ସର୍ବାଧିକ ରେକର୍ଡ କଲା ଅଭିଯୋଗ ଶୁଣାଣି, ରେଡ କାରପେଟରେ ଆସି ଅଭିଯୋଗ କଲେ ଲୋକେ

ଦାରିଙ୍ଗବାଡି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟ ସଭାଗୃହ ଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ବେଦଭୂଷଣ ଯୋଗଦେଇ ଅଞ୍ଚଳର ୨୫ପଞ୍ଚାୟବାସୀଙ୍କ ଅଭିଯୋଗ ଶୁଣିଛନ୍ତି । ତାଙ୍କ ସହ କନ୍ଧମାଳ ଏସପି ହରିଶ ବିଶି, କନ୍ଧମାଳ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଶମ୍ଭୁନାଥ ନନ୍ଦୀ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ଏସଡିପିଓ ରମେନ୍ଦ୍ର ପ୍ରସାଦ, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ମୋଟ ୨୫୬ଟି ଅଭିଯୋଗର ଶୁଣାଣି କରିଥିଲେ। ସାମୂହିକ୧୭୨ଟି ଅଭିଯୋଗ ହୋଇଥିବା ବେଳେ ସାମୂହିକ ୮୪ଟି ରହିଥିଲା । ଦାରିଙ୍ଗବାଡି ବ୍ଲକରେ ଏହି ଅଭିଯୋଗ ଶୁଣାଣି ସର୍ବାଧିକ ରେକର୍ଡ ସୃଷ୍ଟି କରିଛି । ୮ ବର୍ଷ ପୂର୍ବରୁ ୨୪୮ଟି ଅଭିଯୋଗର ଶୁଣାଣି ହୋଇଥିବା ରେକର୍ଡକୁ ଚଳିତ ଅଭିଯୋଗ ସର୍ବାଧିକ ବୋଲି ପ୍ରଶାସନ କହିଛି। ଦୁର୍ଗମଠାରୁ ସହର ପର୍ଯ୍ୟନ୍ତ ବିଏସଏନଏଲ ର ନେଟୱର୍କ ସମସ୍ୟା ସହ ଜିଓ ନେଟୱର୍କ ସ୍ଥାପନ ପାଇଁ ଅଭିଯୋଗ ହୋଇଥିଲା। ସେହିପରି ରାସ୍ତା ସମ୍ପ୍ରସାରଣ, ମରାମତି, ଗାଁକୁ ପଞ୍ଚାୟତ ସଂଯୋଗ ପାଇଁ ପୋଲ ନିର୍ମାଣ ଓ ରାସ୍ତା ନିର୍ମାଣ, ପିଇବା ପାଣି ବିଶେଷ କରି ବସୁଧା ଯୋଜନାରେ ଜଳ ଯୋଗାଣ ପାଇଁ ଅଭିଯୋଗ ହୋଇଥିଲା। ସେହିପରି ଜଙ୍ଗଲଜମି ଓ ଜମି ପଟ୍ଟା ଯୋଗାଣରେ ବିଳମ୍ବ, ଗଦାପୁର, ଶିକରମାହା ଏବଂ ବୁଡ଼ାଗୁଡାରେ ଡାକ୍ତର ନିୟମିତ ନ ରହିବା ତାଜୁଙ୍ଗିଆ ପଞ୍ଚାୟତରେ ୨ ବର୍ଷ ହେଲା ବିଏସଏନଏଲ ସେବା ଅଚଳ ସମେତ ବିଦ୍ୟୁତ ସେବା ଏକାଧିକ ଗ୍ରାମରେ ନଥିବା ଅଭିଯୋଗ ହୋଇଥିଲା। ସେହିପରି ସିମନବାଡିରେ ପୁନଃ ପୋଲିସ ଫାଣ୍ଡିକୁ ପ୍ରଚଳନ କରିବା ପୋଖରୀ ମରାମତି, ଭଳି ଅଭିଯୋଗ ହୋଇଥିଲା । ବିଡ଼ିଓ ପ୍ରୀତିରଞ୍ଜନ ରଥ ତହସିଲଦାର ଫାଲ୍ଗୁନୀ କୁମାର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠି, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି, କମଳ ପାତ୍ର, ବିଶ୍ୱରଞ୍ଜନ ହାତି,ସୁଶାନ୍ତ ପ୍ରଧାନ, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଯୋଗାଣ ନିରୀକ୍ଷକ ନିହାର ବେହେରା, ଅରୁଣ ପଟ୍ଟନାୟକ, ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରକାଶ ଯେ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ତଥା ରେଡ କାରପେଟ ବିଛାଯାଇଥିଲା ସେମାନଙ୍କ ବସିବା ପାଇଁ ଓ ବିଭିନ୍ନ ଅନୁସାଙ୍ଗିକ ବ୍ୟବସ୍ଥା କରାଯାଇଥିଲା ଯାହାକୁ ଦେଖି କନ୍ଧମାଳ ଜିଲାପାଳ ବେଦଭୂଷଣ ବ୍ଲକ ପ୍ରଶାସନକୁ ପ୍ରଂଶସା କରିଥିଲେ ସେହିପରି ଅଭିଯୋଗ ଶୁଣାଣୀ ପରେ ଭତ୍ତା ବଣ୍ଟନ କରିଥିଲେ ଜିଲାପାଳ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri