙ୍କ ପାଇଁ ସାମ୍ପ୍ରଦାୟିକ ସ୍ବାଧୀନତା ଭଙ୍ଗ କରୁଥିବା ନୀତିଗୁଡିକୁ ଲାଗୁ କରିବା ଦ୍ୱାରା ଏଭଳି ହୋଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଆମେରିକା ପ୍ରଶାସନ ଏହା ଉପରେ ପଦକ୍ଷେପ ନେବା ସହ ବିଭିନ୍ନ କ୍ଷେତ୍ରରେ କଟକଣା ଲାଗୁ କରିବା ଲାଗି ସୁପାରିସ କରିଥିଲା।
ଟ୍ରମ୍ପ ଆମେରିକା ଶାସନ ଚଳାଇବା ସହ ଏକାକୀ ନିଷ୍ପତ୍ତି ନେଉଥିବାରୁ ଭାରତ ଏହାକୁ ଅଣଦେଖା କରୁଥିଲା ଓ ଏବେ ବି କରୁଛି। ଭାରତ ମଧ୍ୟ ଏକ ମନ୍ତବ୍ୟ ଜାରି କରିଥିଲା। ୟୁଏସସିଆଇଆର୍‌ଏଫ୍‌ର ବାର୍ଷିକ ରିପୋର୍ଟରେ ଭାରତ ଉପରେ ଯାହା ଆକଳନ କରାଯାଇଛି ତାହାକୁ ଆମେ ଅସ୍ବୀକାର କରୁ ବୋଲି କହିଥିଲା। ଏହାର ପକ୍ଷପାତିତା ତଥା ବିବାଦୀୟ ଭାରତ ବିରୋଧୀ ମନ୍ତବ୍ୟ ନୂଆ ନୁହେଁ। କିନ୍ତୁ ଏହାର ମିଥ୍ୟା ମନ୍ତବ୍ୟ ଏକ ନୂଆ ସ୍ତରରେ ପହଞ୍ଚିଛି ବୋଲି କହିଥିତ୍ଲା । ଏଥିରୁ ଦୂରେଇ ରହିବାର ଏହା ଏକ ଉପାୟ ଥିତ୍ଲା। ଯଦି ତୁମେ ଆମେରିକାକୁ ବନ୍ଧୁ ବୋଲି ଭାବୁଛ ତେବେ ସେମାନଙ୍କୁ ବୁଝାଇବାକୁ ପଡିବ ଯେ, ସେମାନଙ୍କ ସିଦ୍ଧାନ୍ତ ଭୁଲ। ସେମାନଙ୍କ ସହ ବୈଠକ ବାତିଲ କରି ଦୂରେଇ ରହିବା ବା ମିଶି କାମ କରିବା ପାଇଁ ମନା କରିବା ସମାଧାନର ବାଟ ନୁହେଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri