Posted inଫୁରସତ

ରାଜ୍ୟପାଳଙ୍କଠୁ ମିଳିଛି ବାର୍ଡମ୍ୟାନ୍‌ ସମ୍ମାନ

ମାଟି, ପାଣି, ପବନ, ଗଛଲତା, ପଶୁପକ୍ଷୀଙ୍କ ସୁରକ୍ଷା ସହ ଏକ ସୁସ୍ଥ ପରିବେଶ ପାଇଁ କ’ଣ ଆବଶ୍ୟକ ସେ କଥା ସେ ବେଶ୍‌ ଭଲରେ ବୁଝିଛନ୍ତି। ସେଥିପାଇଁ ତ ପିଲାଟିଦିନୁ ସେ ନିଜ ଜୀବନକୁ ପ୍ରକୃତି ସୁରକ୍ଷା ପ୍ରତି ଉତ୍ସର୍ଗ କରିଦେଇଛନ୍ତି। କେତେବେଳେ ତୃଷାର୍ତ୍ତ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଉଛନ୍ତି ତ କେତେବେଳେ ପରିବେଶ ସୁରକ୍ଷା ପ୍ରତି ଲୋକଙ୍କୁ କରାଉଛନ୍ତି ସଚେତନ। ତେବେ ଏହି ପ୍ରକୃତିପ୍ରେମୀ ଯୁବକ ହେଉଛନ୍ତି ଢେଙ୍କାନାଳ ଜିଲାର ମା’ ରାଜଲକ୍ଷ୍ମୀ ଏବଂ
ବାପା ଉଦୟନାଥ ଶତପଥୀଙ୍କ ପୁଅ ଶୁଭ୍ରାଂଶୁ।
ବାପା ଜଣେ ବନ ଅଧିକାରୀ ହୋଇଥିବାରୁ ତାଙ୍କ ପିଲା ବେଳ କଟିଛି ବଣଜଙ୍ଗଲରେ। ତେଣୁ ପ୍ରକୃତି ପ୍ରତି ଭଲ ପାଇବା ତାଙ୍କର ପିଲାଦିନୁ । ବୃକ୍ଷ ରୋପଣ ହେଉ ଅବା ଅନ୍ୟାନ୍ୟ ପରିବେଶ ସୁରକ୍ଷା ଲାଗି ସେ ସର୍ବଦା ବ୍ରତୀ। ଖରାଦିନେ କିପରି ପଶୁପକ୍ଷୀ ନିଜ ଶୋଷ ମେଣ୍ଟାଇ ପାରିବେ, ସେନେଇ ସେ ଘରର ଛାତ, ଅଗଣା, ବାରିଆଡ଼େ ମାଟିପାତ୍ରରେ ପାଣି ରଖିବାର ବ୍ୟବସ୍ଥା କରିଛନ୍ତି। ଆଉ ନିଜ ସାହି ପଡ଼ିଶାରୁ ଆରମ୍ଭ କରି ବୁଲିବୁଲି ସ୍କୁଲ, କ୍ଲବ ଓ ବିଭିନ୍ନ ଅନୁଷ୍ଠାନର ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୩୧ ହଜାରରୁ ଅଧିକ ମାଟିପାତ୍ର ପ୍ରଦାନ କରି ମହାମହିମ ରାଜ୍ୟପାଳଙ୍କଠାରୁ ‘ବାର୍ଡମ୍ୟାନ’ ସମ୍ମାନ ମଧ୍ୟ ଗ୍ରହଣ କରିଛନ୍ତି। ପ୍ରତିବର୍ଷ ଦୀପାବଳିରେ ଇକୋ ବା ଗ୍ରୀନ୍‌ ଦୀପାବଳି ନେଇ ସ୍କୁଲରେ କର୍ମଶାଳା ଆୟୋଜନ କରିଥା’ନ୍ତି। ରକ୍ଷାବନ୍ଧନରେ ଗଛଗୁଡ଼ିକରେ ରାଖୀ ବାନ୍ଧି ଗଛକଟା ରୋକିବା ସହ ଏକ ସବୁଜ ବଳୟ ସୃଷ୍ଟି କରି ପରିବେଶ ସୁରକ୍ଷା ନେଇ ବାର୍ତ୍ତା ଦେଇଥାନ୍ତି ଶୁଭ୍ରାଂଶୁ। ସେ ବହୁ ବର୍ଷ ଧରି ବିଭିନ୍ନ ମଞ୍ଜି ସଂଗ୍ରହ କରି ଏହାକୁ ମାଟିଗୁଳାରେ ଭର୍ତ୍ତି କରି ସିଡ୍‌ ବଲ ପ୍ରସ୍ତୁତ କରି ରାସ୍ତାର ଉଭୟ ପାର୍ଶ୍ୱ ଏବଂ ଜଙ୍ଗଲକୁ ଫିଙ୍ଗିଥା’ନ୍ତି। ଏପର୍ଯ୍ୟନ୍ତ ୧ ଲକ୍ଷରୁ ଊଦ୍ଧର୍‌ବ ସିଡ୍‌ ବଲ୍‌ ନିର୍ମାଣ କରିଥିବା ବେଳେ ରାଜ୍ୟରେ ପ୍ରଥମ ଥର ଡ୍ରୋନ୍‌ ଯୋଗେ ସିଡ୍‌ ବଲ୍‌ ଅପହଞ୍ଚ ଇଲାକାରେ ପହଞ୍ଚାଇ ପାରିଛନ୍ତି। ୨୦୦୮ ମସିହାରେ ପ୍ରଥମ ଥର ପାଇଁ ସେ ଆରମ୍ଭ କରିଥିଲେ ସିଡ୍‌ ବଲ୍‌ ଏବଂ ମାଟିପାତ୍ର ଭିତ୍ତିକ କର୍ମଶାଳା। ସେବେଠୁ ପ୍ରତିବର୍ଷ ସଫଳତାର ସହ ଏହା କରିଆସୁଛନ୍ତି।
ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫିରେ ମଧ୍ୟ ତାଙ୍କର ବେଶ୍‌ ରୁଚି ରହିଛି। କେତେବେଳେ ସେ ନିର୍ବାକ୍‌ ଜୀବଜନ୍ତୁଙ୍କ ଫଟୋ ଉଠାନ୍ତି ତ କେତେବେଳେ ଫିଲ୍ମ ଜରିଆରେ କରନ୍ତି ସେମାନଙ୍କ ପାଇଁ ସ୍ବର ଉତ୍ତୋଳନ। ଏପରିକି ସଂରକ୍ଷିତ ଜଙ୍ଗଲ ଓ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ଲେଖା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥା’ନ୍ତି। ତେବେ ୨୦୧୦ରେ ସେ ‘ଦେ ରିଏଲୀ ନିଡ୍‌ ଅସ୍‌’ ନାମକ ପରିବେଶ ସୁରକ୍ଷା ଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯେଉଁଥିପାଇଁ ସେ ବିଶ୍ବ ଦରବାରରେ ପରିଚିତ ହୋଇପାରିଥିଲେ। ଜଣେ ଯୁବ ଫିଲ୍ମ ମେକର ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ। ଏହି ଫିଲ୍ମ ପାଇଁ ୨୦୧୨ ବସୁଧା ନ୍ୟାଶନାଲ୍‌ ଫେଷ୍ଟିଭାଲ୍‌ରେ ଏବଂ ଇଣ୍ଟରନ୍ୟାଶନାଲ୍‌ ଷ୍ଟୁଡେଣ୍ଟସ୍‌ ଫିଲ୍ମ ଫେଷ୍ଟିଭାଲରେ ତାଙ୍କୁ ମିଳିଛି ବେଷ୍ଟ ଡାଇରେକ୍ଟର ଆଓ୍ବାର୍ଡ। ୫ମ ଦାଦାସାହେବ ଫିଲ୍ମ ଫେଷ୍ଟିଭାଲ୍‌-୨୦୧୬ରେ ସ୍କ୍ରିନିଂ ଆଓ୍ବାର୍ଡ ସହିତ ତାଙ୍କୁ ମିଳିଥିଲା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ଏବଂ ପୁରସ୍କାର। ସେହିପରି ୨୦୧୪ରେ ‘ଲେଟ୍‌ ଦେମ୍‌ ବ୍ରିଥ୍‌’ ନାମକ ଆଉ ଏକ ଫିଲ୍ମ ପାଇଁ ମଧ୍ୟ ସେ ଅନେକ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି। ଏହି ସମାଜଧର୍ମୀ କାର୍ଯ୍ୟ ପାଇଁ ଯୁବପିଢିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶୁଭ୍ରାଂଶୁ।
– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri