ସାମ୍‌ସଙ୍ଗ୍‌ ପକ୍ଷରୁ ରେଫ୍ରିଜରେଟର ରେଞ୍ଜର ଶୁଭାରମ୍ଭ

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ର ପ୍ରିମିୟମ ସାଇଡ୍‌-ବାଏ-ସାଇଡ୍‌ ରେଫ୍ରିଜରେଟ ରେଞ୍ଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ନୂଆ ରେଞ୍ଜର ସମସ୍ତ ମଡେଲ ୱାଇଫାଇ ସକ୍ଷମ ଏବଂ ସାମ୍‌ସଙ୍ଗ୍‌ର ‘ପାୱାରିଂ ଡିଜିଟାଲ ଇଣ୍ଡିଆ’ ଲକ୍ଷ୍ୟକୁ ପୂରା କରିବା ପାଇଁ ସ୍ମାର୍ଟ ଥିଙ୍ଗ୍‌ସ ଆପ୍‌ ଫଙ୍କ୍‌ସନାଲିଟି ସହିତ ବ୍ୟବସ୍ଥିତ ହୋଇଛି। ବିଶେଷକରି ଏହା କଷ୍ଟମାଇଜ ହୋଇପାରୁଥିବା ଷ୍ଟୋରେଜ ସ୍ପେସ୍‌ ପାଇଁ କନ୍‌ଭର୍ଟିବଲ ୫-ଇନ୍‌-୧ ମୋଡ୍‌ ଠିକ୍‌ କୁଲିଂ ପାଇଁ ସାମ୍‌ସଙ୍ଗ୍‌ର ଟୁଇନ କୁଲିଂ ପ୍ଲସ୍‌ ଟେକ୍ନୋଲୋଜି ଏବଂ ଉପଭୋକ୍ତାଙ୍କୁ ଘରେ ଏକ ସୁସ୍ଥକର ଏବଂ ସ୍ବଚ୍ଛ ଉପାୟରେ ଦହି ପ୍ରସ୍ତୁତ କରିବାକୁ ଦେଉଥିବା କର୍ଡ ମାଏଷ୍ଟ୍ରୋ ସହ ବ୍ୟବସ୍ଥିତ ହୋଇଆସୁଛି। ସେହିଭଳି ୧,୧୩,୦୦୦ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଏହି ନୂଆ ରେଫ୍ରିଜରେଟରଗୁଡ଼ିକ ଚାରୋଟି ବେସ୍ପୋକ ଗ୍ଲାସ୍‌ ଫିନିସ ରଙ୍ଗ ବିକଳ୍ପ ଯଥା ଗ୍ଲାମ୍‌ ଡିପ୍‌ ଚର୍କୋଲ, କ୍ଲିନ୍‌ ହ୍ବାଇଟ, କ୍ଲିନ୍‌ ନେଭି ଏବଂ କ୍ଲିନ୍‌ ପିଙ୍କ୍‌ରେ ୬୫୩ ଲିଟରର ଦକ୍ଷତା ସହିତ ଆଜିଠାରୁ ସମସ୍ତ ପ୍ରମୁଖ ଅଫ୍‌ଲାଇନ ଏବଂ ଅନ୍‌ଲାଇନ ରିଟେଲରେ ଉପଲବ୍ଧ ହେଉଛି ା ଏ ସମ୍ପର୍କରେ ସାମ୍‌ସଙ୍ଗ୍‌ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ (ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବିଜ୍‌ନେସ) ମୋହନଦୀପ ସିଂ କହିଛନ୍ତି, ଆମର ନୂତନ ସାଇଡ୍‌-ବାଏ-ସାଇଡ୍‌ ରେଫ୍ରିଜରେଟର ଶୃଙ୍ଖଳକୁ ତିନୋଟି ପ୍ରମୁଖ ଭାରତୀୟ ଉପଭୋକ୍ତା ଆବଶ୍ୟକତା ଯଥା ଋତୁ କିମ୍ବା ଅବସର ଅନୁଯାୟୀ ଭିନ୍ନ ଭିନ୍ନ ରେଫ୍ରିଜରେଶନ ଆବଶ୍ୟକତା ପାଇଁ କଷ୍ଟମାଇଜେବଲ ଷ୍ଟୋରେଜ, ରୋଷେଇ ଘରର ସୌନ୍ଦଯର୍‌ୟକୁ ବଢ଼ାଉଥିବା ମନଲୋଭା ସୌନ୍ଦର୍ଯ୍ୟ ଏବଂ କନେକ୍ଟେଡ୍‌ ଲିଭିଂ ଜରିଆରେ ସୁବିଧାକୁ ପୂରା କରିବା ଲାଗି ଡିଜାଇନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri