ବିଜେଡ଼ିର ଚିନ୍ତା ବଢାଉଛନ୍ତି ବିଦ୍ରୋହୀ, ଲାଭ ଉଠାଇନେବ ଭାଜପା

ଭୁବନେଶ୍ୱର,୩୦।୩: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟ ରାଜନୀତିର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ନିର୍ବାଚନରେ ଲୋକ ସଭା ଓ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ବିଜେଡି ଫୁଲ ଦମରେ ଲାଗି ପଡିଛି। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏହାରି ଭିତରେ ଦଳର ଅନ୍ତ କନ୍ଦଳ ପଦାରେ ପଡିଛି।

ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ୭୨ ପ୍ରାର୍ଥୀଙ୍କୁ ଟିକେଟ୍‌ ଭେଟି ଦେଇଛି। କିନ୍ତୁ ଆହୁରି ୭୫ ବିଧାନସଭା ଓ ୬ ଲୋକ ସଭା ଆସନ ପାଇଁ ଅଙ୍କକଷା ଚାଲିଛି। ଟିକେଟ୍‌ ଲବିରେ ନବୀନ ନିବାସରେ ଭିଡ଼ ଲଗାଉଛନ୍ତି ଆଶାୟୀ । ଯେଉଁମାନେ ଟିକେଟ ପାଇଛନ୍ତି ସେମାନେ ନବୀନଙ୍କୁ ଭେଟି ଆଶୀର୍ବାଦ ନେଇ ନିର୍ବାଚନମଣ୍ଡଳୀ ମୁହାଁ ହେଉଛନ୍ତି ।

ତେବେ ଟିକେଟ୍‌ କଟିବା ଯୋଗୁ ବିଜେଡି ଅନ୍ତ କନ୍ଦଳ ବଢୁଥିବାର ଦେଖାଯାଇଛି। ଉଦାହରଣ ସ୍ବରପ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ରଙ୍କୁ ଏମପି ଭାବରେ ଲୋକଲୋଚନକୁ ଆଣିବା ଏବଂ ପରେ ତାଙ୍କୁ ହଟାଇ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଟିକେଟ୍‌ ଦେବା ସମସ୍ତଙ୍କୁ ତାଜୁବ କରିଛି। ଏଥିପାଇଁ କେବଳ ଶ୍ରୀମୟୀ ନୁହନ୍ତି ଅନ୍ୟ ନେତାଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ସେହିପରି ଢେଙ୍କାନାଳରେ ମହେଶ ସାହୁଙ୍କ ଟିକେଟ୍‌ କାଟିଛି ଦଳ। ଏବେ ଏହି ଦଳ କନ୍ଦଳ ଭାଜପାକୁ ସୁହାଉଛି। ଯାହାଦ୍ୱାରା ଦଳର ଅସନ୍ତୋଷ ନେତା ବିଜେଡି ଛାଡି ଭାଜପାରେ ଯୋଗ ଦେଉଛନ୍ତି।

କାହାକୁ ଟିକେଟ୍‌ ଦିଆଯିବ ଆଉ କାହାର କଟିବ ଏନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ତର୍ଜମା କରୁଛନ୍ତ। ନିର୍ବାଚନମଣ୍ଡଳୀ ଆସିଥିବା ଫାଇଲ ଖେଳାଇ ଟିକିନିଖି ତଥ୍ୟର ଅନୁଶୀଳନ କରୁଛନ୍ତି । ସୋସିଆଲ ମିଡ଼ିଆ ଭାଇରାଲ ହେଉଥିବା ଏକ ଫଟୋକୁ ନେଇ ରାଜନୈତିକ ମହଲରେ ରୋଚକ ମୋଡ ନେଇଛି । ଗୋଟିଏ ଚେୟାରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବସିଥିବା ବେଳେ ଅନ୍ୟ ଏକ ଚେୟାରରେ ବସିଛନ୍ତି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଟେବୁଲ ଉପରେ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ଫାଇଲ। କୁହାଯାଉଛି ପ୍ରାର୍ଥୀ ଘୋଷଣା ହୋଇ ନ ଥିବା ଆସନକୁ ନେଇ ଚାଲିଛି ଅଙ୍କକଷା ।
ନିର୍ବାଚନ ମଣ୍ଡଳୀରେ କେତେ ଆଶାୟୀ ଅଛନ୍ତି, କାହାର ବିଜୟ ସମ୍ଭାବନା ଅଧିକ ଏଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଛି । ସୁପ୍ରିମୋଙ୍କ ହଁ ଆଉ ନା ଭିତରେ ଅଟକି ରହିଛି ଆଶାୟୀଙ୍କ ଭାଗ୍ୟ । ଏସବୁ ଭିତରେ ନବୀନ ନିବାସକୁ ଛୁଟୁଛି ଆଶାୟୀଙ୍କ ଲମ୍ବା ଲାଇନ। ଦିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ପୂର୍ବରୁ ଦୁଇ ଦିନ ହେବ କିଛି ବିଧାୟକ ଓ କିଛି ପୂର୍ବତନ ବିଧାୟକ ଓ ନୂଆ ଆଶାୟୀଙ୍କୁ ଦେଖିବାକୁ ମିଳିଛି ନବୀନ ନିବାସରେ।

ତେବେ ଟିକଟେ୍‌ କଟିବା ଓ ମିଳିବା ନେଇ ଭିକେ ପାଣ୍ଡିଆନଙ୍କ ଦଳୀୟ ହସ୍ତକ୍ଷେପ ଏବେ ଅସନ୍ତୋଷ ବଢାଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱର କେତେକ ଅଞ୍ଚଳରେ ଏବେ ବିଦ୍ରୋହୀ ମୁଣ୍ଡ ଟେକିଛନ୍ତି। ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ପରି ବହୁ ହେଭିଓ୍ବେଟ ନେତା ଏବେ ଦଳ ଛାଡି ଭାଜପା ମୁହାଁ ହେଉଛନ୍ତି। ରାଜନୈତିକ ବିଶେଷଜ୍ଞନୁସାରେ ଦଳୀୟ କନ୍ଦଳ ଯୋଗୁଁ ଏବେ ଭାଜପା ଲାଭାନ୍ବିତ ହେବାକୁ ଯାଉଛି। କାରଣ ରାଜ୍ୟରେ କଂଗ୍ରେସ ନିଜର ଅସ୍ତିତ୍ୱକୁ ନେଇ ସଂଘର୍ଷ କରୁଥିବାବେଳେ ବିଜେଡି ପରେ ଲୋକଙ୍କ ଦ୍ୱିତୀୟ ପସନ୍ଦ ଭାଜପା ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ‘ନୀତୀଶ ଯୁଗ’ ଶେଷ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା , କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ପାଟନା,୧୪।୪: ଆଜି ବିହାର ରାଜନୀତିରେ ଏକ ଐତିହାସିକ ଯୁଗର ଅନ୍ତ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri