ଦ୍ୱିତୀୟ ଥର ପାଇଁ ସ୍ଥିତି ଜାହିର କଲା ଲାଲବାହିନୀ: କହମଗୁଡା ଛକ ଘାଟି ଅଞ୍ଚଳରେ ଲାଗିଲା ମାଓବାଦୀ ବ୍ୟାନର, ପୋଷ୍ଟର 

ବାଲିଗୁଡା,୧୪।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ପୁଣି  ଲାଲବାହିନୀ ବ୍ୟାନର ଓ ପୋଷ୍ଟର ଲାଗିଛି। କୋଟଗଡ଼ ଥାନା ସୁବର୍ଣ୍ଣଗିରି ରାସ୍ତାର କହମଗୁଡ଼ା ଛକ ନିକଟରେ ଶୁକ୍ରବାର ସକାଳୁ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏକାଧିକ ମାଓବାଦୀ ବ୍ୟାନର ଓ ପୋଷ୍ଟର  ଲାଗିଥିବା ଦେଖିବାକୁ ମିଳିଛି।
ଚଳିତ ମାସ ୧୦ ତାରିଖ ସୋମବାର କୋଟଗଡ଼ ଥାନା ଜାମଝୋର ଗାଁ ନିକଟରେ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ମାଓବାଦୀ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଥିବା ବେଳେ ଆଜି ପୁଣି ଲଗାତାର ଦ୍ୱିିତୀୟ ଥର ପାଇଁ ପୋଷ୍ଟର ଲଗାଇ ସେମାନେ ଅଞ୍ଚଳରେ ସ୍ଥିତି ଜାହିର କରିଛନ୍ତି।
ଉକ୍ତ ବ୍ୟାନର ଓ ପୋଷ୍ଟରରେ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବାକୁ ଓଡ଼ିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ଡାକରା ଦେଇଛି। ଭାଜପା ସରକାର ରଣନୈତିକ ଆକ୍ରମଣ ଅପରେଶନ “କାଗର “କୁ ବିରୋଧ କରିଛି ଲାଲବାହିନୀ। ଓଡ଼ିଶା ଛତିଶଗଡ଼ ସୀମା କୁଲ୍ଲାଡି ଘାଟରେ ପୋଲିସ ଦ୍ୱାରା ନିହତ ୧୬ ଜଣ ସାଥି ମାଓବାଦୀଙ୍କ ନରସଂହାରକୁ ବିରୋଧ କରିବାକୁ ମାଓବାଦୀ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ତେବେ କୋଟଗଡ଼ ଅଞ୍ଚଳରେ ଦୀର୍ଘଦିନ ପରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଦୁଇ ଥର ମାଓବାଦୀ ବ୍ୟାନର ଓ ପୋଷ୍ଟର ଜାରି ହୋଇଥିବାରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri