Categories: ବାଣିଜ୍ୟ

ଏଏମ୍‌-ଏନ୍‌ଏସ୍‌ ଦ୍ୱାରା ‘ରିଇମାଜିନିୟରିଂ’ ଅଭିଯାନ

ନୂଆଦିଲ୍ଲୀ,୧୮।୧୧:ଦେଶର ପ୍ରମୁଖ ଇସ୍ପାତ କମ୍ପାନୀ ‘ଆର୍ସେଲର ମିତ୍ତଲ ଏବଂ ନିପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ର ପ୍ରଥମ କର୍ପୋରେଟ୍‌ ବ୍ରାଣ୍ଡ୍‌ କ୍ୟାମ୍ପେନ୍‌ ‘ରିଇମାଜିନିୟରିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ‘ରିଇମାଜିନିୟରିଂ’ପୁନଃ ଚିତ୍ରଣ ଏବଂ ଇଞ୍ଜିନିୟରିଂ ଶବ୍ଦର ଏକ ମିଶ୍ରଣ ଯାହା ଆଗାମୀ ଦଶନ୍ଧିରେ ଭାରତର ଅଭିବୃଦ୍ଧି ଏବଂ ବିକାଶରେ ସାହାଯ୍ୟ କରିବ। ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ ବ୍ରାଣ୍ଡ୍‌କୁ ଭାରତର ଅଭିଳାଷ ସହ ସମାନ୍ତର ଭାବେ ରଖି ରଣନୀତିକ ଭାବେ କାର୍ଯ୍ୟ କରିବା ଉକ୍ତ ଅଭିଯାନର ମୂଳ ଲକ୍ଷ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ସିଇଓ ଦିଲୀପ୍‌ ଓମେନ୍‌ କହିଛନ୍ତି,ଭାରତୀୟ ଇସ୍ପାତ ଶିଳ୍ପରେ ଅପେକ୍ଷାକୃତ ନୂତନ ପ୍ରବେଶକାରୀ ଭାବେ ଏହି କ୍ୟାମ୍ପେନ୍‌ ଆମର ଶକ୍ତି ଏବଂ କ୍ଷେତ୍ର ପାଇଁ ଥିବା ସମ୍ଭାବନା ପ୍ରତି ପ୍ରତିବଦ୍ଧତାର ଉତ୍ସାହକୁ ପ୍ରତିଫଳିତ କରିଥାଏ। ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ ନୂତନ ଏବଂ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଛି। ବ୍ୟବସାୟ ଯୋଜନା ଏବଂ କାର୍ଯ୍ୟକାରିତା ଉପରେ ଏହାର ତୀକ୍ଷ୍ଣ ଧ୍ୟାନ ମଧ୍ୟ ରହିଛି। ସର୍ବୋପରି ଆମେ ଏକ ଦାୟିତ୍ୱପୂର୍ଣ୍ଣ ଇସ୍ପାତ ଉପତ୍ାଦକ, ନିରାପଦ, ସ୍ଥାୟୀ ଏବଂ ନୈତିକ ବ୍ୟବସାୟ ଅଭ୍ୟାସ ପାଇଁ ପ୍ରତିବଦ୍ଧ। ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ ଆମର ଗୋଷ୍ଠୀ, କର୍ମଚାରୀ, ଗ୍ରାହକ ଏବଂ ଭାରତ ପାଇଁ ମୂଲ୍ୟ ସୃଷ୍ଟି କରୁଛି। ଆମର ଏହି କ୍ୟାମ୍ପେନ୍‌ ଗୁଡିକର ଗୁଣବତା ଦେଖି ମୁଁ ବହୁତ ଖୁସି।

Share