ନୂଆଦିଲ୍ଲୀ, ୧୪ା୭: ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍)ର ଜଣେ ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, ପାନାସିଆ ବାୟୋଟିକ୍ ଦ୍ୱାରା ବିକଶିତ ଦେଶର ପ୍ରଥମ ସ୍ବଦେଶୀ ଡେଙ୍ଗୁ ଟିକା ‘ଡେଙ୍ଗିଅଲ’ର ତୃତୀୟ ପର୍ଯ୍ୟାୟ କ୍ନିନିକାଲ ପରୀକ୍ଷଣରେ ପ୍ରାୟ ୧୦,୫୦୦ ଅଂଶଗ୍ରହଣକାରୀଙ୍କ ପଞ୍ଜୀକରଣ ଆସନ୍ତା ଅକ୍ଟୋବର ସୁଦ୍ଧା ଭାରତର ୨୦ଟି କେନ୍ଦ୍ରରେ ସମାପ୍ତ ହେବ। ବର୍ତ୍ତମାନ ସୁଦ୍ଧା ପୁଣେ, ଚେନ୍ନାଇ, କୋଲକାତା, ଭୁବନେଶ୍ୱର ଏବଂ ଦିଲ୍ଲୀର ବିଭିନ୍ନ କେନ୍ଦ୍ରରେ ୮ ହଜାର ଅଂଶଗ୍ରହଣକାରୀଙ୍କୁ ଆଇସିଏମ୍ଆର୍ ଏବଂ ପାନାସିଆ ବାୟୋଟିକ୍ ଦ୍ୱାରା ପ୍ରାୟୋଜିତ ଏହି ପରୀକ୍ଷଣ ଅଧୀନରେ ଟିକା ଦିଆଯାଇଛି। ପୁଣେସ୍ଥିତ ଆଇସିଏମ୍ଆର୍-ନ୍ୟାଶନାଲ ଇନ୍ଷ୍ଟିଟ୍ୟୁଟ ଅଫ୍ ଟ୍ରାନ୍ସଲେଶିଓନାଲ ଭାଇରୋଲୋଜି ଆଣ୍ଡ୍ ଏଡ୍ସ ରିସର୍ଚ୍ଚ, ଚେନ୍ନାଇସ୍ଥିତ ନ୍ୟାଶନାଲ ଇନ୍ଷ୍ଟିଟ୍ୟୁଟ ଅଫ୍ ଏପିଡେମିଓଲୋଜି (ଏନ୍ଆଇଇ) ଏବଂ ପୁଣେସ୍ଥିତ ନ୍ୟାଶନାଲ ଇନ୍ଷ୍ଟିଟ୍ୟୁଟ ଅଫ୍ ଭାଇରୋଲୋଜି ଦ୍ୱାରା ସମ୍ପ୍ରତି ଏହି ପରୀକ୍ଷଣ ପରିଚାଳିତ ହେଉଛି। ପ୍ରାରମ୍ଭିକ ପରୀକ୍ଷଣରେ କୌଣସି ସୁରକ୍ଷା ସମସ୍ୟା ସାମ୍ନାକୁ ଆସିନାହିଁ ବୋଲି ସେ କହିଛନ୍ତି।


