Categories: ଫୁରସତ

ମୁଣ୍ଡରେ ତେଲ ମାଲିସ୍‌ କରି ରେକର୍ଡ

ଘରେ ଜେଜେମା’, ମା’ ଆଗରୁ ପିଲାଙ୍କ ମୁଣ୍ଡରେ ତେଲ ମାଲିସ୍‌ କରିଦେଉଥିଲେ। ଏହି ସମୟରେ ଅନେକ ଗପସପ ବି ହେଉଥିଲେ। ତେଲ ମାଲିସ୍‌ର ଏଇ ମୁହୂର୍ତ୍ତ ବେଶ୍‌ ମଜାଦାର ଥିଲା। ହେଲେ ଏବେ ସେସବୁ ବିଶେଷଭାବେ ଦେଖିବାକୁ ମିଳୁନି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ତେଲ ମାଲିସ୍‌କୁ ନେଇ ଗିନିଜ ଓ୍ବାର୍ଲ ରେକର୍ଡ ହୋଇଛି। ମୁମ୍ବାଇ, କାନ୍ଦଓ୍ବଲିସ୍ଥ ଗ୍ରୋଓ୍ବେଲ୍‌ସ ମଲ୍‌ରେ ୬୦୦ଜଣ ମହିଳା ଗୋଲାକାରରେ ପଛକୁ ପଛ ବସି ଜଣେ ଆଉ ଜଣଙ୍କ ମୁଣ୍ଡରେ ତେଲ ମାସିଲ କରିଥିଲେ। ଏତେ ସଂଖ୍ୟକ ମହିଳା କରିଥିବା ଏହି ତେଲ ମାଲିସ୍‌ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠୁ ଲମ୍ବା ହେଡ ମସାଜ୍‌ ଚେନ୍‌ ଭାବେ ସ୍ଥାନ ପାଇଛି। ଏହି ଇଭେଣ୍ଟକୁ ଅର୍ଗନାଇଜ୍‌ କରିଥିଲା ଏକ ହେୟାର୍‌ ଅଏଲ୍‌ କମ୍ପାନୀ। ଉଦ୍ଦେଶ୍ୟ ଥିଲା ତେଲ ମାସିଲର ମହତ୍ୱ ସମସ୍ତଙ୍କୁ ଅବଗତ କରାଇବା।

Share