ସୁନାମି, ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦିଏ ନାଲି କଙ୍କଡ଼ା

ଭୋଗରାଇ,୭।୧୦(ପ୍ରଦୀପ ଦାସ): ନିଃଶବ୍ଦ ଓ ନିଶ୍ଚଳ ଲୁଣା ଜଙ୍ଗଲ ବେଳାଭୂମିରେ ଦେଖାଯାନ୍ତି ବିରଳ ପ୍ରଜାତିର ନାଲି କଙ୍କଡ଼ା। ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଆମେରିକା ଭଳି କେତେକ ସନ୍ତସନ୍ତିଆ ବେଳାଭୂମି ଏହି ଜଳଜୀବଙ୍କ ଚରାଭୂଇଁ। ୪୫୦ ବର୍ଷ ଧରି ବିରଳ ନୀଳରକ୍ତ ଓ ନାଲି କଙ୍କଡ଼ା ଅଦ୍ୟାବଧି ବଞ୍ଚତ୍ ରହିଥିବା ଜୀବବିଜ୍ଞାନୀମାନେ ଦାବି କରୁଥିବା ବେଳେ ଆଧୁନିକ ଚିକତ୍ସା ବିଜ୍ଞାନରେ ନୀଳରକ୍ତ କଙ୍କଡ଼ାରୁ ମାନବକଲ୍ୟାଣ ନିମନ୍ତେ ମହାଔଷଧୀ ପ୍ରସ୍ତୁତ ହେଉଛି। ହେଲେ ନାଲି କଙ୍କଡ଼ା ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ଏହି କଙ୍କଡ଼ା ଉପରେ ଜୀବବିଜ୍ଞାନୀମାନେ ଅଧିକ ଗବେଷଣା କରିବା ଜରୁରୀ ହୋଇପଡ଼ିଛି। ଏହି ନାଲିକଙ୍କଡ଼ା ସମୁଦ୍ରରେ ସୁନାମି ଓ ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦେଇଥାଆନ୍ତି ବୋଲି ପରିବେଶବିତ୍‌ ମତ ରଖିଛନ୍ତି। ପରିବେଶ ପ୍ରଦୂଷଣ, ଲୁଣା ଜଙ୍ଗଲ ଧ୍ବଂସ, ଟ୍ରଲର ଚଳାଚଳ, ପ୍ଲାଷ୍ଟିକ ଓ ପଲିଥିନ ଅତ୍ୟଧିକ ବ୍ୟବହାର, କଙ୍କଡ଼ାକୁ ଧରିବା ଯୋଗୁ ଏମାନଙ୍କ ସଂଖ୍ୟା ବିଲୁପ୍ତ ହେବାକୁ ଯାଉଛି।
ବିଶେଷ ଭାବେ ବଙ୍ଗୋପସାଗର କୂଳରେ ବିଭିନ୍ନ ପ୍ରଜାତିର କଙ୍କଡ଼ା ଦେଖିବାକୁ ମିଳିଥାଏ। ଓଡ଼ିଶା ସୀମାନ୍ତ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଡଗରା, ଚୌମୁଖ, ହସକରା, ଦୁବଲାଗଡ଼ି, ଖଣ୍ଡିଆ ମୁହାଣ ସହିତ ଭିତରକନିକାରେ ମଧ୍ୟ ନୀଳ ଓ ନାଲିକଙ୍କଡ଼ା ଉଣା ଅଧିକେ ଦେଖାଯାନ୍ତି। ସେହିପରି ପଶ୍ଚିମବଙ୍ଗର ଦୀଘା, ଶଙ୍କରପୁର, ମନ୍ଦାରମଣି, ସାଗରଦୀପ ଓ ସୁନ୍ଦରବନ ଅଞ୍ଚଳରେ ନାଲିକଙ୍କଡ଼ା ସମୁଦ୍ରକୂଳ ଲୁଣାଜଙ୍ଗଲ ଓ ସମୁଦ୍ରକୂଳ ବାଲିସ୍ତୁପରେ ୨୦ରୁ ୩୫ ଇଞ୍ଚ ମଧ୍ୟରେ ଗାତ କରି ରହିଥାନ୍ତି। ଦିନବେଳେ ଗାତ ମୁହଁରେ ସୁରକ୍ଷା ପାଇଁ ଜଗି ରହୁଥିବା ବେଳେ ରାତିରେ ଏମାନେ ଚଳଚଞ୍ଚଳ ହୁଅନ୍ତି। ଉକ୍ତ କଙ୍କଡ଼ାର ଉପରି ଭାଗରେ ୨ଟି ଆଣ୍ଟିନା ଭଳି ରହିଥିବାରୁ ଦୂରରୁ ଶତ୍ରୁକୁ ଦେଖିପାରି ଗର୍ତ୍ତ ମଧ୍ୟରେ ଲୁଚିଯାଇଥାନ୍ତି। ଏମାନେ ସମୁଦ୍ରକୂଳରୁ ଛୋଟ ଛୋଟ ଜଳଜୀବ ଓ ଲୁଣାଜଙ୍ଗଲରୁ ତୃଣ ଖାଇ ଜୀବନଯାପନ କରନ୍ତି। ମାଈ ନାଲି କଙ୍କଡ଼ା ବର୍ଷକରେ ନଭେମ୍ବର ଓ ମାର୍ଚ୍ଚରେ ୨ ଥର ଅଣ୍ଡା ଦେଉଥିବା ବେଳେ ଥରକେ ୧ହଜାରରୁ ୨ହଜାର ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ପୁରୁଷ ରଜା କଙ୍କଡ଼ା ୨୦ରୁ ୩୦ବର୍ଷ ବଞ୍ଚତ୍ପାରେ ବୋଲି କେତେଜଣ ଜୀବବିଜ୍ଞାନୀ ତଥ୍ୟ ଦେଇଥିବାବେଳେ ଅନ୍ୟ କେତେଜଣ ୪ରୁ ୬ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି ବୋଲି ମତ ରଖିଛନ୍ତି। କେତେକ ଛୋଟ ଓ ବଡ଼ ନାଲିକଙ୍କଡ଼ା ୪ରୁ ୯ ଇଞ୍ଚ ଲମ୍ବ ଓ ୭ରୁ ୯ ଇଞ୍ଚ ଉଚ୍ଚତା ବିଶିଷ୍ଟ ହୋଇଥାନ୍ତି। ଏହି କଙ୍କଡ଼ା ମାଟିର ଉର୍ବରତା ବଢ଼ାଇବା ସହ ଜଙ୍ଗଲ ବୃଦ୍ଧି କରି ଜୈବବିବିଧତାକୁ ସନ୍ତୁଳିତ କରିଥାନ୍ତି। ଏମାନେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥା’ନ୍ତି। ନାଲି କଙ୍କଡ଼ା ଖାଦ୍ୟ ରୂପେ ବ୍ୟବହାର ହେବା ସହିତ ଏହାର ଖୋଳପାକୁ ମାଛ ଖାଦ୍ୟ, ଅମେଗା ୩ ଫ୍ୟାଟି ଏସିଡ୍‌, ଭିଟାମିନ ବି -୧୨ ଓ ହାର୍ଟବିଟ୍‌କୁ ଠିକ୍‌ ରଖେ ବୋଲି ପରିବେଶବିତ୍‌ ତଥା ଜୀବବିଜ୍ଞାନୀ ଶାଶ୍ୱତ କୁମାର ଜେନା କହିଛନ୍ତି। ନୀଳରକ୍ତ କଙ୍କଡ଼ାରୁ ଔଷଧ ପ୍ରସ୍ତୁତ ହେଉଥିବା ବେଳେ ଏହା ବିଶ୍ୱତାପନକୁ ନିୟନ୍ତ୍ରଣ କରିଥାଏ ବୋଲି ବିଶିଷ୍ଟ ବୈଜ୍ଞାନିକ ଡ. ସିଦ୍ଧେଶ୍ୱର ପତି ମତ ରଖିଛନ୍ତି।
ଫକୀରମୋହନ ବିଶ୍ୱବିଦ୍ୟାଳୟରେ ନୀଳକଙ୍କଡ଼ାର ଗବେଷଣା ବିଭାଗ ଖୋଲାଯାଇ ଅଧିକ ଗବେଷଣା କରାଯାଉଥିବା ବେଳେ ନାଲି କଙ୍କଡ଼ା ଗବେଷଣାଗାର ସ୍ଥାପନ ହେଉ ବୋଲି ଜୀବବିଜ୍ଞାନ ବିଭାଗର ପ୍ରଫେସର ଡ. ଭାସ୍କର ବେହେରା କହିଛନ୍ତି। ସାମୁଦ୍ରିକ ଜୀବଗୁଡ଼ିକର ଉତ୍ତମ ସ୍ଥିତି, ଖାଦ୍ୟ ସୁରକ୍ଷା ଓ ପରିବେଶ ସନ୍ତୁଳନ ନିମନ୍ତେ ନାଲି କଙ୍କଡ଼ାର ସୁରକ୍ଷା ବିଶେଷ ଜରୁରୀ ହେବା ସହିତ କଙ୍କଡ଼ା ସୁରକ୍ଷା ଲଢ଼େଇ ଜାରି ରହୁ ବୋଲି ବିଶିଷ୍ଟ ଶିଳ୍ପୀ ତଥା ପରିବେଶପ୍ରେମୀ କେଶୁ ଦାସ ମତପ୍ରକାଶ କରିଛନ୍ତି। ନାଲି, ନୀଳ ରକ୍ତ କଙ୍କଡ଼ାକୁ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ସ୍ଥାନାନ୍ତରିତ କରିବା, ଜଙ୍ଗଲ ସୁରକ୍ଷା ସହ କୂଳରେ ପ୍ଲାଷ୍ଟିକ, ପଲିଥିନ ବର୍ଜନ, ସ୍ପିଡ୍‌ ବାଇକ୍‌ ଚାଳନାକୁ ବନ୍ଦ କରିବା, କୂଳକୁ ସ୍ବଚ୍ଛ ରଖିବା, ସତେଜ ଓ ସବୁଜ ରଖିବା ନିମନ୍ତେ ଅନନ୍ତ ଦାସ ଫାଉଣ୍ଡେଶନ ପକ୍ଷରୁ ବ୍ୟାପକ ସଚେତନତା ହାତକୁ ନିଆଯାଇଛି ବୋଲି ସଙ୍ଗଠନର ସଭାପତି ଇଂ. ଅଭିଜିତ କୁମାର ଦାସ କହିଛନ୍ତି। ନାଲି ଓ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଓ ପ୍ରକୃତି ପରିବେଶକୁ ସ୍ବଚ୍ଛ ନିମନ୍ତେ ବିଧାନସଭାରେ ପ୍ରଶ୍ନ ଉଠାଇବେ ବୋଲି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri