କ୍ୟୁଆର୍‌ କୋଡ୍‌ ନ ଥିଲେ ଖାଦ୍ୟ ସାମଗ୍ରୀ ବିକ୍ରି ମନା

କଟକ ଅଫିସ, ୨୯ା୧୦: ବିଭିନ୍ନ ପ୍ଲାଷ୍ଟିକ, ଟିଣ ଓ ମାଟିରେ ମିଶୁ ନ ଥିବା ଖାଦ୍ୟ ସାମଗ୍ରୀ ପ୍ୟାକିଂରେ କ୍ୟୁଆର୍‌ କୋର୍ଡ ଲାଗିବ। ଜନସାଧାରଣ ଉକ୍ତ ସାମଗ୍ରୀକୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ୫ ଟଙ୍କା ଦେଇ କିଣିବେ। ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ କାଉଣ୍ଟରରେ ଫେରାଇଲେ ସେମାନେ ୫ ଟଙ୍କା ଫେରିପାରିବେ। ଏଥିପାଇଁ ବାଲିଯାତ୍ରା ପଡିଆରେ ୨୧ଟି ପ୍ଲାଷ୍ଟିକ୍‌ ବୋତଲ ଓ ଜରି ସଂଗ୍ରହ କେନ୍ଦ୍ର ଖୋଲାଯିବ। କ୍ୟୁଆର୍‌ କୋଡ୍‌ ନ ଥିଲେ ପ୍ଲାଷ୍ଟିକରେ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍‌ ବା ପାଣି ବୋତଲ ବିକ୍ରି କରାଯାଇପାରିବ ନାହିଁ। ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ କରାଯିବ। ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌କୁ ଏକ ସଙ୍ଗଠିତ ବ୍ୟବସ୍ଥା ମାଧ୍ୟମରେ ନିୟନ୍ତ୍ରଣ କରାଯିବା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଅଭିନବ ଯୋଜନା କରାଯାଇଛି। ଡିଜିଟାଲ ଡିପୋଜିଟ୍‌ ରିଫଣ୍ଡ୍‌ ସିଷ୍ଟମ୍‌ ଜରିଆରେ ଏହି କାର୍ଯ୍ୟ କରିବାକୁ ସ୍ଥିର କରାଯାଇଛି। ବିଶେଷକରି ବାଲିଯାତ୍ରା ପଡିଆରେ ପ୍ଲାଷ୍ଟିକ୍‌ ବୋତଲ ଓ ଜରି ବ୍ୟବହାରକୁ ଉପରୋକ୍ତ ବ୍ୟବସ୍ଥା ମାଧ୍ୟରେ ନିୟନ୍ତ୍ରଣ କରାଯିବ। ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ପାଇଁ ଶୁକ୍ରବାର ଅପରାହ୍ନରେ ସିଏମ୍‌ସି ସମ୍ମିଳନୀ କକ୍ଷରେ ବ୍ୟବସାୟୀ (ଡିଲର/ଡିଷ୍ଟ୍ରବ୍ୟୁଟର)ମାନଙ୍କ ସହ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପରୋକ୍ତ ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇ ସମ୍ପୂର୍ଣ୍ଣ ସହଯୋଗ କାମନା କରାଯାଇଥିଲା। ବୈଠକରେ ସିଏମ୍‌ସି କମିଶନର ନିଖିଲ ପଓ୍ବନ କଲ୍ୟାଣଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ବାଲିଯାତ୍ରାରେ ଡିଲରମାନେ ବ୍ୟବସାୟୀଙ୍କୁ ସାମଗ୍ରୀ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବାଲିଯାତ୍ରା ଗେଟ୍‌ ନିକଟରେ ଏକ କାଉଣ୍ଟର କରାଯିବ। ଏଠାରୁ ବ୍ୟବସାୟୀମାନେ ୫ ଟଙ୍କା ଲେଖାଏଁ ଦେଇ କ୍ୟୁଆର୍‌ କୋଡ୍‌ କିଣିବେ। ତାହାକୁ ବିକ୍ରି କରିବାକୁ ଥିବା ସାମାଗ୍ରୀରେ ଲଗାଇବେ। ସେମାନେ ସାମଗ୍ରୀ ବିକ୍ରି କଲାବେଳେ ନିର୍ଦ୍ଧାରିତ ଦରଠାରୁ ଅଧିକ ୫ ଟଙ୍କା ଲେଖାଏ ଗ୍ରାହକଙ୍କଠାରୁ ରଖିବେ। ଯେଉଁ ବ୍ୟବସାୟୀ ସିଏମ୍‌ସି ନିକଟରୁ ସର୍ବାଧିକ କ୍ୟୁଆର କୋଡ୍‌ କିଣିବେ ସେମାନଙ୍କୁ ପୁରସ୍କୃତ କରାଯିବ। ସର୍ବାଧିକ ୬ଜଣ ବ୍ୟବସାୟୀଙ୍କୁ ଲକି ଡ୍ର ମାଧ୍ୟମରେ ସିଏମ୍‌ସି ତରଫରୁ ପୁରସ୍କାର ପ୍ରଦାନ କରାଯିବ। ୫ ଲକ୍ଷ କ୍ୟୁଆର୍‌ କିଣିଥିବା ବ୍ୟବସାୟୀ ବା ଡିଷ୍ଟ୍ରିବ୍ୟୁଟରଙ୍କ ମଧ୍ୟରୁ ଜଣଙ୍କୁ ପ୍ରଥମ ପୁରସ୍କାର ବାବଦରେ ୩୧ ହଜାର ଟଙ୍କା ପ୍ରଦାନ କରାଯିବ। ସେହିଭଳି ୨ ଲକ୍ଷ କ୍ୟୁଆର୍‌ କିଣିବା ଉପରେ ଜଣଙ୍କୁ ୨୧ ହଜାର ଟଙ୍କା ଏବଂ ୧ ଲକ୍ଷ କ୍ୟୁଆର୍‌ କିଣିବା ଉପରେ ୪ଜଣଙ୍କୁ ୧୨ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ଦିଆଯିବ। ଆସନ୍ତା ନଭେମ୍ବର ୧୬ରେ ସେମାନଙ୍କ ନାମ ଘୋଷଣା କରାଯିବ। ଅପରପକ୍ଷେ ବାଲିଯାତ୍ରାରେ ଅଳିଆ ପଡିରହିବ ନାହିଁ। ସଫେଇ କର୍ମଚାରୀମାନେ ଅଳିଆ ସଂଗ୍ରହ କରି ସିଧାସଳଖ ଅଳିଆବୁହା ଗାଡିରେ ପକାଇବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri