ପଞ୍ଜୀକରଣ ତାତି, ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ପ୍ରଥମେ ଜଟିଳ ପଞ୍ଜୀକରଣ ପ୍ରକ୍ରିୟା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ପଞ୍ଜୀକରଣ କରି ନ ଥିବାବେଳେ ପଞ୍ଜୀକରଣ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ଫଳରେ ଅନେକ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ବରଗଡ଼ ଜିଲାର ଚାଷୀମାନେ ପୁଣି ତାତି ଉଠିଛନ୍ତି । ଏହି କ୍ରମରେ ମଙ୍ଗଳବାର ଜିଲାର ଆଗଲପୁର ଏବଂ ଜାମସେଟ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ରହିଥିବା ଶତାଧିକ ଚାଷୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପଞ୍ଜୀକରଣ ସମୟସୀମା ବୃଦ୍ଧି ଏବଂ ତୁରନ୍ତ ବଞ୍ଚିତ ଚାଷୀମାନଙ୍କୁ ପଞ୍ଜୀକୃତ କରିବା ପାଇଁ ଦାବି କରିଛନ୍ତି । ତେବେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଚାଷୀମାନେ ପହଞ୍ଚିବା ପୂର୍ବରୁ ପୋଲିସ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ଚାଷୀମାନଙ୍କୁ ଅଟକାଇ ଦେଇଥିଲା । ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ତପନ ମିଶ୍ର, ଟେକରାଜ ପଧାନ, ସୁଦାମ ପାତ୍ର, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ରବିଶଙ୍କର ପଧାନ, ବାବ୍ରୁ ସାହୁ ପ୍ରମୁଖ ସେଠାକୁ ପହଞ୍ଚି ଥିଲେ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସମସ୍ତ ଚାଷୀଙ୍କ ସହିତ ଧସେଇ ପଶିଥିଲେ । କିନ୍ତୁ ପୁଣି କାର୍ଯ୍ୟାଳୟ ପାଖରେ ଥିବା ଦ୍ଵିତୀୟ ଫାଟକକୁ ପୋଲିସ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲା। ଫଳରେ ସଂଗଠନ ତରଫରୁ ଆଲୋଚନା ନ କରି ପୋଲିସର ସେଭଳି ମାତ୍ରାଧିକ ବଳ ପ୍ରଯୋଗକୁ ନିନ୍ଦା କରାଯାଇଥିଲା ଏବଂ ଚାଷୀମାନେ ଧାରଣାରେ ବସିଥିଲେ । ଚାଷୀମାନଙ୍କ ପଞ୍ଜୀକରଣ ଏବଂ ଉତ୍କଟ ରାସାୟନିକ ସାରର ଶୀଘ୍ର ସମାଧାନ କରିବା ଦାବିରେ ଧାରଣା ଚାଲିଥିଲା। ତ୍ରୁଟିପୂର୍ଣ୍ଣ ପଞ୍ଜୀକରଣ ନୀତିକୁ ନେଇ ଚାଷୀମାନେ ଉଦବେଗ ପ୍ରକାଶ କରିଥିଲେ । ଚାଷୀମାନେ ଅଭିଯୋଗ କରିଥିଲେ, ଯୋଗ୍ୟ ଚାଷୀମାନେ କାଗଜପତ୍ର ଦେଲାବେଳେ ଅନଲାଇନ ନ କରି ରଖିଦେବା ପାଇଁ ସମିତିର ସମ୍ପାଦକମାନେ କହୁଥିଲେ ଏବଂ ଦଲାଲ ତଥା ମଧ୍ୟସ୍ଥ ମାନଙ୍କର ପଞ୍ଜୀକରଣ ତୁରନ୍ତ କରୁଥିଲେ । ସେଥିପାଇଁ ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତିରେ ୪୦୯ ଜଣ ଏବଂ ଜାମସେଟ ସମିତିରେ ୩୦୦ ଜଣ ପ୍ରକୃତ ଚାଷୀ ବଞ୍ଚିତ ହୋଇଛନ୍ତି। ଏଣୁ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହୋଇଛି । ବଞ୍ଚିତ ଥିବା ସମସ୍ତ ଚାଷୀ କିଭଳି ତୁରନ୍ତ ଧାନ ବିକ୍ରି କାର୍ଡ କରି ପାରିବେ ଏବଂ ଆବଶ୍ୟକ ରାସାୟନିକ ସାର ସୁଲଭ ମୂଲ୍ୟରେ ପାଇ ପାରିବେ, ସେ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି । ଦୀର୍ଘ ୪ଘଣ୍ଟା ଧରି ଧାରଣାରେ ବସିବା ପରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଏବଂ ସମବାୟ ଉପ ନିବନ୍ଧକ ଯୁଗଳ ଦାଶ ଧାରଣାସ୍ଥଳକୁ ପହଞ୍ଚି ସମସ୍ୟା ପ୍ରସଙ୍ଗରେ ବୁଝିଥିଲେ । ଗତ ଅଗଷ୍ଟ ମାସ ୨୫ତାରିଖ ସୁଦ୍ଧା ଯେଉଁ ଚାଷୀମାନେ ସମିତିରେ କାଗଜପତ୍ର ଦେଇଛନ୍ତି, ସେହି ସମସ୍ତ ଚାଷୀ ପଞ୍ଜୀକରଣର ସୁଯୋଗ ପାଇବେ ଏବଂ ଦୁଇ ତିନି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ଚାଷୀମାନେ ଉଠିଥିଲେ । ଏହି କାର୍ଯ୍ୟକ୍ରମରେ ଆଗଲପୁର ସମିତି ଅଧିନସ୍ଥ ଆଗଲପୁର, ତିଳେଇମାଲ, ତିନକାନୀ, ତେଜଙ୍ଗ ପଞ୍ଚାୟତର ବିଶ୍ୱନାଥ ନାୟକ, ସୁଶୀଲ ମହଲା, ବଳିଷ୍ଠ ସା, ପଦ୍ମଚରଣ ବଢ଼େଇ, ସୁଦାମ ଦୀପ ଏବଂ ମାଣ୍ଡୋସିଲ ଅଞ୍ଚଳରୁ ଗିରିଶ ଡନସନା, ଦଶରଥ ବିନଣ୍ଟ, ରସୁଲ ରଙ୍ଗରାଜ, ଟୁକୁ ମହାନ୍ତି, ଟିକେଶ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri