ମେଣ୍ଟ ସରକାରର ପୁନର୍ଜନ୍ମ

ଭୁବନେଶ୍ୱର, ୬।୬(ଅନୀଲ ଦାସ, ସୁନିତ୍‌ ମିଶ୍ର)୨୦୨୪ ନିର୍ବାଚନରେ ଭାଜପା ପକ୍ଷରୁ ‘ଅବ୍‌କି ବାର ୪୦୦ ପାର୍‌’ ସ୍ଲୋଗାନ ଦିଆଯାଉଥିଲା। ଜାତୀୟ ସ୍ତରର ଏକଜିଟ୍‌ ପୋଲ୍‌ ସର୍ଭେ ଭାଜପା ଲକ୍ଷ୍ୟ ପାଖାପାଖି ସତ ହେବାକୁ ଯାଉଛି ବୋଲି ଦେଖାଇବାକୁ ଲାଗିଲେ। ହେଲେ ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଭିନ୍ନ ହେଲା। ଯେଉଁଠି ଦେଶରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପା ୨୦୧୪ ଏବଂ ୨୦୧୯ରେ ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିଦେଇପାରିଥିଲା, ଏଥର ତାହା ୨୪୦ରେ ସୀମିତ ରହିଯାଇଛି। ଏନ୍‌ଡିଏକୁ କିନ୍ତୁ ୨୯୨ ଆସନ ମିଳିଛି। ଭାଜପା ଏକାକୀ ସରକାର ଗଢ଼ିବାକୁ ସକ୍ଷମ ହୋଇ ନ ଥିବାରୁ ଦେଶରେ ଏକ ଦଶନ୍ଧି ପରେ ମେଣ୍ଟ ସରକାରର ପୁନର୍ଜନ୍ମ ହୋଇଛି। ନରେନ୍ଦ୍ର ମୋଦିଙ୍କୁ ଏଥର ଚେହେରା କରି ଲଢୁଥିବା ଭାଜପା ଯେତିକି ସଫଳତା ଆଶା କରୁଥିଲା ତାହା ନ ମିଳିବା ପରେ ବହୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମତ ଭିନ୍ନ ଆସିବା ଆରମ୍ଭ ହୋଇଛି। ଏଥର ଦେଶରେ ସରକାର କରିବା ଲାଗି ଏଭଳି ସଂଖ୍ୟା ଆସିଛି ଯେ, ଆବଶ୍ୟକ ପଡ଼ିଲେ ରାଷ୍ଟ୍ରପତି ସରକାର ଗଠନ ପୂର୍ବରୁ ମୁଣ୍ଡ ଗଣତି କରିପାରନ୍ତି ବୋଲି କୁହାଗଲାଣି।
କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ଭାରତବାସୀ ମୋଦି ବିରୋଧରେ ଜନମତ ଦେଇଛନ୍ତି। ଏନଡିଏକୁ ଅଧିକ ଭୋଟ ମିଳିଛି ସତ, ହେଲେ ନରେନ୍ଦ୍ର ମୋଦି ୪୦୦ ପାର ଡାକରା ଦେଇ ସମ୍ବିଧାନ ବଦଳାଇବାକୁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ସଫଳ ହୋଇନାହିଁ। ଲୋକେ ଅନୁଭବ କଲେ ଯେ ସମ୍ବିଧାନ ବଦଳାଇବାକୁ ଦିଆଯିବ ନାହିଁ। ସେଥିପାଇଁ ଏଭଳି ଜନମତ ଆସିଛି, ଯାହାକି ଦେଶ ପାଇଁ ଶୁଭଙ୍କର। ଗଣତନ୍ତ୍ର ବଞ୍ଚାଇବାକୁ ଶକ୍ତିଶାଳୀ ବିରୋଧୀ ଦଳ ଆଗାମୀ ଦିନରେ ଦେଖିବାକୁ ମିଳିବ।
ବିଜେଡିର ବରିଷ୍ଠ ନେତା ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ସାରା ଦେଶରେ ଏକ ପରିବର୍ତ୍ତନର ପବନ ବହିଛି। ଭାଜପାକୁ ପୂର୍ଣ୍ଣ ବହୁମତ ମିଳି ନ ଥିବା ବେଳେ ଏନଡିଏ ମେଣ୍ଟକୁ ୨୯୩ ଆସନ ମିଳିଛି। ଏହି ଗଠବନ୍ଧନ ଆଗାମୀ ଦିନରେ କିଭଳି ଚାଲିବ ତାହା ସମୟ କହିବ।
ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଦେଶରେ ତଥା ବିଭିନ୍ନ ରାଜ୍ୟରେ ଚିତ୍ର ବଦଳିଛି। ଭାଜପା ଏକାକୀ ସରକାର କରିପାରିବ ନାହିଁ। ମେଣ୍ଟ ସରକାର ହିଁ ଏକମାତ୍ର ବିକଳ୍ପ। ମେଣ୍ଟ ସରକାର ଗଠନ ହେବା ଦେଶର ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ। ଏହା ଏକ ସକାରାତ୍ମକ ଜନାଦେଶ।
ସିପିଆଇ(ଏମ୍‌) ନେତା ଜନାର୍ଦ୍ଦନ ପତି କହିଛନ୍ତି, ୨୦୨୪ ନିର୍ବାଚନରେ ଗଣତନ୍ତ୍ର ସୁଦୃଢ଼ ହୋଇଛି। ଗତ ୧୦ ବର୍ଷ ଧରି ମୋଦି ସରକାର ଇଡି, ସିବିଆଇର ଅପବ୍ୟବହାର କରିବା ସହ ବିଚାର ବ୍ୟବସ୍ଥାକୁ କଳୁଷିତ କରିଥିଲେ। ଭୋଟରମାନେ ଏକଚ୍ଛତ୍ରବାଦକୁ ଆଉ ଗ୍ରହଣ କରିବେ ନାହିଁ ବୋଲି ତାହା ପ୍ରମାଣିତ ହେଲା। ଏହି ନିର୍ବାଚନରେ ଯେଉଁ ଜନାଦେଶ ମିଳିଛି, ତାହା ଆସନ୍ତା ୫ ବର୍ଷ ଯାଏ ଏକଚ୍ଛତ୍ରବାଦ ମୁଣ୍ଡ ଟେକି ପାରିବ ନାହିଁ।
ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ମତ ହେଲା, ୨୦୧୪ରେ ଭାଜପା ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ଦେଶରେ ସରକାର ଗଠନ କରିଥିଲା। ସେମାନେ ଏମିତି ସୁଶାସନ ଦେଲେ ଯେ, ୧୦ ବର୍ଷ ପରେ ଭାଜପା ମାତ୍ର ୨୪୦ଟି ଆସନ ଦଖଲ କରି ଏକାକୀ ସରକାର ଗଠନ କରିବାରେ ଅସମର୍ଥ ହୋଇଛି। ବର୍ତ୍ତମାନ ସେମାନେ ମେଣ୍ଟ ସରକାର କରିବାକୁ ଯାଉଛନ୍ତି। ଏଥିରୁ ସେମାନେ ବୁଝନ୍ତୁ ଦେଶବାସୀ ୧୦ ବର୍ଷରେ ସେମାନଙ୍କୁ କେମିତି ପ୍ରତ୍ୟାଖାନ କରିଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, ପଙ୍ଗୁ ହୋଇଯାଇଥିବା ବ୍ୟକ୍ତି ସବୁବେଳେ ଆଶାବାଡ଼ି ଉପରେ ନିର୍ଭର କରିଥାଏ। ସେମିତି ଚନ୍ଦ୍ରାବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ଆଶାବାଡ଼ି ଧରି ଏଥର ମୋଦି ଚାଲିବେ। ଯେଉଁଦିନ ୨ଟି ଯାକ ଆଶାବାଡ଼ି ନ ଥିବ ସେଦିନ ରହିଯିବେ। ଯଦି ବି ସରକାର ହୁଏ ତାହା ଏକ ପଙ୍ଗୁ ସରକାର ହେବ। ୨୩୯ଟି ଆସନ ଭାଜପାକୁ ମିଳିଛି । ଅନ୍ୟ ଆସନଗୁଡ଼ିକ ଭଡାରେ ଆସିଛି। ତେଣୁ ନୀତୀଶ, ଚନ୍ଦ୍ରାବାବୁଙ୍କ ବିନା ପରାମର୍ଶରେ କିଛି କରିପାରିବେ ନାହିଁ। ଅହଙ୍କାରର ଯୋଉ ଶାସନ ଚାଲିଥିଲା ଅନ୍ଧଭକ୍ତମାନେ ସବୁ ଠିକିଗଲେ। ସାଧାରଣ ଲୋକଙ୍କ ମନରେ ଯେଉଁ ଭୟ ସୃଷ୍ଟି କରୁଥିଲେ ତାହା ମଧ୍ୟ ଆଉ କରିପାରିବେ ନାହିଁ।
ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି, ୨୦୨୪ ନିର୍ବାଚନକୁ ଏନ୍‌ଡିଏ ଯେଉଁଭଳି ନରେନ୍ଦ୍ର ମୋଦିଙ୍କ ନାଁରେ ଲଢ଼ିଥିଲା ଏବଂ ଭାଜପା ସଂଖ୍ୟାଗରିଷ୍ଠତା ହରାଇଲା, ଏଥିରୁ ସବୁ ବୁଝାପଡ଼ିଯାଉଛି। ମୋଦିଙ୍କୁ ଦେଶବାସୀ ପ୍ରତ୍ୟାଖ୍ୟାତ କରିଥିବା ବେଳେ ମେଣ୍ଟ ସରକାରକୁ କ୍ଷମତା ଦେଇଛନ୍ତି। ବହୁମତ ଆଶା କରି ଭାଜପା ଯେଭଳି ସମ୍ବିଧାନ ଓ ସାମ୍ବିଧାନିକ ସଂସ୍ଥା ଉପରେ କବ୍‌ଜା କରିବାକୁ ଚାହୁଁଥିଲା, ଭାରତୀୟ ନାଗରିକ ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦେଶବାସୀ ମେଣ୍ଟ ସରକାରକୁ ସମର୍ଥନ କରିଛନ୍ତି କିନ୍ତୁ ଭାଜପାକୁ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri