ରାଷ୍ଟ୍ରାୟତ୍ତ ବ୍ୟାଙ୍କର ରେକର୍ଡ ପରିମାଣର ଲାଭ

ଭୁବନେଶ୍ୱର,୧୬ା୧୨(ଅନୁରାଧା ମହାରଣା): କ୍ରମାଗତ ଭାବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର କାରବାର ବେଶ ଉତ୍ସାହ ଜନକ ରହିଛି। ଏପରିକି ବ୍ୟାଙ୍କ ଗୁଡିକର ଲାଭ ପୂର୍ବପେକ୍ଷା ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ସର୍ବାଧିକ ୧.୪୧ ଲକ୍ଷ କୋଟି ଟଙ୍କାର ନେଟ୍‌ ଲାଭକରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅପରପକ୍ଷରେ ଏହାର ଗ୍ରସ୍‌ ନନ୍‌ପର୍ଫମିଂ ଆସେଟସ୍‌ (ଜିଏନ୍‌ପିଏ) ଉଲ୍ଲେଖନୀୟ ହ୍ରାସ ଘଟି ୨୦୨୪ ସେପ୍ଟେମ୍ବରରେ  ୩.୧୨%କୁ ଖସି ଆସିଛି। ଏପରିକି ଏହାର କ୍ରମାଗତ  ପ୍ରଦର୍ଶନ ସହ  ୮୫,୫୨୦ କୋଟିର ନେଟ୍‌ ଲାଭ ହାସଲ କରିଛି। ଏହା ବ୍ୟତୀତ ଗତ ୩ବର୍ଷ ମଧ୍ୟରେ ମୋଟ ୯, ୬୧,୯୬୪ କୋଟି ଡିଭିଡେଣ୍ଡ ଦେଇ ଶେୟାର ହୋଲ୍ଡର ରିଟର୍ନରେ ଯଥେଷ୍ଟ ଅବଦାନ ରଖିଛି। ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରର କାର୍ଯ୍ୟକ୍ଷମ ଦକ୍ଷତା, ଉନ୍ନତ ସମ୍ପତ୍ତି ଗୁଣବତ୍ତା ଏବଂ ଦୃଢ଼ ପୁଞ୍ଜି ଆଧାରକୁ ସୂଚିତକରେ। ସେମାନଙ୍କର ଆର୍ଥିକ ସଫଳତା ବ୍ୟତୀତ ଏହି ବ୍ୟାଙ୍କଗୁଡିକ ଆର୍ଥିକ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।   ଅଟଳ ପେନ୍‌ସନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜ୍ୟୋତି ବୀମା ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି।
ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକର ମୋଟ ଏନ୍‌ପିଏ ଅନୁପାତରେ ଏକ ଉଲ୍ଲେଖନୀୟ ଉନ୍ନତି ହୋଇଛି।  ୨୦୧୮ ମାର୍ଚ୍ଚରେ ଏହା ୧୪.୫୮% ଥିବାବେଳେ ୨୦୨୪ ସେପ୍ଟେମ୍ବର ମଧ୍ୟରେ ୩.୧୨% କୁ ହ୍ରାସ ପାଇଛି। ୨୦୧୫ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସମ୍ପତ୍ତି ଗୁଣବତ୍ତା ସମୀକ୍ଷା (ଏକ୍ୟୁଆର୍‌) ପ୍ରବର୍ତ୍ତନ କରିଥିବାବେଳେ ବ୍ୟାଙ୍କଗୁଡିକରେ ଲୁକ୍କାୟିତ ଚାପକୁ ଚିହ୍ନଟକରିବା ଏବଂ ସମାଧାନ କରିବା ସହ ଅନ୍ୟାନ୍ୟ ଦିଗରେ ଏହା ସହାୟକ ହୋଇଥିଲା।  ଅନ୍ୟପଟେ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକର ସିଆର୍‌ଏଆର୍‌ ୨୦୧୪-୧୫ ତୁଳନାରେ ୩୯% ବୃଦ୍ଧି ପାଇଛି । ୨୦୨୪ ସେପ୍ଟେମ୍ବରରେ ୧୫.୪୩% କୁ ବୃଦ୍ଧି ପାଇଛି, ଯାହା ମାର୍ଚ୍ଚ ୨୦୧୫ ରେ ୧୧.୪୫% ଥିଲା।  ଏହି ସିଆର୍‌ଏଆର୍‌  ଆର୍‌ବିଆଇର ସର୍ବନିମ୍ନ ଆବଶ୍ୟକତାଠାରୁ ୧୧.୫% ଠାରୁ ବହୁତ ଅଧିକ। ଏହା ଅନୁଷ୍ଠାନଗୁଡ଼ିକର ଆର୍ଥିକ ସୁଦୃଢ଼ତାକୁ ଦର୍ଶାଉଛି।
ପିଏମ୍‌ ମୁଦ୍ରା, ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ, ପିଏମ୍‌-ସ୍ବନିଧି, ପିଏମ୍‌ ବିଶ୍ୱକର୍ମା ଆଦି   ପ୍ରମୁଖ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା  ଅଧୀନରେ ୫୪ କୋଟି ଜନଧନ ଆକାଉଣ୍ଟ ଏବଂ ୫୨ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର କରାଯାଇଛି। ୨୦୧୪ ମାର୍ଚ୍ଚରେ ବ୍ୟାଙ୍କ ଶାଖା ସଂଖ୍ୟା ୧,୧୭,୯୯୦ ଥିବାବେଳେ ସେପ୍ଟେମ୍ବରରେ ଏହି ସଂଖ୍ୟା ୧,୬୦,୫୦୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୦୦,୬୮୬ ଶାଖା ଗ୍ରାମୀଣ ଏବଂ ଅର୍ଦ୍ଧ ସହରୀ  ଅଞ୍ଚଳରେ ଅଛି।  ସେହିପରି କିଷାନ କ୍ରେଡିଟ କାର୍ଡ (କେସିସି) ମାଧ୍ୟମରେ କୃଷକମାନଙ୍କୁ ସ୍ବଳ୍ପକାଳୀନ ଫସଲ ଋଣ ଯୋଗାଇଦିଆଯାଉଛି। ସେହିପରି କ୍ରମାଗତ ଭାବରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋସତ୍ାହିତ କରାଯାଉଛି।  ଗତ ୩ ବର୍ଷ ମଧ୍ୟରେ ୧୫% ସିଏଜିଆର୍‌ ପଞ୍ଜୀକୃତ ହୋଇଛି। ୨୦୨୪ ମାର୍ଚ୍ଚ  ଶେଷ ସୁଦ୍ଧା ମୋଟ ଅଗ୍ରଗତି ୨୮.୦୪ ଲକ୍ଷ କୋଟିରେ ପହଞ୍ଚିଛ। ଏହା ବାର୍ଷିକ ୧୭.୨% ଅଭିବୃଦ୍ଧି ଦର୍ଶାଉଛି। ୨୦୦୪-୨୦୧୪ ମଧ୍ୟରେ ଧାର୍ଯ୍ୟ ବାଣିଜି୍ୟକ ବ୍ୟାଙ୍କଗୁଡିକର ମୋଟ ଅଗ୍ରଗତି ୮.୫ ଲକ୍ଷ କୋଟିରୁ ୬୧ ଲକ୍ଷ କୋଟିକୁ ବୃଦ୍ଧି ପାଇଛି, ଯାହା ମାର୍ଚ୍ଚ ୨୦୨୪ ସୁଦ୍ଧା ୧୭୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri