ସୀମାନ୍ତରେ ପୁଣି ଲାଲ୍‌ ଆତଙ୍କ: ଜଣେ ଯବାନ ଶହୀଦ

ମାଲକାନଗିରି,୨୭ା୩(ଡି.ଏନ୍‌.ଏ.): ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀଙ୍କ ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବିଜାପୁର ଅଞ୍ଚଳ ମିରତୁର ଥାନା ଅନ୍ତର୍ଗତ ତିମେନାରରେ ଆଇଇଡି ବ୍ଲାଷ୍ଟ ଯୋଗୁ ଜଣେ ଯବାନ ଶହୀଦ ହୋଇଛନ୍ତି।

ସୂଚନାନୁଯାୟୀ, ତିମେନାର ଅଞ୍ଚଳରେ ଚାଲିଥିବା ରାସ୍ତା କାମକୁ ସୁରକ୍ଷା ଦେବା ପାଇଁ ଯବାନମାନେ ଯାଉଥିବା ସମୟରେ ଏତେପାଲ ସିଏଏଫ୍‌ କ୍ୟାମ୍ପର ମାତ୍ର ୧ କିଲୋମିଟର ନିକଟ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଶହୀଦ ଯବାନ ହେଲେ କମାଣ୍ଡର ବିଜୟ ଯାଦବ।