ପଞ୍ଜୀକରଣ ତାତି, ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ପ୍ରଥମେ ଜଟିଳ ପଞ୍ଜୀକରଣ ପ୍ରକ୍ରିୟା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ପଞ୍ଜୀକରଣ କରି ନ ଥିବାବେଳେ ପଞ୍ଜୀକରଣ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ଫଳରେ ଅନେକ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ବରଗଡ଼ ଜିଲାର ଚାଷୀମାନେ ପୁଣି ତାତି ଉଠିଛନ୍ତି । ଏହି କ୍ରମରେ ମଙ୍ଗଳବାର ଜିଲାର ଆଗଲପୁର ଏବଂ ଜାମସେଟ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ରହିଥିବା ଶତାଧିକ ଚାଷୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପଞ୍ଜୀକରଣ ସମୟସୀମା ବୃଦ୍ଧି ଏବଂ ତୁରନ୍ତ ବଞ୍ଚିତ ଚାଷୀମାନଙ୍କୁ ପଞ୍ଜୀକୃତ କରିବା ପାଇଁ ଦାବି କରିଛନ୍ତି । ତେବେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଚାଷୀମାନେ ପହଞ୍ଚିବା ପୂର୍ବରୁ ପୋଲିସ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ଚାଷୀମାନଙ୍କୁ ଅଟକାଇ ଦେଇଥିଲା । ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ତପନ ମିଶ୍ର, ଟେକରାଜ ପଧାନ, ସୁଦାମ ପାତ୍ର, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ରବିଶଙ୍କର ପଧାନ, ବାବ୍ରୁ ସାହୁ ପ୍ରମୁଖ ସେଠାକୁ ପହଞ୍ଚି ଥିଲେ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସମସ୍ତ ଚାଷୀଙ୍କ ସହିତ ଧସେଇ ପଶିଥିଲେ । କିନ୍ତୁ ପୁଣି କାର୍ଯ୍ୟାଳୟ ପାଖରେ ଥିବା ଦ୍ଵିତୀୟ ଫାଟକକୁ ପୋଲିସ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲା। ଫଳରେ ସଂଗଠନ ତରଫରୁ ଆଲୋଚନା ନ କରି ପୋଲିସର ସେଭଳି ମାତ୍ରାଧିକ ବଳ ପ୍ରଯୋଗକୁ ନିନ୍ଦା କରାଯାଇଥିଲା ଏବଂ ଚାଷୀମାନେ ଧାରଣାରେ ବସିଥିଲେ । ଚାଷୀମାନଙ୍କ ପଞ୍ଜୀକରଣ ଏବଂ ଉତ୍କଟ ରାସାୟନିକ ସାରର ଶୀଘ୍ର ସମାଧାନ କରିବା ଦାବିରେ ଧାରଣା ଚାଲିଥିଲା। ତ୍ରୁଟିପୂର୍ଣ୍ଣ ପଞ୍ଜୀକରଣ ନୀତିକୁ ନେଇ ଚାଷୀମାନେ ଉଦବେଗ ପ୍ରକାଶ କରିଥିଲେ । ଚାଷୀମାନେ ଅଭିଯୋଗ କରିଥିଲେ, ଯୋଗ୍ୟ ଚାଷୀମାନେ କାଗଜପତ୍ର ଦେଲାବେଳେ ଅନଲାଇନ ନ କରି ରଖିଦେବା ପାଇଁ ସମିତିର ସମ୍ପାଦକମାନେ କହୁଥିଲେ ଏବଂ ଦଲାଲ ତଥା ମଧ୍ୟସ୍ଥ ମାନଙ୍କର ପଞ୍ଜୀକରଣ ତୁରନ୍ତ କରୁଥିଲେ । ସେଥିପାଇଁ ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତିରେ ୪୦୯ ଜଣ ଏବଂ ଜାମସେଟ ସମିତିରେ ୩୦୦ ଜଣ ପ୍ରକୃତ ଚାଷୀ ବଞ୍ଚିତ ହୋଇଛନ୍ତି। ଏଣୁ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହୋଇଛି । ବଞ୍ଚିତ ଥିବା ସମସ୍ତ ଚାଷୀ କିଭଳି ତୁରନ୍ତ ଧାନ ବିକ୍ରି କାର୍ଡ କରି ପାରିବେ ଏବଂ ଆବଶ୍ୟକ ରାସାୟନିକ ସାର ସୁଲଭ ମୂଲ୍ୟରେ ପାଇ ପାରିବେ, ସେ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି । ଦୀର୍ଘ ୪ଘଣ୍ଟା ଧରି ଧାରଣାରେ ବସିବା ପରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଏବଂ ସମବାୟ ଉପ ନିବନ୍ଧକ ଯୁଗଳ ଦାଶ ଧାରଣାସ୍ଥଳକୁ ପହଞ୍ଚି ସମସ୍ୟା ପ୍ରସଙ୍ଗରେ ବୁଝିଥିଲେ । ଗତ ଅଗଷ୍ଟ ମାସ ୨୫ତାରିଖ ସୁଦ୍ଧା ଯେଉଁ ଚାଷୀମାନେ ସମିତିରେ କାଗଜପତ୍ର ଦେଇଛନ୍ତି, ସେହି ସମସ୍ତ ଚାଷୀ ପଞ୍ଜୀକରଣର ସୁଯୋଗ ପାଇବେ ଏବଂ ଦୁଇ ତିନି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ଚାଷୀମାନେ ଉଠିଥିଲେ । ଏହି କାର୍ଯ୍ୟକ୍ରମରେ ଆଗଲପୁର ସମିତି ଅଧିନସ୍ଥ ଆଗଲପୁର, ତିଳେଇମାଲ, ତିନକାନୀ, ତେଜଙ୍ଗ ପଞ୍ଚାୟତର ବିଶ୍ୱନାଥ ନାୟକ, ସୁଶୀଲ ମହଲା, ବଳିଷ୍ଠ ସା, ପଦ୍ମଚରଣ ବଢ଼େଇ, ସୁଦାମ ଦୀପ ଏବଂ ମାଣ୍ଡୋସିଲ ଅଞ୍ଚଳରୁ ଗିରିଶ ଡନସନା, ଦଶରଥ ବିନଣ୍ଟ, ରସୁଲ ରଙ୍ଗରାଜ, ଟୁକୁ ମହାନ୍ତି, ଟିକେଶ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri