Categories: ଫୁରସତ

ଗାଡ଼ିରେ ରିଲ୍ସ ବନେଇ ଫାଇନ ଭରିଲେ

ଲକ୍ଷ୍ନୌ: ଲୋକେ ନିଜ ବିବାହକୁ ମେମୋରେବଲ କରିବା ପାଇଁ ବହୁତ ପ୍ଲାନ୍‌ କରୁଛନ୍ତି। ଏଥିସହ ବର କନ୍ୟା ବିବାହ ପୂର୍ବରୁ ବିଭିନ୍ନ ସ୍ଥାନକୁ ଯାଇ ପ୍ରିୱେଡିଂ ଫଟୋଶୁଟ ମଧ୍ୟ କରୁଥିବା ନଜରକୁ ଆସୁଛନ୍ତି। ହେଲେ ନିକଟରେ ଜଣେ କନ୍ୟାଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ଲାଗିଛି। ଭିଡିଓରେ ଜଣେ ଝିଅ କନ୍ୟା ବେଶରେ କାରର ବୋନେଟ ଉପରେ ବସି ରିଲ୍‌ କରୁଥିବା ଦେଖିବାକୁ ମିଳିଛି। ସେଥିରେ ବିବାହ ଫିଲ୍ମର ଗୀତ ବାଜୁଛି। ଆଗରେ ଜଣେ କ୍ୟାମେରା ମ୍ୟାନ୍‌ ତାଙ୍କ ଭିଡିଓ ଶୁଟ କରୁଛନ୍ତି। ତାଙ୍କ ପାଖ ଦେଇ ଯାଉଥିବା ସମସ୍ତେ ତାଙ୍କୁ ବୁଲି ବୁଲି ଦେଖୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରେ। ଏହି ଭିଡିଓ ଭାଇରାଲ ପରେ ସେଠାକାର ପୋଲିସ ଏହି ମାମଲାରେ ତାଙ୍କ ଉପରେ ୧୫ ହଜାର ଟଙ୍କା ଜରିମାନା ଲଗାଇଛି। ଏଥିସହ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିନା ହେଲ୍‌ମେଟରେ ସ୍କୁଟି ଚଲାଉଛନ୍ତି। ଏହି ଘଟଣାରେ ତାଙ୍କୁ ସେଠାକାର ପୋଲିସ ୧୫୦୦ ଟଙ୍କା ଜରିମାନା ପକାଇଛି। ପୋଲିସ ଯାଞ୍ଚ କରିବାରୁ ଜଣାପଡିଛି, ଉକ୍ତ କନ୍ୟାଙ୍କ ନାମ ବର୍ଣ୍ଣିକା ଚୌଧୁରୀ। ସେ ପ୍ରଥମେ କାର୍‌ର ବୋନେଟ୍‌ ଉପରେ ବସି ପରେ ବିନା ହେଲ୍‌ମେଟରେ ସ୍କୁଟି ଚଲାଇ ରିଲ୍‌ ବନାଇଛନ୍ତି। ତେବେ ତାଙ୍କର ଏହି ଭିଡିଓରେ ଅନେକ ଲୋକ ତାଙ୍କୁ ସମର୍ଥନ କରିଥିବାବେଳେ କିଛି ଲୋକଙ୍କ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି, ଆପଣ ବୋଧେ କାର୍‌ ଆଉ ମେକପ ଆର୍ଟିଷ୍ଟଙ୍କ ପ୍ରମୋଶନ କରୁଛନ୍ତି।

Share