୨୦୩୦ ସୁଦ୍ଧା ଭାରତରେ ସର୍ବାଧିକ ହୃଦ୍‌ଘାତ ଜନିତ ମୃତ୍ୟୁ ହେବ, ଏହାର କାରଣ କହିଲେ ବିଶେଷଜ୍ଞ

ବେଙ୍ଗାଲୁରୁ,୨୨ା୫: ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ସିଏନ ମଞ୍ଜୁନାଥ ଚେତାବନୀ ଦେଇଛନ୍ତି ଯେ, ଭାରତରେ ୨୦୩୦ ସୁଦ୍ଧା ବିଶ୍ୱରେ ସର୍ବାଧିକ ହୃଦ୍‌ଘାତ ଜନିତ ମୃତ୍ୟୁ ରେକର୍ଡ କରିବ। ଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କାର୍ଡିଓ ଭାସ୍କୁଲାର୍‌ ସାଇନ୍ସ ଏବଂ ରିସର୍ଚ୍ଚ ହେଲ୍‌ଥ ମେଡିକନ ୨୦୨୨’ ବିଷୟବସ୍ତୁ ଉପରେ ଡାକ୍ତରଙ୍କ ପାଇଁ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଏହା ପ୍ରକାଶ କରିଛନ୍ତି। ଚାପକୁ ପରିଚାଳନା କରିବା ସହିତ ଏହି ବିପଦ ପ୍ରତିହତ ପାଇଁ ସେ ଏକ ସମନ୍ବିତ ଆଭିମୁଖ୍ୟ ଆହ୍ବାନ ଦେଇଛନ୍ତି। ଏଥିରେ ସୁସ୍ଥ ଜୀବନଶୈଳୀ ଅଭ୍ୟାସ ବିକାଶ ନିହାତି ଜରୁରୀ ବୋଲି କହିଛନ୍ତି।

ସେ କହିଛନ୍ତି, ଯୁବକ ଏବଂ ମଧ୍ୟବିତ୍ତ ଲୋକଙ୍କ ମଧ୍ୟରେ ହୃଦ୍‌ଘାତ ସମସ୍ୟା ବଢୁଛି। ଯାହାକି ଚିନ୍ତାଜନକ ଅଟେ। ଦୁଇ ଦିନିଆ ସମ୍ମିଳନୀ (ମେ ୨୧-୨୨) ହାଲ୍‌ର ଡାକ୍ତରମାନଙ୍କୁ ପୁନର୍ଗଠନ, ଧାରଣା ବିନିମୟ ଏବଂ ଗଭୀର ଅନୁସନ୍ଧାନର ଏକ୍ସପୋଜର୍‌ କରିବାକୁ ସକ୍ଷମ କରିଥିଲା। ଯାହା ହାଲ୍‌ର ସିଏମ୍‌ଡି ଆର୍‌ ମାଧବନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା।
ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣ ମଧ୍ୟ ହୃଦ୍‌ଘାତର କାରଣ ହୋଇପାରେ ବୋଲି ସେ କହିଛନ୍ତି।

ଦେଶର ଅନେକ ସହରରେ ବାୟୁ ଗୁଣବତ୍ତା ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକୀୟ ହାର୍ଟ ଆସୋସିଏଶନର ଜର୍ନାଲ ସର୍କୁଲେସନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣର ଶିକାର ହେବା ପରେ ଜଣେ ବ୍ୟକ୍ତି ଏକ ଘଣ୍ଟା ମଧ୍ୟରେ ହୃଦ୍‌ଘାତର ଶିକାର ହୋଇପାରନ୍ତି। ଚାରୋଟି ସାଧାରଣ ବାୟୁ ପ୍ରଦୂଷଣକାରୀଙ୍କ ଉପସ୍ଥିତି, ଯଥା ସୂକ୍ଷ୍ମ କଣିକା ପଦାର୍ଥ, ନାଇଟ୍ରୋଜେନ ଡାଇଅକ୍ସାଇଡ, ସଲଫର୍‌ ଡାଇଅକ୍ସାଇଡ ଏବଂ କାର୍ବନ ମନୋକ୍ସାଇଡ ଶୀଘ୍ର ତୀବ୍ର କରୋନାରୀ ସିଣ୍ଡ୍ରୋମ (ଏସିଏସ୍‌) ସୃଷ୍ଟି କରିପାରେ। ଅଧ୍ୟୟନ ଅନୁଯାୟୀ, ବାୟୁ, ପ୍ରଦୂଷଣର ସବୁଠାରୁ ବଡ଼ କାରଣ ହେଉଛି ରାସ୍ତା, ବୈଦ୍ୟୁତିକ ଉପକରଣ ଏବଂ ନିର୍ମାଣ ସ୍ଥାନ ଉପରେ ଯାଉଥିବା ଗାଡ଼ରୁ ଧୂଳି ଉଡ଼ିିବା। ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ, ବାୟୁ ପ୍ରଦୂଷଣ ହେତୁ ସାରା ବିଶ୍ୱରେ ୪୨ ଲକ୍ଷ ଲୋକଙ୍କର ମୃତୁ ହୋଇଛି।

ମହିଳାମାନେ ପୁରୁଷଙ୍କ ଅପେକ୍ଷା ରାତିରେ ହୃଦ୍‌ଘାତର ଆଶଙ୍କା ଅଧିକ ଥାଏ। ମହିଳାମାନେ ଶୋଇବା ସମୟରେ ହୃଦ୍‌ଘାତ ହେତୁ ରାତିରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ।
ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି, ରୋଗୀମାନେ ବିଳମ୍ବିତ ରାତିରେ ଆରାମଦାୟକ ଅବସ୍ଥାରେ ରୁହନ୍ତି। ଏହି ସମୟରେ ମେଟାବୋଲଜିିମ୍‌, ହୃଦ୍‌ସ୍ପନ୍ଦନ ଏବଂ ରକ୍ତଚାପ କମିଯାଏ। ଫଳରେ ରାତିରେ ହଠାତ୍‌ ହୃଦ୍‌ଘାତ ହେତୁ ରୋଗୀର ମୃତ୍ୟୁ ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri