କମାଇଦେଲେ ଗହମ କୋଟା

ଭୁବନ, ୭।୮(ଡି.ଏନ୍‌.ଏ.)

ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ସାଧାରଣ ଯୋଗାଣ ବ୍ୟବସ୍ଥା (ପିଡିଏସ୍‌)ରେ ଗରିବ ହିତାଧିକାରୀଙ୍କୁ ଜୁଲାଇ ମାସର ଗହମ କୋଟା କମାଇ ଦିଆଯାଇଛି। ଯୋଗାଣ ବିଭାଗ ପକ୍ଷରୁ କେ.ଜି. ପିଛା ୨୦୦ ଗ୍ରାମ କମ୍‌ ଗହମ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଉତ୍ପାଦନ କମିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୁଲାଇର କୋଟା ହ୍ରାସ କରାଯାଇଛି। ଫଳରେ ଏଭଳି ସମସ୍ୟା ଉପୁଜିଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହାକୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥିବାରୁ ଡିଲରଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ହିତାଧିକାରୀ, ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।
ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦରିଦ୍ର ସୀମାରେଖା ତଳେ ବାସ କରୁଥିବା ଏନ୍‌ଏସିର ୪ ହଜାର ୩୭୬ କାର୍ଡଧାରୀ ପରିବାରର ୧୪ ହଜାର ୫୫୭ ଏବଂ ଅନ୍ତ୍ୟୋଦୟ ଯୋଜନାରେ ୪୪୩ କାର୍ଡଧାରୀ ପରିବାରର ୧ ହଜାର ୪୭୫ ଜଣଙ୍କୁ ପିଡିଏସ୍‌ ସାମଗ୍ରୀ ଦିଆଯାଉଛି। ନିଜର ଆବଶ୍ୟକତା ଅନୁଯାୟୀ ସେମାନେ ଚାଉଳ କିମ୍ବା ଗହମ ନେଇଥାଆନ୍ତି। ଜୁଲାଇରେ ଏନ୍‌ଏସି ପାଇଁ ୪୮୬. ୯ କୁଇଣ୍ଟାଲ ଚାଉଳ ଏବଂ ୨୪୧.୭୬ କୁଇଣ୍ଟାଲ ଗହମ ଆଲର୍ଟ କରାଯାଇଥିଲା। ତନ୍ମଧ୍ୟରୁ ହିତାଧିକାରୀଙ୍କୁ ୪୮୪ କୁଇଣ୍ଟାଲ ୪୧ କେ.ଜି. ଚାଉଳ ଏବଂ ୨୪୦ କୁଇଣ୍ଟାଲ ୮୫ କେ.ଜି. ଗହମ ବଣ୍ଟନ କରାଯାଇଛି। ତେବେ ଚାଉଳ ନିର୍ଦ୍ଧାରିତ ପରିମାଣର ଦିଆଯାଇଥିବାବେଳେ ଗହମ ବାବଦକୁ ୨୦% ଅର୍ଥାତ୍‌ କେଜି ପିଛା ୨୦୦ ଗ୍ରାମ କମ୍‌ ଦିଆଯାଇଛି। ତଦନୁଯାୟୀ କମ୍‌ ଟଙ୍କା ମଧ୍ୟ ନିଆଯାଇଛି। ହେଲେ ପରିମାଣ କମାଇ ଦିଆଯାଇଥିବାରୁ ମାସକର ଆବଶ୍ୟକତା ପୂରଣ ହେବାରେ ସମସ୍ୟା ଉପୁଜିବ ବୋଲି ହିତାଧିକାରୀମାନେ କହିଛନ୍ତି।
ଅନ୍ୟପଟେ ଏଭଳି ଗହମ କମାଇଦିଆଯିବା ପରେ ଯୋଗାଣ ସାମଗ୍ରୀ ଦାୟିତ୍ୱରେ ଥିବା ଡିଲରଙ୍କୁ ହିତାଧିକାରୀମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ପ୍ରକୃତରେ ଯୋଗାଣ ପରିମାଣ ହ୍ରାସ ପାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ନା ଗହମ ବାଟମାରଣା ହୋଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏଥିଲାଗି ଡିଲର ଏବଂ ହିତାଧିକାରୀଙ୍କ ମଧ୍ୟରେ ଅନେକ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଯୋଗାଣ ବିଭାଗ ଅଧିକାରୀ ଏହାର ସ୍ପଷ୍ଟୀକରଣ ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି।
ସରକାରଙ୍କ ବିଚିତ୍ର ନିୟମ
ସରକାରଙ୍କ ବିଚିତ୍ର ନିୟମ। ପୂର୍ବରୁ ଯେତିକି ଗହମ ମିଳୁଥିଲା ସେତିକିରେ
ଆବଶ୍ୟକତା ମେଣ୍ଟି ଯାଉଥିଲା। ଜୁଲାଇରେ ଗହମ କମାଇ ଦିଆଯାଇଥିବାରୁ ଏହାକୁ ନେଇ ଡିଲରଙ୍କ ସହ ଅଯଥାରେ ବିବାଦ ହୋଇଛି।
-ପ୍ରମିଳା ବେହେରା, ହିତାଧିକାରୀ
ଯୋଗାଣ କମିଥିବାରୁ ସମସ୍ୟା
ଉତ୍ପାଦନ କମିଥିବାରୁ ଜୁଲାଇ ମାସରେ ଆବଶ୍ୟକତାଠାରୁ କମ୍‌ ଗହମ ଆସିଥିଲା। ତେଣୁ ହିତାଧିକାରୀଙ୍କ ୨୦ ପ୍ରତିଶତ କମ୍‌ ପ୍ରଦାନ କରାଯାଇଛି। ସେହି ହାରରେ ଟଙ୍କା ମଧ୍ୟ ନିଆଯାଇଛି।
-ବେଡା ବେସ୍ରା, ବ୍ଲକ ଯୋଗାଣ ଅଧିକାରୀ

ଆବଶ୍ୟକତାଠାରୁ ନିଅଣ୍ଟ ହେବ
ପରିବାରକୁ ପ୍ରତି ମାସରେ ୩୫ କେ.ଜି. ଗହମ ମିଳୁଥିଲା। ଜୁଲାଇରେ ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ଯୋଗାଣ ହୋଇଛି। ଆବଶ୍ୟକତା ପୂରଣ ଲାଗି ଏ ମାସରେ ବାହାରୁ ଅଟା କିଣିବାକୁ ପଡ଼ିବ।
-ଅଶୋକ ସାହୁ, ହିତାଧିକାରୀ

 

 


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri