କୁଷ୍ଠରୋଗୀଙ୍କ ରିକନ୍‌ଷ୍ଟ୍ରକ୍ଟିଭ୍‌ ସର୍ଜରି ନୈରାଶ୍ୟଜନକ

ହର୍ଷବର୍ଦ୍ଧନ ବେହେରା
ଯାଜପୁର ଅଫିସ, ୨୭ା୪: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରିକନ୍‌ଷ୍ଟ୍ରକ୍ଟିଭ୍‌ ସର୍ଜରି(ଆର୍‌ସିଏସ୍‌)ପ୍ରକ୍ରିୟାକୁ ସୁଦୃଢ଼ୀକରଣ କରିବାକୁ ୨୦୨୨-୨୩ରେ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ ପ୍ଲାନ୍‌ରୁ ବିଭିନ୍ନ ଯନ୍ତ୍ରପାତି କିଣିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ରାଜ୍ୟର ସମସ୍ତ ୩୦ ଜିଲା ସଦର ଡାକ୍ତରଖାନା ସମେତ କ୍ୟାପିଟାଲ ହସ୍ପିଟାଲରେ କୁଷ୍ଠ ରୋଗୀମାନଙ୍କ ଆର୍‌ସିଏସ୍‌ ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରାଯାଇଛି। ସେହିପରି ବେସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଆର୍‌ସିଏସ୍‌ ସୁବିଧା ପାଇବାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ଅନ୍ତର୍ଭୁକ୍ତ କରାଯାଇଛି। ମଜୁରି କ୍ଷତିର ଭରଣା ପାଇଁ ଚିକିତ୍ସାଧୀନ କୁଷ୍ଠରୋଗୀଙ୍କୁ ଏକ ସମୟରେ ୧୨ ହଜାର ଟଙ୍କା ସହାୟତା ସମେତ ୧୫୦୦ ଟଙ୍କା ଯିବାଆସିବା ଖର୍ଚ୍ଚ ଏବଂ ଔଷଧ ଖର୍ଚ୍ଚ ବାବଦକୁ ୫୦୦୦ ଟଙ୍କା ଦିଆଯାଉଛି। ଏନେଇ କୁଷ୍ଠରୋଗୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆଶାକର୍ମୀମାନଙ୍କୁ ୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ନ୍ୟାଶନାଲ ଲେପ୍ରୋସି ଇରାଡିକେଶନ ପ୍ରୋଗ୍ରାମ (ଏନ୍‌ଏଲ୍‌ଇପି)ରେ ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଆର୍‌ସିଏସ୍‌ ପ୍ରକ୍ରିୟା ଏଯାଏ କେତେକ ଜିଲାରେ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି। ଏଠାରେ ଯାଜପୁର ଜିଲାର ବ୍ୟାସନଗର ସହରରେ ଥିବା ଅବହେଳିତ ଗାନ୍ଧୀ କୁଷ୍ଠାଶ୍ରମକୁ ଉଦାହରଣ ଭାବେ ନିଆଯାଇପାରେ। ଏହି କଲୋନିରେ ୧୫୬ ଜଣ ଅନ୍ତେବାସୀ ରହୁଛନ୍ତି। ଏଯାଏ ଜଣେ ବି କୁଷ୍ଠରୋଗୀଙ୍କ ଆର୍‌ସିଏସ୍‌ ହୋଇପାରି ନ ଥିବା ବସ୍ତିବାସିନ୍ଦାଙ୍କଠାରୁ ସୂଚନା ମିଳିଛି। ସୁଷମା ସିଂ, କଟିଆ ରଣା ପ୍ରମୁଖ କହିଛନ୍ତି, ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସେଠାରେ ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥାରେ ଝାଟିମାଟି କୁଡ଼ିଆରେ ସେମାନେ କାଳାତିପାତ କରୁଛନ୍ତି। ପକ୍କାଘର ଏମାନଙ୍କ ପାଇଁ ସ୍ବପ୍ନ ହୋଇଛି। ସ୍ବତନ୍ତ୍ର ବସତି ସ୍ଥାପନ କରିବେ ବୋଲି ସରକାର କେବଳ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ କିଛି ସୁଫଳ ମିଳିପାରିନାହିଁ। ରୋଗୀମାନଙ୍କୁ ଆର୍‌ସିଏସ୍‌ କରିବା କଥା ସେମାନେ ନୂଆ ଭାବେ ଶୁଣିବାକୁ ପାଉଛନ୍ତି। ଏଠାରେ କୃଷ୍ଣ ଜେନା, କାର୍ମି ମୁଣ୍ଡା, ଦଶମା ସିଂ ପ୍ରମୁଖ ପ୍ରାୟ ୧୦ ଜଣ କୁଷ୍ଠରୋଗୀଙ୍କ କିଛି ଅଙ୍ଗପ୍ରତ୍ୟଙ୍ଗ କଟି ଯାଇଛି। ସେମାନଙ୍କ ଆର୍‌ସିଏସ୍‌ କରାଗଲେ ଉପକୃତ ହୋଇପାରିବେ। ହେଲେ ସରକାରୀ ଭାବେ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷେ ପ୍ରାୟ ୫ ବର୍ଷ ହେଲା ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ଯୋଡ଼ାବର ନିକଟସ୍ଥ ଗଣ୍ଡାନାଳ କୂଳରେ ଥଇଥାନ କରିବାକୁ ଯୋଜନା କରାଯାଇଛି। ତାହା ବି ଯୋଜନାରେ ସୀମିତ ରହିଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଲେପ୍ରୋସି ସେଲ୍‌ର ରିପୋର୍ଟ ଅନୁସାରେ ଓଡ଼ିଶାର ୨୨ ଜିଲାର ୮୭ କଲୋନୀରେ ୮,୦୩୨ ଅନ୍ତେବାସୀ ଅବହେଳିତ ଅବସ୍ଥାରେ ରହିଛନ୍ତି। ସେଥିମଧ୍ୟରୁ ଆରୋଗ୍ୟ ଲାଭ କରିଥିବା ୨୭୬ ଜଣଙ୍କ ଆର୍‌ସିଏସ୍‌ କରିବାକୁ ବିଭାଗ ପକ୍ଷରୁ ଚିହ୍ନଟ ହୋଇଛି। ୧୭୯ ଜଣଙ୍କ ସର୍ଜରି ଚାଲିଥିବାବେଳେ ୨୧ ଜଣ ରୋଗୀଙ୍କ ସର୍ଜରି ମେଡିକାଲ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛି। ୫୯ ଜଣ ଅନିଚ୍ଛା ପ୍ରକାଶ କରିଥିବାବେଳେ ୧୭ ଜଣ ଦାଦନ ଖଟିବାକୁ ଯାଇଛନ୍ତି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ୨୨ା୪ା୨୦୨୩ରେ ବାଲେଶ୍ୱର, ବରଗଡ଼, କଟକ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ ଓ ସୁନ୍ଦରଗଡ଼ ଜିଲାର ଜିଲାପାଳ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖଙ୍କୁ କୁଷ୍ଠରୋଗୀମାନଙ୍କ ଆର୍‌ସିଏସ୍‌ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri