ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଛି। କିନ୍ତୁ ସୋନି ପ୍ରାୟ ୧ମାସ ପୂର୍ବରୁ ଇସ୍ତଫା ଦେଇଥିବା ବିଷୟ ସାଧାରଣରେ ଏବଂ ବାବୁ କରିଡରରେ ଆଲୋଚନା ହେଉଛିି। ଏହା ଯଦି ସତ, ତେବେ ବୁଝିବାକୁ ହେବ ଯେ, ପୂଜା ଖେଡ୍‌କର ଏବଂ ଅନ୍ୟମାନଙ୍କ ନକଲି ସାର୍ଟିଫିକେଟ୍‌ ହେରଫେର ସହ ସୋନିଙ୍କ ପଦତ୍ୟାଗର ସିଧା ସମ୍ପର୍କ ନ ଥିଲା। ତେବେ ଏହା ପଛରେ ଆଉ କିଛି କାରଣ ଅଛି କି? ସେ ଯାହା ହେଉ, ସୋନିଙ୍କ ଘର ଗୁଜରାଟରେ ଏବଂ ସେ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅତି ନିକଟତର ବୋଲି କୁହାଯାଉଛି। ତାଙ୍କ ବିଭାଗରେ ଥିବା ବ୍ୟକ୍ତିମାନେ କହନ୍ତି, ସେ ପ୍ରାୟତଃ ତାଙ୍କ ନିଷ୍ପତ୍ତି ଓ ମନ୍ତବ୍ୟରେ ଦୃଢ଼ ରହନ୍ତିି, ଏପରିକି ସରକାରଙ୍କ ବିରୋଧରେ ତାହା ଯାଉଥିଲେ ବି ପରିବର୍ତ୍ତନ କରନ୍ତି ନାହିଁ। ଆଶ୍ଚର୍ଯ୍ୟର କଥା ଯେ, ଇସ୍ତଫା ଦେବା ଭଳି ପ୍ରମୁଖ ଖବର ବାହାରକୁ ଆସିବାକୁ ଅଧିକ ସମୟ ଲାଗିଗଲା । ବୋଧହୁଏ ପ୍ରଶାସନ ବିଷୟଗୁଡ଼ିକ ଉପରେ କଡ଼ା ନିୟନ୍ତ୍ରଣ ରଖିଥିବାରୁ ଏଭଳି ହେଲା କିମ୍ବା ସରକାର ଗଠନ ଏବଂ ସଂସଦ ଅଧିବେଶନରେ ଗଣମାଧ୍ୟମ ଅତ୍ୟଧିକ ବ୍ୟସ୍ତତା କାରଣରୁ ଏହା ହୋଇଥାଇପାରେ। ସେ ପଦରୁ ଇସ୍ତଫା ଦେବା ପଛର କାରଣ ଯାହା ହେଉନା କାହିଁକି, ଏହି ପୂରା ଅଧ୍ୟାୟ ଏକ ବଡ଼ଧରଣ ଦୁର୍ନୀତିର ସଙ୍କେତ ଦେଉଛି। ସୋନିଙ୍କ ଇସ୍ତଫାକୁ ନେଇ ଅଧିକ ଘଟଣା ସାମ୍ନାକୁ ଆସୁଛି, ଯାହା ହୁଏତ ବ୍ୟବସ୍ଥାରେ କିଛି ବଡ଼ ସ୍ବଚ୍ଛତା ଆଣିବାକୁ ପ୍ରେରିତ କରିିପାରେ।
ପ୍ରଭାବଶାଳୀ କୂଟନୀତିଜ୍ଞ
ଭାରତର ପୂର୍ବତନ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ବର୍ତ୍ତମାନ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାନୁଆରୀରୁ ତାରନଜିତ୍‌ ସାନ୍ଧୁ ଅବସର ନେବା ପରେ ଏହି ପଦବୀ ଖାଲି ଥିଲା। ତେଣୁ ଭାରତ-ଆମେରିକା ସମ୍ପର୍କକୁ ଏକ ସ୍ଥିର ପଥରେ ରଖିବା ପାଇଁ କ୍ୱାତ୍ରାଙ୍କ ନିଯୁକ୍ତି ଏକ ସମୟ ଉପଯୋଗୀ ପଦକ୍ଷେପ। ଅନ୍ତର୍ଜାତୀୟ ସମ୍ପର୍କ ବିଷୟରେ କ୍ୱାତ୍ରାଙ୍କ ଗଭୀର ଜ୍ଞାନ ଏବଂ ତାଙ୍କର ପ୍ରଭାବୀ କୂଟନୈତିକ କାର୍ଯ୍ୟ ପାଇଁ ସେ ଏହି ପଦବୀ ନିମନ୍ତେ ଉପଯୁକ୍ତ ବୋଲି ପର୍ଯ୍ୟବେକ୍ଷକମାନେ କହନ୍ତି। ସେ ଚାଇନା, ଆମେରିକା, ଫ୍ରାନ୍ସ ଏବଂ ମୋଦିଙ୍କ କାର୍ଯ୍ୟାଳୟରେ କାମ କରି ଅନେକ କିଛି ଦେଖିଛନ୍ତ ଓ ଅନୁଭବ କରିଛନ୍ତିି। ବିଶ୍ୱ ରାଜନୀତିର ଜଟିଳତାକୁ ପରିଚାଳନା କରିବା ଏବଂ ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଦୃଢ଼ କରିବାରେ ତାଙ୍କର ପୃଷ୍ଠଭୂମି ତାଙ୍କୁ ଭଲ ଭାବରେ ପ୍ରସ୍ତୁତ କରିଛି। ଆମେରିକାରେ ନିର୍ବାଚନ ହେବାକୁ ଯାଉଥିବାରୁ କ୍ୱାତ୍ରାଙ୍କ ଦାୟିତ୍ୱ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ତାଙ୍କର ଲକ୍ଷ୍ୟ ହେଉଛି ଆମେରିକା ପ୍ରଶାସନର କୌଣସି ପରିବର୍ତ୍ତନକୁ ଖାତିର ନ କରି ଭାରତ-ଆମେରିକା ସମ୍ପର୍କରେ ସ୍ଥିରତା ଏବଂ ନିଶ୍ଚିତତା ପ୍ରଦାନ କରିବା। ତାଙ୍କର ପ୍ରାଥମିକତା ହେଉଛି ପରବର୍ତ୍ତୀ ପ୍ରଶାସନରେ ଭାରତ ସମ୍ବନ୍ଧୀୟ ନୀତି ଗଠନ କରିପାରୁଥିବା ପ୍ରମୁଖ ଅଧିକାରୀଙ୍କ ସହ ଯୋଗାଯୋଗ କରିବା । ମୋଟ ଉପରେ ୱାଶିଂଟନ ଡିସିରେ ତାଙ୍କର ଉପସ୍ଥିତି, ଏବକାର ଭାରତ-ଆମେରିକା ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ଚିହ୍ନିତ କରିବାକୁ ଯାଉଛି।
ଭିନ୍ନ ପଦକ୍ଷେପ
ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ କ୍ରମେ କେରଳ ସରକାର ତାଙ୍କର ବୈଦେଶିକ ସଚିବ ଭାବେ କାର୍ଯ୍ୟରତ ଶ୍ରମ ଏବଂ ଦକ୍ଷତା ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ କେ. ବାସୁକିଙ୍କୁ ନିଯୁକ୍ତ କରିଛନ୍ତି। ପଦବୀର ଓପଚାରିକ ଟାଇଟଲ ସେକ୍ରେଟାରି ଇନ୍‌ ଚାର୍ଜ ଅଫ୍‌ ମ୍ୟାଟର୍ସ କନସର୍ନିଂ ଏକ୍ସଟର୍ନାଲ କୋଅପରେଶନ ରଖାଯାଇଛି। ଏହି ପଦକ୍ଷେପକୁ ନେଇ ଅନେକେ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ଏହା ଉପରେ ତୀବ୍ର ସମାଲୋଚନା ପ୍ରକାଶ ପାଇଛି। ବୈଦେଶିକ ବ୍ୟାପାର ସାଧାରଣତଃ କେନ୍ଦ୍ର ସରକାରଙ୍କ ଅଧୀନ ହୋଇଥିବାରୁ ଭାଜପା ଏହି ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପ୍ରଶାସନର ‘ଏକ ସମ୍ପୂର୍ଣ୍ଣ ମାତ୍ରାଧିକ କାର୍ଯ୍ୟ’ ବୋଲି କହିଛି। ସରକାରୀ ଆଦେଶ ଅନୁଯାୟୀ, ବାସୁକି ବର୍ତ୍ତମାନ ବୈଦେଶିକ ସହଯୋଗ ସହ ଜଡ଼ିତ ସମସ୍ତ କାର୍ଯ୍ୟର ତଦାରଖ କରିବେ ଏବଂ ଯେପର୍ଯ୍ୟନ୍ତ ଅନ୍ୟ ବ୍ୟବସ୍ଥା ନ ହୋଇଛି ସେ ପର୍ଯ୍ୟନ୍ତ ସାଧାରଣ ପ୍ରଶାସନ (ରାଜନୈତିକ) ବିଭାଗ ସହ ମିଶି କାର୍ଯ୍ୟ କରିବେ। ଏହାସହ ନୂଆଦିଲ୍ଲୀର କେରଳ ହାଉସ୍‌ର ରେସିଡେଣ୍ଟ କମିଶନର ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) ଏବଂ ବିଦେଶରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାରେ ସହାୟତା କରିବେ। ସମାଲୋଚକମାନେ ବାସୁକିଙ୍କ ନୂତନ ଦାୟିତ୍ୱର ବୈଧତା ଉପରେ ପ୍ରଶ୍ନ କରିଛନ୍ତି, ଏହା ଏମ୍‌ଇଏର ଅଧିକାର କ୍ଷେତ୍ରରେ ହସ୍ତକ୍ଷେପ କରୁଛି ବୋଲି ମତ ଦେଇଛନ୍ତି। କେହି କେହି ଏହି ନିଯୁକ୍ତିକୁ ଅସାମ୍ବିଧାନିକ ବୋଲି କହିବାକୁ ପଛାଇନାହାନ୍ତି। ଏପରିକି ସେମାନେ ସୂଚାଇ ଦେଇଛନ୍ତି ଯେ ବିଜୟନ କେରଳ ମଧ୍ୟରେ ଏକ ପୃଥକ୍‌ ରାଷ୍ଟ୍ର ଗଠନ କରିବାକୁ ଚେଷ୍ଟା କରୁଛନ୍ତି। ତେବେ କେତେଜଣ ପର୍ଯ୍ୟବେକ୍ଷକ ଏକମତ ହୋଇଛନ୍ତି ଯେ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭିନ୍ନ। ବିବାଦ ସତ୍ତ୍ୱେ କେରଳ ସରକାର ଏହି ଅସାମ୍ବିଧାନିକ ନିଷ୍ପତ୍ତି ସହିତ ଆଗକୁ ବଢୁ଼ଥିବା ଜଣାପଡ଼ିଛି। ଏହି ପଦକ୍ଷେପ ରାଜ୍ୟର ବୈଦେଶିକ ସମ୍ପର୍କକୁ ମଜଭୁତ କରିବ ନା କେବଳ ରାଜନୈତିକ ଉତ୍ତେଜନାକୁ ବୃଦ୍ଧି କରିବ ତାହା ସମୟ ହିଁ କହିବ।

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri