ପାଟଣା,୧୫।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାର ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ନିର୍ବାଚନରେ ମୋଟ ୯୪୭ ଜଣ ମତଦାତା ୯ଟି ବୁଥ୍ରେ ମତଦାନ କରିବାର ବ୍ୟବସ୍ଥା ହୋଇଥିବାବେଳେ ଦିନ ଗୋଟାଏ ସୁଦ୍ଧା ୮୨ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ହଳଧର ସାହୁ ସୂଚନା ଦେଇଛନ୍ତି ।
ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପାଟଣାର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ଶରଣ କୁମାର ଜେନାଙ୍କ ଉପସ୍ଥିତିରେ ଗୋଟିଏ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ସଦର ଇନ୍ସପେକ୍ଟର ସ୍ୱର୍ଣ୍ଣମଣି ମେମ୍ରମ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।
ନିର୍ବାଚନ ଅଧିକାରୀ ହଳଧର ସାହୁଙ୍କ ସହ ସହକାରୀ ନିର୍ବାଚନ ଅଧିକାରୀ ତଥା ଅଧ୍ୟାପକ ହୃଦାନନ୍ଦ ବିଶ୍ୱାଳ ଓ ବ୍ରଜେନ୍ଦ୍ର କୁମାର ପତି ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନରେ ଏବିଭିପି ଓ ବିଜେଡିର ଛାତ୍ର ସଂଗଠନ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେଉଛି।