ମୁସଲିମ୍‌ ଦେଶରେ ବି ରୋହିଙ୍ଗ୍ୟାଙ୍କୁ ଶରଣ ମନା: ଦେଶରୁ ତଡ଼ିବାକୁ ଦାବି, ଭିଡିଓ ଭାଇରାଲ…

ଜାକର୍ତ୍ତା,୨୮।୧୨: ଇଣ୍ଡୋନେସିଆରେ ମ୍ୟନେମାରରୁ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ତୀବ୍ର ବିରୋଧ କରାଯାଉଛି। ଇଣ୍ଡୋନେସିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କର ଭିଡ ବାନ୍ଦା ଆଚେ ସହରରେ ଥିବା ରୋହିଙ୍ଗ୍ୟା ଆଶ୍ରୟସ୍ଥଳୀ ଉପରେ ଆକ୍ରମଣ କରିଛନ୍ତି। ଏହି ଶରଣାର୍ଥୀମାନଙ୍କୁ ଦେଶରୁ ବିତାଡିତ କରିବାକୁ ସେମାନେ ଦାବି କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଛାତ୍ରୀଛାତ୍ରମାନେ ସବୁଜ ଜ୍ୟାକେଟ ପିନ୍ଧି ଏକ କୋଠାର ବଡ଼ ତଳ ମହଲାରେ ଦୌଡୁଛନ୍ତି। ଏଠାରେ ଥିବା ରୋହିଙ୍ଗ୍ୟା ପୁରୁଷ, ମହିଳା ଏବଂ ଶିଶୁମାନେ ଭିଡ଼ ଭୟରେ କାନ୍ଦୁଥିବାର ଦେଖିବାକୁ ମିଳୁଛି। ଏହା ପରେ ରୋହିଙ୍ଗ୍ୟାମାନଙ୍କୁ ବାହାର କରିଦିଆଯାଉଥିବାର ଦେଖିବାକୁ ମିଳୁଛି।
ଶରଣାର୍ଥୀଙ୍କୁ ବାହାରକୁ ନେଇ ଟ୍ରକରେ ଚଢ଼ାଇ ଦିଆ ଯାଉଥିବାର ଭିଡିଓରେ ଦେଖିବାକୁ ମିଳୁଛି। କିଛି ବାସିନ୍ଦା ସେମାନଙ୍କ ସାମଗ୍ରୀକୁ ପ୍ଲାଷ୍ଟିକ ବ୍ୟାଗରେ ନେଇ ଯାଉଥିଲେ। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ଏକ ବିବୃତ୍ତିରେ କହିଛି ଆଶ୍ରୟସ୍ଥଳୀ ଉପରେ ଭିଡ ଆକ୍ରମଣକୁ ନେଇ ଆମେ ଚିନ୍ତିତ। ଉନ୍ନତ ସୁରକ୍ଷା ପାଇଁ ଏଜେନ୍ସି ଆହ୍ବାନ କରିଛି। ଏଜେନ୍ସି କହିଛି ଭିଡ ପୋଲିସ କର୍ଡନ ଭାଙ୍ଗି ୧୩୭ ଶରଣାର୍ଥୀଙ୍କୁ ଦୁଇଟି ଟ୍ରକରେ ଭର୍ତ୍ତି କରି ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ। ଏହି ଘଟଣା ଶରଣାର୍ଥୀଙ୍କୁ ଭୟଭୀତ କରିଛି।
ଇଣ୍ଡୋନେସିଆର ଏକ ସରକାରୀ ହଲରେ ପ୍ରାୟ ୧୩୭ ଶରଣାର୍ଥୀ ରହୁଥିଲେ। ଶରଣାର୍ଥୀଙ୍କୁ ସ୍ଥାନୀୟ ଇମିଗ୍ରେଶନ କାର୍ଯ୍ୟାଳୟକୁ ନିଆଯାଇ ପରେ ଦେଶରୁ ବିତାଡିତ କରାଯିବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରମାନେ ସେମାନଙ୍କୁ ତଡ଼ି ଦେବା ପାଇଁ ସ୍ଲୋଗାନ ଦେଉଥିଲେ। ଅନଲାଇନରେ ଭୁଲ ସୂଚନା ଏବଂ ଘୃଣା ଭାଷଣ ପରେ ଏହି ଘଟଣା ଘଟିଛି ବୋଲି ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି କହିଛି।
ପଶ୍ଚିମ ମ୍ୟାନମାରରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନେ ଭେଦଭାବ ଓ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ସେମାନେ ନିଜ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନେ ଆଖପାଖ ଦେଶରେ ଆଶ୍ରୟ ନେଉଛନ୍ତି। ମୁସଲିମ ପ୍ରାଧାନ୍ୟ ପ୍ରାପ୍ତ ଇଣ୍ଡୋନେସିଆ ଏବଂ ମାଲେସିଆ ବ୍ୟତୀତ ରୋହିଙ୍ଗ୍ୟା ମୁସଲମାନ ଫିଲିପାଇନ୍ସ, ବାଂଲାଦେଶ ଏବଂ ଭାରତରେ ମଧ୍ୟ ବାସ କରୁଛନ୍ତି। ସେମାନେ ସମୁଦ୍ର ମାର୍ଗ ଦେଇ ଅନ୍ୟ ଦେଶରେ ପହଞ୍ଚୁଛନ୍ତି। ସମୁଦ୍ର ଶାନ୍ତ ଥିବାବେଳେ ଏପ୍ରିଲରୁ ନଭେମ୍ବର ପର୍ଯ୍ୟନ୍ତ ସେମାନେ ଡଙ୍ଗାରେ ଯାତ୍ରା କରିଥାନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ତଥ୍ୟ ଅନୁଯାୟୀ, ନଭେମ୍ବର ଠାରୁ ୧,୫୦୦ ରୁ ଅଧିକ ରୋହିଙ୍ଗ୍ୟା ଇଣ୍ଡୋନେସିଆରେ ପହଞ୍ଚିଛନ୍ତି, ଯାହାକି ବର୍ଷକ ମଧ୍ୟରେ ସର୍ବାଧିକ ସଂଖ୍ୟା ଭାବରେ ପରିଗଣିତ ହୋଇଛି। ଇଣ୍ଡୋନେସିଆର ବର୍ତ୍ତମାନର ରାଷ୍ଟ୍ରପତି ଜୋକୋ ୱିଡୋଡୋ ରୋହିଙ୍ଗ୍ୟାଙ୍କ ସଂଖ୍ୟା ବୃଦ୍ଧି ପାଇଁ ମାନବ ଚୋରା ଚାଲାଣକୁ ଦାୟୀ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri