ରେକର୍ଡ ପରିମାଣରେ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୨।୧୧: ଚଳିତ ଆର୍ଥିକ ବର୍ଷର ସପ୍ତମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୪-୨୫ ଆର୍ଥିକ ବର୍ଷର ୭ମ ମାସରେ ଦେଶର ଜିଏସ୍‌ଟି ସଂଗ୍ରହ ୧,୮୭,୩୪୬ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି। ବିଶେଷ କରି ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣଠାରୁ ଏହା ପ୍ରାୟ ୯% (୮.୯%) ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବରରେ ସଂଗୃହୀତ ଟିକସ ପରିମାଣ ପ୍ରାୟ ୧,୭୨ ଲକ୍ଷ କୋଟିଠାରୁ ୨୦୨୪-୨୫ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ୮.୯% (୧,୮୭,୩୪୬ କୋଟି)ର ଟିକସ ସଂଗୃହୀତ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବରରେ ମୋଟ ୧,୮୭,୩୪୬ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍‌ଟି) ବାବଦରେ ୩୩,୮୨୧କୋଟି ଟଙ୍କା ଆଦାୟ ହୋଇଥିବାବେଳେ ରାଜ୍ୟ ଟିକସ (ଏସ୍‌ଜିଏସ୍‌ଟି) ବାବଦକୁ ୪୧,୮୬୪ କୋଟି ଟଙ୍କା ଆଦାୟ ହୋଇଛି। ସେହିଭଳି ଆଇଜିଏସ୍‌ଟି ବାବଦକୁ ମୋଟ ୯୯,୧୧୧ କୋଟି ଟଙ୍କା ଏବଂ ସେସ୍‌ ବାବଦରେ ୧୨,୫୫୦ କୋଟି ଟଙ୍କା ଟିକସ ଆକାରରେ ସଂଗ୍ରହ କରାଯାଇଛି। ଅପରପକ୍ଷରେ ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ମୋଟ ୧୨.୭୪ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗ୍ରହ କରାଯାଇଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ମୋଟ ୧୧.୬୪ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗୃହୀତ ହୋଇଥିଲା। ଏପରିକି ବାର୍ଷିକ ଭିତ୍ତିରେ ଚଳିତ ଆର୍ଥିକର ମୋଟ ଟିକସ ସଂଗ୍ରହ ୯.୪% ବୃଦ୍ଧି ହୋଇଛି। ସେହିଭଳି କ୍ରମାଗତ ୭ ମାସ ପାଇଁ ଦେଶର ଜିଏସ୍‌ଟି ସଂଗ୍ରହ ୧.୭ ଲକ୍ଷ କୋଟିରୁ ଅଧିକ ରହିଥିବାବେଳେ ୨ୟ ଥର ପାଇଁ ୧.୮ ଲକ୍ଷ କୋଟିରୁ ଅଧିକ ପରିମାଣର ଟିକସ ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ଓ୍ବେବ୍‌ସାଇଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri