Posted inଜାତୀୟ

ଉଦ୍ଧବଙ୍କ ଘରେ ବିଦ୍ରୋହ ! ଶିନ୍ଦେଙ୍କୁ ଭେଟିଲେ ବାଲାସାହେବ ଠାକରେଙ୍କ ବୋହୂ ସ୍ମିତା…

ମୁମ୍ବାଇ, ୨୭।୭ : ଶିବସେନା ବିଧାୟକମାନେ ବିଦ୍ରୋହ କରିବା ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ କ୍ଷମତା ହରାଇଥିଲେ। ଏବେ ଦଳ ତାଙ୍କ ହାତରୁ ବାହାରକୁ ଯାଉଥିବା ଚର୍ଚ୍ଚା ହେଉଛି। ଏହି ସମୟରେ, ଉଦ୍ଧବଙ୍କ ପରିବାରରେ ବିଦ୍ରୋହର ସ୍ବର ଶୁଣିବାକୁ ମିଳୁଛି। ପ୍ରକାଶ ଯେ, ବାଲାସାହେବ ଠାକରେଙ୍କ ବୋହୂ ସ୍ମିତା ଠାକରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିଛନ୍ତି। ସେବେଠାରୁ ରାଜନୈତିକ ମହଲରେ ଆଲୋଚନା ଚାଲିଛି। ବିଶେଷ କଥା ହେଉଛି ସ୍ମିଟା ଉଦ୍ଧବ ପରିବାରର ପ୍ରଥମ ସଦସ୍ୟ ଯିଏକି ଶିନ୍ଦେଙ୍କୁ ଭେଟିଛନ୍ତି।

ତେବେ ସ୍ମିତା ଠାକରେ ଏହାକୁ ସୌଜନ୍ୟମୂଳକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏକନାଥ ଶିନ୍ଦେ ଜଣେ ପୁରୁଣା ଶିବ ସୈନିକ, ଯିଏ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିଲି। ସେ କହିଥିଲେ, ମୁଁ ତାଙ୍କ କାମ ସମ୍ପର୍କ ବହୁ ବର୍ଷ ଧରି ଜାଣିଛି।

ଶିବସେନାରେ ବିଦ୍ରୋହ ସମ୍ପର୍କିତ ପ୍ରଶ୍ନ ନେଇ ସ୍ମୃତି ଚୁପ ରହିଛନ୍ତି। ସେ କହିଛନ୍ତି ମୁଁ ଏ ବିଷୟରେ କିଛି ଜାଣେ ନାହିଁ। ମୁଁ ଜଣେ ସାମାଜିକ କର୍ମୀ ଏବଂ ରାଜନୀତିରେ ମୋର କୌଣସି ରୁଚି ନୁହିଁ। ତେଣୁ ଦଳରେ କ’ଣ ଘଟୁଛି ସେ ବିଷୟରେ ମୁଁ ଅବଗତ ନୁହେଁ।

ସ୍ମିତା ଠାକରେ ବାଲ ଠାକରେଙ୍କ ବୋହୂ ଏବଂ ଜୟଦେବ ଠାକରେଙ୍କ ସ୍ତ୍ରୀ। ଜୟଦେବ ଠାକରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଦ୍ୱିତୀୟ ପୁତ୍ର। ସଡକ ଦୁର୍ଘଟଣାରେ ବାଲ ଠାକରେଙ୍କ ବଡ ପୁଅ ବିନ୍ଦୁ ମାଧବଙ୍କର ମୃତ୍ୟୁ ଘଟିଛି। ଦ୍ୱିତୀୟ ପୁତ୍ର ହେଉଛନ୍ତି ଜୟଦେବ ଠାକରେ। ସେହିପରି ତୃତୀୟ ପୁତ୍ର ହେଉଛନ୍ତିି ଉଦ୍ଧବ ଠାକରେ। ସୂଚନାନୁସାରେ, ଜୟଦେବ ଠାକରେ ସ୍ମିତାଙ୍କୁ ଛାଡପତ୍ର ଦେଇ ତାଙ୍କଠାରୁ ଅଲଗା ରହିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri