ରିକମ୍ବିନାଣ୍ଟ ଡିଏନ୍‌ଏ

”ଡିଏନ୍‌ଏର ଆକୃତି ଓ କାର୍ଯ୍ୟପ୍ରଣାଳୀ ବିଷୟରେ ଜେମ୍ସ ୱାଟ୍‌ସନ ଓ ଫ୍ରାନ୍ସିସ୍‌ କ୍ରିକ୍‌ ପ୍ରଥମେ ଗବେଷଣା କରିଥିଲେ, ଯାହା ୧୯୫୩ ମସିହାରେ ପ୍ରସିଦ୍ଧ ‘ନେଚର ପତ୍ରିକା’ରେ ପ୍ରକାଶ
ପାଇଥିଲା l ସେମାନଙ୍କୁ ମିଳିତ ଭାବେ ୧୯୬୨ରେ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ରିକମ୍ବିନାଣ୍ଟ ଡିଏନ୍‌ଏ, ଜିନ୍‌ କ୍ଲୋନିଂ ଓ ଜିନ୍‌ ଟ୍ରାନ୍ସଫର ବିଦ୍ୟା ପ୍ରୟୋଗ କରାଯାଇ ନୂଆ ଆଣ୍ଟିବାୟୋଟିକ୍‌, ଟିକା,
ଔଷଧ, ହର୍ମୋନ ଓ ଏଞ୍ଜାଇମ୍‌ ତିଆରି କରାଯାଇପାରିବ l“

ମଣିଷ ଈଶ୍ୱରଙ୍କ ଅନୁପମ ସୃଷ୍ଟି। ମଣିଷ ଭିତରେ ନିୟୁତାଧିକ କୋଷିକା ମଧ୍ୟରେ ନାଭି ଥାଏ। ନାଭି ମଧ୍ୟରେ ରହିଥାଏ ସୂତା ଭଳି ୨୩ ଯୋଡ଼ା କ୍ରୋମୋଜମ୍‌। ତନ୍ମଧ୍ୟରେ ୨୨ ଯୋଡ଼ା ଅଟୋଜମ୍‌ ହୋଇଥାଏ, ଯାହା ନାରୀ ଓ ପୁରୁଷମାନଙ୍କଠାରେ ସମାନ ରହିଥାଏ। ମଣିଷର ୨୩ତମ କ୍ରୋମୋଜମ୍‌ ଯୋଡ଼ାକୁ ‘ସେକ୍ସ କ୍ରୋମୋଜମ୍‌’ କୁହାଯାଏ, ଯାହା ନାରୀ ଓ ପୁରୁଷ ମଧ୍ୟରେ ପ୍ରଭେଦ ଆଣିଥାଏ। ନାରୀମାନଙ୍କ କ୍ଷେତ୍ରରେ ହୋମୋଗାମେଟିକ୍‌ ଅର୍ଥାତ୍‌ ଦୁଇଟି ‘ଏକ୍ସ’ କ୍ରୋମୋଜମ୍‌ ଥିଲାବେଳେ ପୁରୁଷମାନେ ହେଟେରୋଗାମେଟିକ୍‌ ଅର୍ଥାତ୍‌ ଗୋଟିଏ ‘ଏକ୍ସ’ ଓ ଗୋଟିଏ ‘ୱାଇ’ କ୍ରୋମୋଜମ୍‌ ରହିଥାଏ।
କ୍ରୋମୋଜମ୍‌ରେ ମୂଳ ଜନନ ସମ୍ବନ୍ଧୀୟ ବାର୍ତ୍ତା ବହନ କରୁଥିବା ଅମ୍ଳମାଳା ଡିଅକ୍ସିରାଇବୋନ୍ୟୁକ୍ଲିକ ଏସିଡ୍‌ ବା ଡିଏନ୍‌ଏ ଓ ହିଷ୍ଟୋନ ପୁଷ୍ଟିସାର ରହିଥାଏ। ମଣିଷ ଶରୀରରେ ପ୍ରାୟ ୨୦ ହଜାରରୁ ୨୫ ହଜାର ଜିନ୍‌ ରହି ଲକ୍ଷାଧିକ ପୁଷ୍ଟିସାର ଅଣୁ ପାଇଁ କୋଡିଂ କରନ୍ତି। କେତେକ ଜିନ୍‌ ପୁଷ୍ଟିସାର ପାଇଁ କୋଡିଂ କରି ନ ଥା’ନ୍ତି। ଅଧିକାଂଶ ଡିଏନ୍‌ଏ ନାଭିରେ ରହୁଥିଲାବେଳେ କେତେକ ମାଇଟୋକଣ୍ଡ୍ରିଆରେ ରହିଥାନ୍ତି। ଡିଏନ୍‌ଏ ହେଉଛି ଏକ ଜୈବ ପଲିମର ବା ଜଟିଳ ଓ ବିଶାଳ ଅଣୁ, ଯାହା ପଲିନ୍ୟୁକ୍ଲିଓଟାଇଡକୁ ନେଇ ଗଠିତ ହୋଇଥାଏ। ପ୍ରତ୍ୟେକ ନ୍ୟୁକ୍ଲିଓଟାଇଡରେ ଗୋଟିଏ ନାଇଟ୍ରୋଜେନ ବେସ୍‌ ଅଣୁ, ପାଞ୍ଚୋଟି କାର୍ବନ ଥିବା ଗୋଟିଏ ଶର୍କରା ଅଣୁ ଓ ଫସ୍‌ଫେଟ ଅଣୁକୁ ନେଇ ଗଠିତ। ଡିଏନ୍‌ଏ ଦୁଇଖିଅ ବିଶିଷ୍ଟ କୁଣ୍ଡଳାକୃତି ଶିଡିି ବା ନିଶୁଣି ଭଳି ହୋଇଥାଏ, ଯେଉଁଥିରେ ବେସ୍‌ ଯୁଗଳମାନେ ଆଡ଼ପଟା ଆକାରରେ ଭୂଲମ୍ବ ପାର୍ଶ୍ୱ ସୁଗାର ଓ ଫସ୍‌ଫେଟରେ ତିଆରି ଦୁଇ ମେରୁଦଣ୍ଡକୁ ବାନ୍ଧି ରଖିଥାନ୍ତି। ଆଡେନିନ୍‌ ବେସ୍‌ ଥାଏମିନ୍‌ ସହିତ ଓ ଗୁଆନିନ୍‌ ବେସ୍‌ ସାଇଟୋସିନ୍‌ ସହିତ ଯୋଡ଼ି ହୋଇ ଶିିଡି ପାହାଚ ସୃଷ୍ଟି କରନ୍ତି l ଡିଏନ୍‌ଏରେ ଥିବା ସନ୍ଦେଶ ରାସାୟନିକ ବେସ୍‌ ଆକାରରେ ଗଚ୍ଛିତ ହୋଇ ରହିଥାଏ। ଗୋଟିଏ କୋଷିକାରେ ଥିବା ଡିଏନ୍‌ଏକୁ ପ୍ରସାରିତ କଲେ ତାହାର ଲମ୍ବ ପ୍ରାୟ ଦୁଇ ମିଟର ହେବ। ଯଦି ଶରୀରର ସମସ୍ତ କୋଷିକାରେ ଥିବା ଡିଏନ୍‌ଏର ଲମ୍ବକୁ ମିଶାଯାଏ, ତାହା ଆମ ସୌରମଣ୍ଡଳର ବ୍ୟାସ ସଙ୍ଗେ ସମାନ ହେବ। ତନ୍ତୁମାନେ ଏକତ୍ର ହୋଇ ମଣିଷର ଅଙ୍ଗପ୍ରତ୍ୟଙ୍ଗ ସୃଷ୍ଟି କରନ୍ତି। ଡିଏନ୍‌ଏ ରାଇବୋନ୍ୟୁକ୍ଲିକ ଅମ୍ଳ ତିଆରି କରିଥାଏ। କୋଷିକାରେ ଥିବା ରାଇବୋଜୋମ୍ସ ଆର୍‌ଏନ୍‌ଏର ସାଙ୍କେତିକ ବାର୍ତ୍ତାରେ ଥିବା ତିନୋଟି ବର୍ଣ୍ଣକୁ ଏକାସାଙ୍ଗରେ ପାଠ କରି ତଦନୁସାରେ ଆମିନୋ ଅମ୍ଳ ତିଆରି କରନ୍ତି। ଯେପରି ସିଏଏ ସାଙ୍କେତିକ ବାର୍ତ୍ତା ଗ୍ଲୁଟାମିନ୍‌ ପାଇଁ ଏବଂ ଏଜିୟୁ ସାଙ୍କେତିକ ବାର୍ତ୍ତା ସେରିନ୍‌ ଆମିନୋ ଅମ୍ଳ ପାଇଁ କୋଡିଂ କରିଥାନ୍ତି। ତେଣୁ କେଉଁ ଆମିନୋ ଅମ୍ଳ କେତେ ପରିମାଣରେ ମିଶିବେ, କେଉଁ ଭଳି ଓ କେଉଁ ଆକୃତିର ପୁଷ୍ଟିସାର ନିର୍ମାଣ କରିବେ, ସବୁକିଛିର ସାଙ୍କେତିକ ବାର୍ତ୍ତା ଡିଏନ୍‌ଏରେ ଗଚ୍ଛିତ ହୋଇ ରହିଥାଏ। ଡିଏନ୍‌ଏର ଆକୃତି ଓ କାର୍ଯ୍ୟ ପ୍ରଣାଳୀ ବିଷୟରେ ଜେମ୍ସ ୱାଟସନ ଓ ଫ୍ରାନ୍ସିସ୍‌ କ୍ରିକ୍‌ ପ୍ରଥମେ ଗବେଷଣା କରିଥିଲେ, ଯାହା ୧୯୫୩ ମସିହାରେ ପ୍ରସିଦ୍ଧ ‘ନେଚର ପତ୍ରିକା’ରେ ପ୍ରକାଶ ପାଇଥିଲା। ସେମାନଙ୍କୁ ମିଳିତ ଭାବେ ୧୯୬୨ରେ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ରିକମ୍ବିନାଣ୍ଟ ଡିଏନ୍‌ଏ, ଜିନ୍‌ କ୍ଲୋନିଂ ଓ ଜିନ ଟ୍ରାନ୍ସଫର ବିଦ୍ୟା ପ୍ରୟୋଗ କରାଯାଇ ନୂଆ ଆଣ୍ଟିବାୟୋଟିକ୍‌, ଟିକା, ଔଷଧ, ହର୍ମୋନ ଓ ଏଞ୍ଜାଇମ୍‌ ତିଆରି କରାଯାଇପାରିବ l
ଉଦ୍ଭିଦର ଡିଏନ୍‌ଏକୁ ବୀଜାଣୁମାନଙ୍କ ଡିଏନ୍‌ଏରେ ଓ ମଣିଷ ଡିଏନ୍‌ଏକୁ ନେଇ ଫଙ୍ଗାଲ ଡିଏନ୍‌ଏରେ ପ୍ରତିରୋପଣ କରାଯାଇପାରିବ l ପ୍ରଥମେ ୧୯୭୨ରେ ଆମେରିକାର ଜୈବ ରସାୟନବିତ୍‌ ପାଉଲ ବର୍ଗ ଜେନେଟିକ ଯାନ୍ତ୍ରିକ ବିଦ୍ୟା ବିକାଶ କରାଇଥିଲେ ଓ ସେଥିପାଇଁ ତାଙ୍କୁ ଜେନେଟିକ ଯାନ୍ତ୍ରିକ ବିଦ୍ୟାର ଜନକ ମଧ୍ୟ କୁହାଯାଏ। ସେ ଏସ୍‌ଭି-୪୦ ଟ୍ୟୁମର ଭୂତାଣୁର ଜିନ୍‌ ନେଇ ଗୋଟିଏ ବୀଜାଣୁ କୋଷିକା ମଧ୍ୟରେ ଲାମ୍ବଡ଼ା ଫେଜ୍‌ ମାଧ୍ୟମରେ ସନ୍ନିବିଷ୍ଟ ଓ ପ୍ରତିରୋପଣ କରାଇ ଡିଏନ୍‌ଏର ପୁନର୍ବିନ୍ୟାସ କରିଥିଲେ। ତାଙ୍କୁ ୧୯୮୦ ମସିହାରେ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜେନେଟିକ ଯାନ୍ତ୍ରିକ ବିଦ୍ୟାର ବିକାଶ ପୂର୍ବରୁ ବୀଜାଣୁମାନଙ୍କ ଭିତରେ ଥିବା ପ୍ଲାସମିଡ୍‌ ଓ ଆଣବିକ କଇଁଚି ଭାବେ କାର୍ଯ୍ୟ କରୁଥିବା ରେଷ୍ଟ୍ରିକ୍ସନ ଏଣ୍ଡୋନ୍ୟୁକ୍ଲିଏଜେସ୍‌ ଏଞ୍ଜାଇମ୍‌ ଆବିଷ୍କାର ହୋଇସାରିଥିଲା।
ପ୍ଲାସ୍‌ମିଡ୍‌ ହେଉଛି ଏକ କ୍ଷୁଦ୍ରାକାର ଓ ବୃତ୍ତାକାର ବୀଜାଣୁ ଡିଏନ୍‌ଏ, ଯାହା କ୍ରୋମୋସୋମାଲ ଡିଏନ୍‌ଏଠାରୁ ଭିନ୍ନ ଅଟେ।

ଡ. ଶୈଳେନ୍ଦ୍ର ନାରାୟଣ ସ୍ବାଇଁ
-ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ, ସରକାରୀ ମହିଳା କନିଷ୍ଠ ମହାବିଦ୍ୟାଳୟ,
ସୁନ୍ଦରଗଡ଼, ମୋ : ୯୯୩୮୭୮୩୦୫୧


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri