କମାନ୍ତୁ ପେଟ ଚର୍ବି

ସାଧାରଣତଃ ମୋଟା ହେଲେ କିମ୍ବା ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପ୍ରଥମେ ପେଟରେ ଚର୍ବି ଜମିବା ଆରମ୍ଭ ହୋଇଯାଏ। ଯାହାକି ଫିଗରକୁ ଖରାପ କରିଥାଏ। ହେଲେ ଏପରି ସମସ୍ୟା କମାଇ ନିଜକୁ ଏକ ଷ୍ଟାଇଲିସ୍‌ ତଥା ସୁନ୍ଦର ଲୁକ୍‌ ଦେବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ତିନୋଟି ଏକ୍ସରସାଇଜ୍‌…

ସୁପରମ୍ୟାନ୍‌ ପୋଜ୍‌: ମ୍ୟାଟ୍‌ ଉପରେ ପେଟ ମାଡ଼ି ଶୋଇପଡନ୍ତୁ। ନିଃଶ୍ୱାସ ଭିତରକୁ ଟାଣି ଦୁଇ ଗୋଡ଼, ଦୁଇ ହାତ ଏବଂ ମୁଣ୍ଡକୁ ଉପରକୁ ଉଠାନ୍ତୁ । କିଛି ସମୟ ରଖିବା ପରେ ଧୀରେ ଧୀରେ ନିଃଶ୍ୱାସ ଛାଡି ଗୋଡ଼, ହାତ, ମୁଣ୍ଡ ତଳକୁ କରନ୍ତୁ। ୧୫ଥର ଏହିପରି କରିବା ପରେ ଟିକେ ରିଲାକ୍ସ କରି ପୁଣି ୧୫ ଥର ଲେଖାଏ ୨ ଥର କରନ୍ତୁ। ଏହାଦ୍ୱାରା ପେଟ, ଅଣ୍ଟା, ଜଙ୍ଘ ଏବଂ ବାହୁରେ ଜମୁଥିବା ଚର୍ବି କମିଯିବ।
ପୁସ୍‌ଅପ୍‌: ଏକ୍ସରସାଇଜ୍‌ କରୁଥିବା ପ୍ରାୟ ସମସ୍ତେ ପୁସ୍‌ଅପ୍‌କୁ ପସନ୍ଦ କରନ୍ତି। କାରଣ ଏହାଦ୍ୱାରା ନା କେବଳ ପେଟର ଚର୍ବି କମିଥାଏ ବରଂ ପେଟ, ହାତ, ଗୋଡ଼ ଆଦିର ମାଂସପେଶୀ ମଜଭୁତ ହୋଇଥାଏ। ପ୍ରଥମେ ମ୍ୟାଟ୍‌ରେ ପେଟ ମାଡ଼ି ଶୋଇଯାନ୍ତୁ। ଦୁଇ ପାପୁଲି ଏବଂ ଗୋଡ଼ର ଅଙ୍ଗୁଳି ସାହାଯ୍ୟରେ ଶରୀରକୁ ଉପରକୁ ଉଠାନ୍ତୁ। ଧୀରେ ଧୀରେ କହୁଣି ବଙ୍କା କରି ଶରୀରକୁ ତଳକୁ ଖସାନ୍ତୁ ଏବଂ ପୁଣି ଉପରକୁ ଉଠାନ୍ତୁ। ଦିନକୁ ଅତି କମ୍‌ରେ ୩୦ଥର ପୁସ୍‌ଅପ୍‌ କରନ୍ତୁ। ପ୍ରଥମେ ୧୫ ଥର ଏବଂ ୩୦ ସେକେଣ୍ଡ ରିଲାକ୍ସ କରିବା ପରେ ପୁଣି ୧୫ଥର କରନ୍ତୁ।
ମାଉଣ୍ଟେନ କ୍ଲାଇମ୍ବର: ଏଥିରେ ମଧ୍ୟ ପ୍ରଥମେ ମ୍ୟାଟ୍‌ରେ ପେଟ ମାଡି ଶୋଇଯାଆନ୍ତୁ। ଦୁଇ ପାପୁଲି ଏବଂ ଗୋଡ଼ର ଆଙ୍ଗୁଳି ସାହାଯ୍ୟରେ ଶରୀରକୁ ଉପରକୁ ଉଠାନ୍ତୁ। ମନେରଖନ୍ତୁ କହୁଣି ଯେପରି ସମ୍ପୂର୍ଣ୍ଣ ସିଧା ରୁହେ । ଗୋଟିଏ ଗୋଡ଼ର ଆଣ୍ଠୁକୁ ଛାତି ପର୍ଯ୍ୟନ୍ତ ଆଣି ପୁଣି ପଛକୁ ନିଅନ୍ତୁ। ଅନ୍ୟ ଗୋଡ଼ର ଆଣ୍ଠୁକୁ ସେହିଭଳି ଛାତି ପର୍ଯ୍ୟନ୍ତ ଆଣି ପଛକୁ ନିଅନ୍ତୁ ଯେପରି ଆପଣ ପାହାଡ଼ ଚଢୁଛନ୍ତି। ଏହିପରି ୩୦ ଥର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri