ନାଲ୍‌କୋ ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ

ବଅଁରପାଳ,୩୦ା୬(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଷ୍ଟକୟାର୍ଡରେ ବର୍ଷା ପାଣି ପଶିଯିବାରୁ କୋଇଲା ଫିଡିଂରେ ସମସ୍ୟା ହେଉଥିବା ଓ ବଏଲର ଷ୍ଟାର୍ଟ ପାଇଁ ଆବଶ୍ୟକ ପଡ଼ୁଥିବା ହେଭି ଫୁଏଲ ଅଏଲ (ଏଚ୍‌ଏଫ୍‌ଓ) ଏବଂ ଲାଇଟ୍‌ ଡିଜେଲ ଅଏଲ (ଏଲ୍‌ଡିଓ) ଆବଶ୍ୟକ ପରିମାଣର ନ ଥିବାରୁ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ୨ଟି ୟୁନିଟ୍‌ ବନ୍ଦ ରହିଛି। ଫଳରେ ପ୍ଲାଣ୍ଟରୁ ଦୈନିକ ୨୪୦ ମେଗାଓ୍ବାଟ୍‌ କମ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି।
ପ୍ରକାଶ ଯେ, ନାଲ୍‌କୋ ସିପିପିରେ ୧୦ଟି ୟୁନିଟ୍‌ ରହିଛି। ପ୍ରତି ୟୁନିଟ୍‌ରୁ ଦୈନିକ ୧୨୦ ମେଗାଓ୍ବାଟ୍‌ ଲେଖାଏ ମୋଟ୍‌ ୧୨ଶହ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ପ୍ଲାଣ୍ଟରୁ ଉତ୍ପାଦନ ହୋଇଥାଏ। କିନ୍ତୁ ପ୍ଲାଣ୍ଟର କୋଇଲା ଷ୍ଟକୟାର୍ଡରେ ବର୍ଷା ପାଣି ପଶିବା ଯୋଗୁ କୋଇଲା ଠିକ୍‌ ଭାବେ ବଙ୍କରରେ ଫିଡିଂ ହୋଇପାରୁନାହିଁ। ସେହିପରି ବଏଲର ଷ୍ଟାର୍ଟ ପାଇଁ ଆବଶ୍ୟକ ଏଚ୍‌ଏଫ୍‌ଓ ଏବଂ ଏଲ୍‌ଡିଓର ପରିମାଣ ମଧ୍ୟ ଆବଶ୍ୟକତାଠାରୁ କମ୍‌ ରହିଛି। ଏସବୁ କାରଣରୁ ସିପିପିର ୨ଟି ୟୁନିଟ୍‌କୁ ବନ୍ଦ ରଖାଯାଇଛି। ଫଳରେ ଏବେ ଦୈନିକ ୮ଟି ୟୁନିଟ୍‌ରୁ ୯୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରୁଛି। ତେଲ ସମସ୍ୟାର ସମାଧାନ ପାଇଁ ନାଲ୍‌କୋ କର୍ତ୍ତୃପକ୍ଷ ସ୍ମେଲଟର ପ୍ଲାଣ୍ଟରୁ ଟ୍ୟାଙ୍କର ଯୋଗେ ତେଲ ଆଣିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ଉପସଭାପତି ପ୍ରଣବ ଜେନା କହିଛନ୍ତି, ନାଲ୍‌କୋରେ କୋଇଲା ପରେ ତେଲ ସମସ୍ୟା ଦେଖାଦେଇଛି। ତେଲ ଅଭାବ ଯୋଗୁ ବଏଲର ଷ୍ଟାଟିଂ କରିବାରେ ଅସୁବିଧା ହେଉଛି। ନାଲ୍‌କୋ ଏମ୍ପ୍ଲୋୟିଜ ସଂଘ ସଭାପତି ନିର୍ମଳ ସାମଲ କହିଛନ୍ତି, ସିପିସିରେ କୋଇଲା ସମସ୍ୟା ସାଙ୍ଗକୁ ତେଲର ଅଭାବ ଦେଖାଦେଇଛି। ଏହାର କୁ ପ୍ରଭାବ ସ୍ମେଲଟର ଉପରେ ପଡ଼ୁଛି। ପଟ୍‌ଲାଇନ ଯେତିକି କିଲୋ ଆମ୍ପିୟରରେ ଚାଲିବା କଥା ତାହା ହେଉନାହିଁ। ତେଣୁ ଉତ୍ପାଦନ ହ୍ରାସ ପାଉଛି। ନାଲ୍‌କୋ ସିପିସି ଡିଜିଏମ୍‌ ସୁନୀଲ ମହାପାତ୍ର କହିଛନ୍ତି, ଷ୍ଟକୟାର୍ଡରେ ପାଣି ପଶିଯିବା ଯୋଗୁ ଠିକ୍‌ ଭାବେ କୋଇଲା ଫିଡିଂ ହୋଇପାରୁନାହିଁ। ତେଣୁ ସମସ୍ୟା ଉପୁଜିଛି। ଏଥିସହ ତେଲର ଅଭାବ ରହିଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri