କରୋନା ଟେଷ୍ଟ କରିବାକୁ ମନାକଲେ ରେଖା

କରୋନା ଦିନକୁ ଦିନ କାୟା ବିସ୍ତା କରିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ମଧ୍ୟ ଏହାର ଶିକାର ହେଲେଣି। ଦୁଇ ଦିନ ପୂର୍ବେ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ମଙ୍ଗଳବାର ରେଖାଙ୍କ ବଙ୍ଗଳା ନିକଟରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବିଏମ୍‌ସି ପକ୍ଷରୁ କୋଭିଡ୍‌ ହସ୍ପିଟାଲକୁ ପଠାଇଦେଇଛି। ତେବେ ରେଖା ନିଜର କରୋନା ଟେଷ୍ଟ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି। ସେ କାହା ସଂସ୍ପର୍ଶରେ ଆସି ନାହାନ୍ତି। ସୁସ୍ଥ ଅଛନ୍ତି ଏବଂ ଘରେ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି ବୋଲି ତାଙ୍କ ମ୍ୟାନେଜର କହିଛନ୍ତି।

ବିଏମ୍‌ସି ପକ୍ଷରୁ ଯେତେବେଳେ ରେଖାଙ୍କ ବଙ୍ଗଳାକୁ ସାନିଟାଇଜ୍‌ କରିବାକୁ ଯାଇଥିଲେ କେହି ଦୁଆର ଖୋଲି ନ ଥିଲେ। ରେଖାଙ୍କ ମ୍ୟାନେଜର ଫରଜାନା ଘର ବିତରୁ ନିଜ ମୋବାଇଲ ନମ୍ବର ଦେଇଥିଲେ କଥା ହେବାକୁ। ପରେ ବିଏମ୍‌ସି ପକ୍ଷରୁ ଫରଜାନାଙ୍କୁ ଫୋନ୍‌ କରିବାରୁ ରେଖା ଠିକ୍‌ ଅଛନ୍ତି। ସେ କାହା ସମ୍ପର୍କରେ ଆସି ନାହିନ୍ତି। ତେଣୁ ସେ କରୋନା ଟେଷ୍ଟ କରିବାକୁ ଚାହୁଁ ନ ଥିବା ମ୍ୟାନେଜର ଫରଜାନା କହିଛନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ତାଙ୍କ ଘର ବାହାରୁ ସାନିଟାଇଜ୍‌ କରାଯାଇଛି।

Share