ବେପରୁଆ ଚାଳକ

ଭାରତରେ ଅନେକ ଥର କୁହାଯାଏ ଯେ, ସାଧାରଣ ମଣିଷ ଜୀବନର ମୂଲ୍ୟ କିଛି ନାହିଁ। ଆଜିକାଲି ବିଭିନ୍ନ କ୍ଷେତ୍ରରେ ତାହାର ପ୍ରମାଣ ମିଳୁଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲାରେ ୨୪ ଅକ୍ଟୋବରରେ ଏକ ବସ୍‌ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିବା ପରେ ବିଳାସପୂର୍ଣ୍ଣ ଗାଡ଼ିରେ ଯାତ୍ରୀଙ୍କ ସୁରକ୍ଷା ପ୍ରଶ୍ନବାଚୀକୁ ଆସିଯାଇଛି। ଏକ ବାଇକ୍‌ ସଡ଼କ ଉପରେ ଖସିଯାଇ ବସ୍‌ ସହ ଧକ୍କା ହେବା ପରେ ବସ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା। ସେଥିରେ ଥିବା ୪୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୯ ଜଣଙ୍କ ଜୀବନ ଯାଇଥିବାବେଳେ ବାଇକ୍‌ ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ୨୬ ଅକ୍ଟୋବରରେ ଆନ୍ଧ୍ରପ୍ରଦେଶ ପୋଲିସ ସ୍ପଷ୍ଟ କରିଛି ଯେ, ବାଇକ୍‌ ଆରୋହୀ ଅତି ମାତ୍ରାରେ ମଦ୍ୟପାନ କରିଥିବାରୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସ୍‌ ସହ ଧକ୍କା ଦେଇଥିଲେ। ଯେଉଁ ପେଟ୍ରୋଲ ପମ୍ପ୍‌ରୁ ସେ ତେଲ ପକାଇଲେ ସେଠାକାର ସିସିଟିଭି ଯାଞ୍ଚ କରାଯିବା ପରେ ସେ କେତେ ମାତ୍ରାରେ ନିଶାସକ୍ତ ଥିଲେ ସେହି ଭିଡିଓରୁ ଜଣାପଡ଼ିଯାଉଛି। ନିଶାସକ୍ତ ଚାଳକ ଆତଙ୍କବାଦୀଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି କୁହାଯାଇପାରେ। କାରଣ ତାଙ୍କ ବେପରୁଆ ଗାଡ଼ିଚାଳନା ଅନ୍ୟମାନଙ୍କ ମୃତ୍ୟୁର କାରଣ ପାଲଟୁଛି। ଭାରତରେ ଦୁଇଚକିଆ, ଚାରି କିମ୍ବା ତଦୂର୍ଦ୍ଧ୍ୱ ଯାନଗୁଡ଼ିକ ପାଇଁ ଲାଇସେନ୍ସ ମିଳିବାର ପ୍ରକ୍ରିୟା ଦୁର୍ବଳ ରହିଛି। ଅନେକ କ୍ଷେତ୍ରରେ ଗାଡ଼ି ଚଳାଇବା ବା ସଡ଼କ ନିୟମ ବିଷୟରେ ତିଳେମାତ୍ର ଜ୍ଞାନ ନ ଥିବା ବ୍ୟକ୍ତିଙ୍କୁ ସହଜରେ ଲାଇସେନ୍ସ ମିଳିଯାଉଛି।
କୁର୍ନୁଲ ଘଟଣାକୁ ଦେଖିଲେ ବସ୍‌ର ମାଲିକ, ଚାଳକ ଓ ସେଥିରେ ଥିବା ଅନ୍ୟ କର୍ମଚାରୀ ଏହି ଦୁର୍ଘଟଣାରେ ବହୁ ପରିମାଣରେ ଦାୟୀ ଥିବାର ପ୍ରମାଣ ମିଳୁଛି। ବସ୍‌ ଆନ୍ଧ୍ରପ୍ରଦେଶ ଓ କର୍ନାଟକ ମଧ୍ୟରେ ଚାଲୁଥିଲେ ମଧ୍ୟ ଓଡ଼ିଶାର ରାୟଗଡ଼ା ଆର୍‌ଟିଓରେ ପଞ୍ଜୀକୃତ ହୋଇଛି। କେବଳ ସେତିକି ନୁହେଁ, ପୂର୍ବରୁ ଏହା ତେଲଙ୍ଗାନା ଓ ଡାମନ୍‌ ଡିଉରେ ମଧ୍ୟ ପଞ୍ଜୀକୃତ ହୋଇଥିବା ତଥ୍ୟ ମିଳିଛି। ଏଥିରୁ ବସ୍‌ ମାଲିକଙ୍କ କାଗଜପତ୍ର ଉପରେ ସନ୍ଦେହ ଉପୁଜିଛି। ବସ୍‌ ସହ ବାଇକ୍‌ର ଧକ୍କା ହେବା ବେଳେ ତାହା ଜଳିଯାଇଥିଲା। ପୁଣି ଖବର ମିଳିଛି ଯେ ବସ୍‌ରେ ଜଣେ ବ୍ୟବସାୟୀ ୨୩୭ ସ୍କାର୍ଟଫୋନ୍‌ ନେଇ ଯାଉଥିଲେ। ଦୁର୍ଘଟଣା ଯୋଗୁ ସେଗୁଡ଼ିକ ବିସ୍ଫୋରକ ପାଲଟିଯିବା ବିଷୟକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ଅବଶ୍ୟ ଏଠାରେ କୁହାଯାଇପାରେ ଯେ, ଯାତ୍ରୀଙ୍କର ମଧ୍ୟ ନିଜସ୍ବ ଦାୟିତ୍ୱ ରହିବା ଦରକାର। ବିମାନବନ୍ଦରରେ ଯାଞ୍ଚ ଭଳି ବସ୍‌ରେ ଟିକିନିକି କରି ଯାତ୍ରୀଙ୍କୁ ଚେକିଂ କରିବା ସମୟ ଓ ସାଧନର ଅଭାବ ଯୋଗୁ କାଠିକର ପାଠ। ଆଜିକାଲି ମାଲିକମାନେ ଉପର ସୁନ୍ଦର କରିବାକୁ ଯାଇ ସେମାନଙ୍କ ଗାଡ଼ିକୁ ଖୁବ୍‌ ବିଳାସପୂର୍ଣ୍ଣ କରି ଅଧିକ ଅର୍ଥ ଉପାର୍ଜନ ପାଇଁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଇଲେକ୍‌ଟ୍ରୋନିକ୍ସ, ଇଲେକ୍‌ଟ୍ରିକାଲ ଓ ଶୀତାତାପ ନିୟନ୍ତ୍ରିତ ବ୍ୟବସ୍ଥାକୁ ସୁରକ୍ଷାଠାରୁ ବେଶି ଗୁରୁତ୍ୱ ଦେଉଛନ୍ତି। ଯାତ୍ରୀଙ୍କୁ ଆରାମ ଦେବାକୁ ଯାଇ ନରମ ପଦାର୍ଥମାନ ବ୍ୟବହାର କରୁଛନ୍ତି। କିନ୍ତୁ ସେଗୁଡ଼ିକ ଯେ ଅତ୍ୟନ୍ତ ଦହନଶୀଳ ସେ ବିଷୟ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ବିଳାସପୂର୍ଣ୍ଣ ସେବା ଲାଗି ବସ୍‌କୁ ଉନ୍ନତ ପ୍ରଯୁକ୍ତିରେ ଗୁନ୍ଥି ଦିଆଯାଉଛି। କିନ୍ତୁ ଇଲେକ୍ଟ୍ରିକାଲ ଓୟାରିଂଠାରୁ ଆରମ୍ଭ କରି ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରପାତିର ମାନ ଉପରେ ଧ୍ୟନ ଦିଆଯାଉ ନାହିଁ। ଏଥିସହ ଅନେକ ବସ୍‌ରେ ଦୁର୍ଘଟଣା ଘଟିଲେ ସହଜରେ ଯାତ୍ରୀମାନେ ବାହାରିପାରିବାର ବାଟ ମିଳେ ନାହିଁ।
ଭାରତରେ ଯାତ୍ରୀ ସୁରକ୍ଷା ଏକ ବଡ଼ ସମସ୍ୟା ଭାବେ ଦେଖାଦେଲାଣି। ସଡ଼କ ସୁରକ୍ଷା, ଟ୍ରେନ୍‌ ଓ ବିମାନ ଚଳାଚଳରେ ମଧ୍ୟ ଅନେକ ସୁରକ୍ଷା ଅଭାବ ଥିବା ଦେଖିବାକୁ ମିଳୁଛି। ୨୦୨୫ ଅଗଷ୍ଟରେ ମିଳିଥିବା ସୂଚନା ଅନୁଯାୟୀ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ୨୦୨୩ ତଥ୍ୟ କହେ ଭାରତରେ ରାସ୍ତା ଦୁର୍ଘଟଣାରେ ପ୍ରତି ଘଣ୍ଟାରେ ୨୦ ଜଣ ଲୋକଙ୍କ ଜୀବନ ଯାଉଛି। କର୍ନୁଲ ଘଟଣାକୁ ଦେଖିଲେ ବାଇକ ଚାଳକ ଏବଂ ବସ୍‌ ଡ୍ରାଇଭର ଦୁଇଜଣ ନିଶାସକ୍ତ ଥିଲେ ବୋଲି କଥାଉଠୁଛି। ଦେଖିବାକୁ ଗଲେ ଦେଶରେ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ ନିଶାସେବନ କରି ଗାଡ଼ି ଚାଳନା। ବିଡ଼ମ୍ବନାର ବିଷୟ, ପ୍ରତ୍ୟେକ ରାଜପଥ ପାଖାପାଖି ଅଞ୍ଚଳରେ ଅନାୟାସରେ ମଦ ଦୋକାନ ବାଣ୍ଟି ହୋଇ ଖୋଲାଥାଏ। ଏଥିସହ ମଦପିଇ ଗାଡ଼ି ଚଳାଉଥିବା ବ୍ୟକ୍ତି ଧରାପଡ଼ିଲେ ଅତି ସହଜରେ ଖସିଯାଆନ୍ତି। ସେଥିପାଇଁ ଆଇନରେ ମଧ୍ୟ ବଡ଼ ପରିବର୍ତ୍ତନ ଦରକାର। ତା’ଠାରୁ ବଡ଼ କଥାହେଲା ଆଇନର କାର୍ଯ୍ୟକାରିତା। ବିଭିନ୍ନ ସହର ଜାଗାରେ ପୋଲିସ ହେଲମେଟ୍‌ ଚେକିଂ କରିବା ପରିବର୍ତ୍ତେ ରାଜପଥରେ ନିଶା ଚେକିଂ ପଏଣ୍ଟ ଏବଂ ବେପରୁଆ ଗାଡ଼ିଚାଳନା ନିୟନ୍ତ୍ରଣ ପାଇଁ ଟିମ୍‌ ଖଞ୍ଜି ତତ୍‌କ୍ଷଣାତ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ହୁଏତ ସେଥିରୁ କିଛିଟା ସୁଫଳ ମିଳିପାରନ୍ତା। ସବୁଠାରୁ ବଡ଼କଥା ହେଲା, ଭାରତୀୟଙ୍କ ମାନସିକତାରେ ପରିବର୍ତ୍ତନ। ଯେପର୍ଯ୍ୟନ୍ତ ନିଜର ଓ ଅନ୍ୟମାନଙ୍କ ନିରାପତ୍ତା ଚିନ୍ତା ମନକୁ ନ ଆସିବ ଏବଂ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ନ ଘଟିବ, ସେପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିବା କଷ୍ଟକର।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?