ରାଷ୍ଟ୍ରାୟତ୍ତ ବ୍ୟାଙ୍କର ରେକର୍ଡ ପରିମାଣର ଲାଭ

ଭୁବନେଶ୍ୱର,୧୬ା୧୨(ଅନୁରାଧା ମହାରଣା): କ୍ରମାଗତ ଭାବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର କାରବାର ବେଶ ଉତ୍ସାହ ଜନକ ରହିଛି। ଏପରିକି ବ୍ୟାଙ୍କ ଗୁଡିକର ଲାଭ ପୂର୍ବପେକ୍ଷା ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ସର୍ବାଧିକ ୧.୪୧ ଲକ୍ଷ କୋଟି ଟଙ୍କାର ନେଟ୍‌ ଲାଭକରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅପରପକ୍ଷରେ ଏହାର ଗ୍ରସ୍‌ ନନ୍‌ପର୍ଫମିଂ ଆସେଟସ୍‌ (ଜିଏନ୍‌ପିଏ) ଉଲ୍ଲେଖନୀୟ ହ୍ରାସ ଘଟି ୨୦୨୪ ସେପ୍ଟେମ୍ବରରେ  ୩.୧୨%କୁ ଖସି ଆସିଛି। ଏପରିକି ଏହାର କ୍ରମାଗତ  ପ୍ରଦର୍ଶନ ସହ  ୮୫,୫୨୦ କୋଟିର ନେଟ୍‌ ଲାଭ ହାସଲ କରିଛି। ଏହା ବ୍ୟତୀତ ଗତ ୩ବର୍ଷ ମଧ୍ୟରେ ମୋଟ ୯, ୬୧,୯୬୪ କୋଟି ଡିଭିଡେଣ୍ଡ ଦେଇ ଶେୟାର ହୋଲ୍ଡର ରିଟର୍ନରେ ଯଥେଷ୍ଟ ଅବଦାନ ରଖିଛି। ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରର କାର୍ଯ୍ୟକ୍ଷମ ଦକ୍ଷତା, ଉନ୍ନତ ସମ୍ପତ୍ତି ଗୁଣବତ୍ତା ଏବଂ ଦୃଢ଼ ପୁଞ୍ଜି ଆଧାରକୁ ସୂଚିତକରେ। ସେମାନଙ୍କର ଆର୍ଥିକ ସଫଳତା ବ୍ୟତୀତ ଏହି ବ୍ୟାଙ୍କଗୁଡିକ ଆର୍ଥିକ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।   ଅଟଳ ପେନ୍‌ସନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜ୍ୟୋତି ବୀମା ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି।
ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକର ମୋଟ ଏନ୍‌ପିଏ ଅନୁପାତରେ ଏକ ଉଲ୍ଲେଖନୀୟ ଉନ୍ନତି ହୋଇଛି।  ୨୦୧୮ ମାର୍ଚ୍ଚରେ ଏହା ୧୪.୫୮% ଥିବାବେଳେ ୨୦୨୪ ସେପ୍ଟେମ୍ବର ମଧ୍ୟରେ ୩.୧୨% କୁ ହ୍ରାସ ପାଇଛି। ୨୦୧୫ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସମ୍ପତ୍ତି ଗୁଣବତ୍ତା ସମୀକ୍ଷା (ଏକ୍ୟୁଆର୍‌) ପ୍ରବର୍ତ୍ତନ କରିଥିବାବେଳେ ବ୍ୟାଙ୍କଗୁଡିକରେ ଲୁକ୍କାୟିତ ଚାପକୁ ଚିହ୍ନଟକରିବା ଏବଂ ସମାଧାନ କରିବା ସହ ଅନ୍ୟାନ୍ୟ ଦିଗରେ ଏହା ସହାୟକ ହୋଇଥିଲା।  ଅନ୍ୟପଟେ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକର ସିଆର୍‌ଏଆର୍‌ ୨୦୧୪-୧୫ ତୁଳନାରେ ୩୯% ବୃଦ୍ଧି ପାଇଛି । ୨୦୨୪ ସେପ୍ଟେମ୍ବରରେ ୧୫.୪୩% କୁ ବୃଦ୍ଧି ପାଇଛି, ଯାହା ମାର୍ଚ୍ଚ ୨୦୧୫ ରେ ୧୧.୪୫% ଥିଲା।  ଏହି ସିଆର୍‌ଏଆର୍‌  ଆର୍‌ବିଆଇର ସର୍ବନିମ୍ନ ଆବଶ୍ୟକତାଠାରୁ ୧୧.୫% ଠାରୁ ବହୁତ ଅଧିକ। ଏହା ଅନୁଷ୍ଠାନଗୁଡ଼ିକର ଆର୍ଥିକ ସୁଦୃଢ଼ତାକୁ ଦର୍ଶାଉଛି।
ପିଏମ୍‌ ମୁଦ୍ରା, ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ, ପିଏମ୍‌-ସ୍ବନିଧି, ପିଏମ୍‌ ବିଶ୍ୱକର୍ମା ଆଦି   ପ୍ରମୁଖ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା  ଅଧୀନରେ ୫୪ କୋଟି ଜନଧନ ଆକାଉଣ୍ଟ ଏବଂ ୫୨ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର କରାଯାଇଛି। ୨୦୧୪ ମାର୍ଚ୍ଚରେ ବ୍ୟାଙ୍କ ଶାଖା ସଂଖ୍ୟା ୧,୧୭,୯୯୦ ଥିବାବେଳେ ସେପ୍ଟେମ୍ବରରେ ଏହି ସଂଖ୍ୟା ୧,୬୦,୫୦୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୦୦,୬୮୬ ଶାଖା ଗ୍ରାମୀଣ ଏବଂ ଅର୍ଦ୍ଧ ସହରୀ  ଅଞ୍ଚଳରେ ଅଛି।  ସେହିପରି କିଷାନ କ୍ରେଡିଟ କାର୍ଡ (କେସିସି) ମାଧ୍ୟମରେ କୃଷକମାନଙ୍କୁ ସ୍ବଳ୍ପକାଳୀନ ଫସଲ ଋଣ ଯୋଗାଇଦିଆଯାଉଛି। ସେହିପରି କ୍ରମାଗତ ଭାବରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋସତ୍ାହିତ କରାଯାଉଛି।  ଗତ ୩ ବର୍ଷ ମଧ୍ୟରେ ୧୫% ସିଏଜିଆର୍‌ ପଞ୍ଜୀକୃତ ହୋଇଛି। ୨୦୨୪ ମାର୍ଚ୍ଚ  ଶେଷ ସୁଦ୍ଧା ମୋଟ ଅଗ୍ରଗତି ୨୮.୦୪ ଲକ୍ଷ କୋଟିରେ ପହଞ୍ଚିଛ। ଏହା ବାର୍ଷିକ ୧୭.୨% ଅଭିବୃଦ୍ଧି ଦର୍ଶାଉଛି। ୨୦୦୪-୨୦୧୪ ମଧ୍ୟରେ ଧାର୍ଯ୍ୟ ବାଣିଜି୍ୟକ ବ୍ୟାଙ୍କଗୁଡିକର ମୋଟ ଅଗ୍ରଗତି ୮.୫ ଲକ୍ଷ କୋଟିରୁ ୬୧ ଲକ୍ଷ କୋଟିକୁ ବୃଦ୍ଧି ପାଇଛି, ଯାହା ମାର୍ଚ୍ଚ ୨୦୨୪ ସୁଦ୍ଧା ୧୭୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri