ଆର.ଉଦୟଗିରିରେ ରେକର୍ଡ ବର୍ଷା

ଆର.ଉଦୟଗିରି,୯ା୯(ଡି.ଏନ.ଏ.): ଲଘୁଚାପ ପ୍ରଭାବରେ ଗଜପତି ଜିଲାରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ହାରାହାରି ୧୯୧.୮ ମିମି ବର୍ଷା ହୋଇଛି। ଆର.ଉଦୟଗିରି ବ୍ଲକରେ ସର୍ବାଧିକ ୪୩.୩ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନୂଆଗଡ଼ ବ୍ଲକରେ ୨୮.୪ ମିମି ବର୍ଷା ହୋଇଛି। ମୋହନା ବ୍ଲକରେ ୧୮.୬ ମିମି ବର୍ଷା ରେକର୍ଡ ହୋଇଛି। ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଜାରି ରହିଛି। ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବ୍ଲକ ପ୍ରଶାସନ ସଜାଗ ରହିଥିବା ସୂଚନା ଦେଇଛି। ଲଗାଣ ବର୍ଷା ଓ ପବନରେ ମୋହନା ବ୍ଲକର ଚନ୍ଦ୍ରଗିରି ଅଞ୍ଚଳରେ ବିରାଟ ଗଛ ଉପୁଡି ପଡିଯିବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡିଯାଇଛି। ଗୁରୁବାର ଅପରାହ୍ନ ୩ଟାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହି ଶୁକ୍ରବାର ୩ଟାରେ ଆସିଥିଲା। ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ପ୍ରବଳ ବର୍ଷାରେ ମରାମତି କରୁଥିବା ଦେଖିବାକୁ ମିଳୁଛି। ଏପରି କି ଗ୍ରାମରେ ଜଳ ଯୋଗାଣରେ ସମସ୍ୟା ଦେଖାଦେଇଛି।