ସୁନାମି, ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦିଏ ନାଲି କଙ୍କଡ଼ା

ଭୋଗରାଇ,୭।୧୦(ପ୍ରଦୀପ ଦାସ): ନିଃଶବ୍ଦ ଓ ନିଶ୍ଚଳ ଲୁଣା ଜଙ୍ଗଲ ବେଳାଭୂମିରେ ଦେଖାଯାନ୍ତି ବିରଳ ପ୍ରଜାତିର ନାଲି କଙ୍କଡ଼ା। ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଆମେରିକା ଭଳି କେତେକ ସନ୍ତସନ୍ତିଆ ବେଳାଭୂମି ଏହି ଜଳଜୀବଙ୍କ ଚରାଭୂଇଁ। ୪୫୦ ବର୍ଷ ଧରି ବିରଳ ନୀଳରକ୍ତ ଓ ନାଲି କଙ୍କଡ଼ା ଅଦ୍ୟାବଧି ବଞ୍ଚତ୍ ରହିଥିବା ଜୀବବିଜ୍ଞାନୀମାନେ ଦାବି କରୁଥିବା ବେଳେ ଆଧୁନିକ ଚିକତ୍ସା ବିଜ୍ଞାନରେ ନୀଳରକ୍ତ କଙ୍କଡ଼ାରୁ ମାନବକଲ୍ୟାଣ ନିମନ୍ତେ ମହାଔଷଧୀ ପ୍ରସ୍ତୁତ ହେଉଛି। ହେଲେ ନାଲି କଙ୍କଡ଼ା ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ଏହି କଙ୍କଡ଼ା ଉପରେ ଜୀବବିଜ୍ଞାନୀମାନେ ଅଧିକ ଗବେଷଣା କରିବା ଜରୁରୀ ହୋଇପଡ଼ିଛି। ଏହି ନାଲିକଙ୍କଡ଼ା ସମୁଦ୍ରରେ ସୁନାମି ଓ ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦେଇଥାଆନ୍ତି ବୋଲି ପରିବେଶବିତ୍‌ ମତ ରଖିଛନ୍ତି। ପରିବେଶ ପ୍ରଦୂଷଣ, ଲୁଣା ଜଙ୍ଗଲ ଧ୍ବଂସ, ଟ୍ରଲର ଚଳାଚଳ, ପ୍ଲାଷ୍ଟିକ ଓ ପଲିଥିନ ଅତ୍ୟଧିକ ବ୍ୟବହାର, କଙ୍କଡ଼ାକୁ ଧରିବା ଯୋଗୁ ଏମାନଙ୍କ ସଂଖ୍ୟା ବିଲୁପ୍ତ ହେବାକୁ ଯାଉଛି।
ବିଶେଷ ଭାବେ ବଙ୍ଗୋପସାଗର କୂଳରେ ବିଭିନ୍ନ ପ୍ରଜାତିର କଙ୍କଡ଼ା ଦେଖିବାକୁ ମିଳିଥାଏ। ଓଡ଼ିଶା ସୀମାନ୍ତ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଡଗରା, ଚୌମୁଖ, ହସକରା, ଦୁବଲାଗଡ଼ି, ଖଣ୍ଡିଆ ମୁହାଣ ସହିତ ଭିତରକନିକାରେ ମଧ୍ୟ ନୀଳ ଓ ନାଲିକଙ୍କଡ଼ା ଉଣା ଅଧିକେ ଦେଖାଯାନ୍ତି। ସେହିପରି ପଶ୍ଚିମବଙ୍ଗର ଦୀଘା, ଶଙ୍କରପୁର, ମନ୍ଦାରମଣି, ସାଗରଦୀପ ଓ ସୁନ୍ଦରବନ ଅଞ୍ଚଳରେ ନାଲିକଙ୍କଡ଼ା ସମୁଦ୍ରକୂଳ ଲୁଣାଜଙ୍ଗଲ ଓ ସମୁଦ୍ରକୂଳ ବାଲିସ୍ତୁପରେ ୨୦ରୁ ୩୫ ଇଞ୍ଚ ମଧ୍ୟରେ ଗାତ କରି ରହିଥାନ୍ତି। ଦିନବେଳେ ଗାତ ମୁହଁରେ ସୁରକ୍ଷା ପାଇଁ ଜଗି ରହୁଥିବା ବେଳେ ରାତିରେ ଏମାନେ ଚଳଚଞ୍ଚଳ ହୁଅନ୍ତି। ଉକ୍ତ କଙ୍କଡ଼ାର ଉପରି ଭାଗରେ ୨ଟି ଆଣ୍ଟିନା ଭଳି ରହିଥିବାରୁ ଦୂରରୁ ଶତ୍ରୁକୁ ଦେଖିପାରି ଗର୍ତ୍ତ ମଧ୍ୟରେ ଲୁଚିଯାଇଥାନ୍ତି। ଏମାନେ ସମୁଦ୍ରକୂଳରୁ ଛୋଟ ଛୋଟ ଜଳଜୀବ ଓ ଲୁଣାଜଙ୍ଗଲରୁ ତୃଣ ଖାଇ ଜୀବନଯାପନ କରନ୍ତି। ମାଈ ନାଲି କଙ୍କଡ଼ା ବର୍ଷକରେ ନଭେମ୍ବର ଓ ମାର୍ଚ୍ଚରେ ୨ ଥର ଅଣ୍ଡା ଦେଉଥିବା ବେଳେ ଥରକେ ୧ହଜାରରୁ ୨ହଜାର ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ପୁରୁଷ ରଜା କଙ୍କଡ଼ା ୨୦ରୁ ୩୦ବର୍ଷ ବଞ୍ଚତ୍ପାରେ ବୋଲି କେତେଜଣ ଜୀବବିଜ୍ଞାନୀ ତଥ୍ୟ ଦେଇଥିବାବେଳେ ଅନ୍ୟ କେତେଜଣ ୪ରୁ ୬ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି ବୋଲି ମତ ରଖିଛନ୍ତି। କେତେକ ଛୋଟ ଓ ବଡ଼ ନାଲିକଙ୍କଡ଼ା ୪ରୁ ୯ ଇଞ୍ଚ ଲମ୍ବ ଓ ୭ରୁ ୯ ଇଞ୍ଚ ଉଚ୍ଚତା ବିଶିଷ୍ଟ ହୋଇଥାନ୍ତି। ଏହି କଙ୍କଡ଼ା ମାଟିର ଉର୍ବରତା ବଢ଼ାଇବା ସହ ଜଙ୍ଗଲ ବୃଦ୍ଧି କରି ଜୈବବିବିଧତାକୁ ସନ୍ତୁଳିତ କରିଥାନ୍ତି। ଏମାନେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥା’ନ୍ତି। ନାଲି କଙ୍କଡ଼ା ଖାଦ୍ୟ ରୂପେ ବ୍ୟବହାର ହେବା ସହିତ ଏହାର ଖୋଳପାକୁ ମାଛ ଖାଦ୍ୟ, ଅମେଗା ୩ ଫ୍ୟାଟି ଏସିଡ୍‌, ଭିଟାମିନ ବି -୧୨ ଓ ହାର୍ଟବିଟ୍‌କୁ ଠିକ୍‌ ରଖେ ବୋଲି ପରିବେଶବିତ୍‌ ତଥା ଜୀବବିଜ୍ଞାନୀ ଶାଶ୍ୱତ କୁମାର ଜେନା କହିଛନ୍ତି। ନୀଳରକ୍ତ କଙ୍କଡ଼ାରୁ ଔଷଧ ପ୍ରସ୍ତୁତ ହେଉଥିବା ବେଳେ ଏହା ବିଶ୍ୱତାପନକୁ ନିୟନ୍ତ୍ରଣ କରିଥାଏ ବୋଲି ବିଶିଷ୍ଟ ବୈଜ୍ଞାନିକ ଡ. ସିଦ୍ଧେଶ୍ୱର ପତି ମତ ରଖିଛନ୍ତି।
ଫକୀରମୋହନ ବିଶ୍ୱବିଦ୍ୟାଳୟରେ ନୀଳକଙ୍କଡ଼ାର ଗବେଷଣା ବିଭାଗ ଖୋଲାଯାଇ ଅଧିକ ଗବେଷଣା କରାଯାଉଥିବା ବେଳେ ନାଲି କଙ୍କଡ଼ା ଗବେଷଣାଗାର ସ୍ଥାପନ ହେଉ ବୋଲି ଜୀବବିଜ୍ଞାନ ବିଭାଗର ପ୍ରଫେସର ଡ. ଭାସ୍କର ବେହେରା କହିଛନ୍ତି। ସାମୁଦ୍ରିକ ଜୀବଗୁଡ଼ିକର ଉତ୍ତମ ସ୍ଥିତି, ଖାଦ୍ୟ ସୁରକ୍ଷା ଓ ପରିବେଶ ସନ୍ତୁଳନ ନିମନ୍ତେ ନାଲି କଙ୍କଡ଼ାର ସୁରକ୍ଷା ବିଶେଷ ଜରୁରୀ ହେବା ସହିତ କଙ୍କଡ଼ା ସୁରକ୍ଷା ଲଢ଼େଇ ଜାରି ରହୁ ବୋଲି ବିଶିଷ୍ଟ ଶିଳ୍ପୀ ତଥା ପରିବେଶପ୍ରେମୀ କେଶୁ ଦାସ ମତପ୍ରକାଶ କରିଛନ୍ତି। ନାଲି, ନୀଳ ରକ୍ତ କଙ୍କଡ଼ାକୁ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ସ୍ଥାନାନ୍ତରିତ କରିବା, ଜଙ୍ଗଲ ସୁରକ୍ଷା ସହ କୂଳରେ ପ୍ଲାଷ୍ଟିକ, ପଲିଥିନ ବର୍ଜନ, ସ୍ପିଡ୍‌ ବାଇକ୍‌ ଚାଳନାକୁ ବନ୍ଦ କରିବା, କୂଳକୁ ସ୍ବଚ୍ଛ ରଖିବା, ସତେଜ ଓ ସବୁଜ ରଖିବା ନିମନ୍ତେ ଅନନ୍ତ ଦାସ ଫାଉଣ୍ଡେଶନ ପକ୍ଷରୁ ବ୍ୟାପକ ସଚେତନତା ହାତକୁ ନିଆଯାଇଛି ବୋଲି ସଙ୍ଗଠନର ସଭାପତି ଇଂ. ଅଭିଜିତ କୁମାର ଦାସ କହିଛନ୍ତି। ନାଲି ଓ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଓ ପ୍ରକୃତି ପରିବେଶକୁ ସ୍ବଚ୍ଛ ନିମନ୍ତେ ବିଧାନସଭାରେ ପ୍ରଶ୍ନ ଉଠାଇବେ ବୋଲି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri