ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି ମୋ ଅସୁସ୍ଥତା ଏବଂ ଶକ୍ତିହୀନତା ବିଷୟରେ ମତାମତ ଦେବାକୁ ମୋ ପାଖକୁ ଯାଆନ୍ତି, ତେବେ ଏହା କ’ଣ ମୋତେ ପ୍ରଭାବିତ କରିବ କି? ଯଦି ପ୍ରଥମ ଧାରଣା ସତ୍ୟ ହୁଏ ଯେ ମୁଁ ପ୍ରକୃତରେ ବଡ଼ ଏବଂ ଶକ୍ତିଶାଳୀ, ତେବେ ଏହା କୌଣସି ଫରକ ପଡ଼ିବ ନାହିଁ। ପ୍ରାୟ ନିଶ୍ଚିତ ରୂପେ ମୁଁ ତାଙ୍କ ମନ୍ତବ୍ୟକୁ ଅଣଦେଖା କରି ଆଗକୁ ବଢ଼ିବି। ମନେକର ମୁଁ ଧନୀ ଏବଂ ଅନେକ ପିଢ଼ି ଧରି ଧନୀ ରହିଆସିଛି। ଯଦି କେହି କହନ୍ତି ମୁଁ ଗରିବ ଥିଲି କିମ୍ବା ନିର୍ଦ୍ଧନ ଦେଖାଯାଉଛି ତେବେ ସେହି ବ୍ୟକ୍ତିର ମନ୍ତବ୍ୟ କାହିଁକି ମୋତେ ଦୁଃଖିତ କିମ୍ବା କ୍ରୋଧିତ କରିବ? କାରଣ ତାଙ୍କ ମନ୍ତବ୍ୟ ସତ୍ୟ ନୁହେଁ। ଅନ୍ୟମାନେ ଯେତେବେଳେ ସତ କହନ୍ତି ଏବଂ ମୁଁ ସେମାନଙ୍କ କଥାର ମୂଳ ବିଷୟକୁ ନେଇ ଅସୁରକ୍ଷିତ ଅନୁଭବ କରେ ସେତେବେଳେ ସେମାନଙ୍କ କଥା ମୋତେ ଆଘାତ ଦେବ। ଜଣେ ଯୁବତୀ ବିଦେଶୀ ରିପୋର୍ଟରଙ୍କ କଥାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଏବଂ ସମଗ୍ର ବିଶ୍ୱକୁ ଏହି ଜାତିର ମହାନତା ବିଷୟରେ ଭାଷଣ ଦେବାକୁ ପଡ଼ିଛି। ସ୍ବାଧୀନତାକୁ ନେଇ ଏକ ଅଦ୍ଭୁତ ପ୍ରଶ୍ନର ଉତ୍ତରରେ ଆମର ଐତିହ୍ୟ, ଆମର ସଂସ୍କୃତି ଏବଂ ପ୍ରାଚୀନ ପରମ୍ପରା ବିଷୟରେ ଶିକ୍ଷା ଦିଆଯାଇଥିଲା। ଏଥିରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟକୁ ଯିବାର ଅଧିକାର ସହିତ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ମୌଳିକ ଅଧିକାର ବିଷୟରେ କିଛି କୁହାଯାଇଥିଲା। ପରେ ଯୁବତୀ ଜଣକ ପଚାରିଥିଲେ, ମୌଳିକ ଅଧିକାର ଦାବି କରିବା ପାଇଁ ଭାରତୀୟଙ୍କୁ କାହିଁକି ସୁପ୍ରିମକୋର୍ଟକୁ ଯିବାକୁ ପଡ଼ିଲା? ଆମର ବୈଦେଶିକ କାର୍ଯ୍ୟାଳୟ ପ୍ରମୁଖଙ୍କ ଉତ୍ତର ଥିଲା, ଏହା ତାଙ୍କର ସାମ୍ବାଦିକ ସମ୍ମିଳନୀ ଏବଂ ସେଥିପାଇଁ ପ୍ରାୟତଃ ସେ(ଯୁବ ରିପୋର୍ଟର) ଚୁପ୍‌ ରହିବା ଉଚିତ। ଏହାପରେ ଗଣମାଧ୍ୟମ ଏଥିରେ ସାମିଲ ହୋଇଗଲା। ନିଜର ଭାଇଚାରା(ସାମ୍ବାଦିକତା)ର ପକ୍ଷ ନ ନେଇ ସରକାରଙ୍କ ସହିତ ଯୋଡ଼ି ହୋଇ ଏପରି ମିଥ୍ୟା କଥା ପଚାରିବାକୁ ସାହସ କରିଥିବା ରିପୋର୍ଟରଙ୍କ ଉପରେ ଗର୍ଜିଥିଲା। ଯଦି ଆମେ ସତ୍ୟରେ ଅଛୁ ଓ ଆମର ଆତ୍ମବିଶ୍ୱାସ ରହିଛି, ତେବେ ଆମର ଆଚରଣ ଏବଂ ମୂଲ୍ୟବୋଧ ବିଷୟରେ ପ୍ରଶ୍ନ କଲେ ଆମେ କାହିଁକି ରାଗିଯାଉଛୁ ଏବଂ ବିରକ୍ତ ହେଉଛୁ? ଏହାର ଉତ୍ତର ହୋଇପାରେ ଯେ ଆମେ ପ୍ରକୃତରେ ସୁରକ୍ଷିତ ନୁହଁ। ପରବର୍ତ୍ତୀ ପ୍ରଶ୍ନଗୁଡ଼ିକ ଉଠିବା ଉଚିତ: ଏହା କ’ଣ ସତ୍ୟ ବୋଲି ଆମେ ଅସୁରକ୍ଷିତ ନା ଯାହା ଦାବି କରୁଛୁ ତାହା ଅସତ୍ୟ ବୋଲି ଆମେ ଅସୁରକ୍ଷିତ? ଆସନ୍ତୁ ଧରିନେବା ପ୍ରଥମ ଘଟଣାଟି ଘଟୁଛି। ସତ୍ୟ ଏବଂ ତଥ୍ୟ ସତ୍ତ୍ୱେ ଭାରତ ଏବଂ ଏହାର ସରକାର ଅସୁରକ୍ଷିତ, ଯେଉଁଠି ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ବ୍ୟକ୍ତିବିଶେଷଙ୍କ ସ୍ବାଧୀନତା ଅଛି ଏବଂ ଦେଶ କ୍ଷତିକାରକ ନୁହେଁ। ଯେତେବେଳେ ଆମକୁ ପ୍ରକୃତ ବିଷୟରେ ପଚରାଯାଏ ଆମେ ଖାଲି ଚିଡ଼ିଚିଡ଼ି ହୋଇଥାଉ। ଯଦି ତାହା ହୁଏ, ତେବେ ଆମକୁ ପିଲାମାନଙ୍କ ପରି ବ୍ୟବହାର କରିବାକୁ ଆମେ ବିଦେଶୀ ରିପୋର୍ଟର ଏବଂ ପର୍ଯ୍ୟବେକ୍ଷକଙ୍କୁ ପରାମର୍ଶ ଦେବା ଦରକାର। ଆମ ମୁଣ୍ଡକୁ ଥାପୁଡ଼ାଇବା ଉଚିତ ଓ ଆମକୁ କୁହାଯିବା ଦରକାର ଯେ ଆମେ ଭଲ ପୁଅ ଓ ଝିଅ ଏବଂ କୌଣସି ପ୍ରକାରର ଲଲିପପ୍‌ ବି ଦିଆଯିବା ଉଚିତ। କଠିନ ପ୍ରଶ୍ନ ପଚରାଗଲେ ଆମ ମଧ୍ୟରେ କ୍ରୋଧ ସୃଷ୍ଟି ହେବ, ଏଣୁ ଏହାକୁ ଏଡ଼ାଇ ଯାଅ।
ଉଲ୍ଲେଖନୀୟ ଯେ, ଅନ୍ୟ ରାଷ୍ଟ୍ରଗୁଡ଼ିକ ଆମ ସରକାରଙ୍କ ସହିତ ଏହିପରି ବ୍ୟବହାର କରନ୍ତି। ଯଦି ସେମାନେ ଆମଠାରୁ କିଛି ଚାହାନ୍ତି, ତେବେ ସେମାନେ ଆମକୁ ଏକ ଲଲିପପ୍‌ (କିମ୍ବା ଏକ ପଦକ) ଦେଇ ଆମର କ୍ଷୁଦ୍ର ଭାଷଣ ଶୁଣିବା ପାଇଁ ଏକ ସ୍ଥାନ ସ୍ଥିର କରନ୍ତି ଏବଂ ସେମାନଙ୍କର ଯାହା ଦରକାର ତାହା ଆମଠାରୁ ସଂଗ୍ରହ କରିନିଅନ୍ତି। ଆସନ୍ତୁ ଏବେ ଅନ୍ୟ ସମ୍ଭାବନାକୁ ଦେଖିବା। ଆମେ ଅସୁରକ୍ଷିତ କାରଣ ଆମେ ଜାଣୁ ଯେ ଆମେ ଯାହା ଦାବି କରୁଛୁ ତାହା ମିଥ୍ୟା। ଆମେ ପ୍ରକୃତରେ ଯେତିକି ଗଣତାନ୍ତ୍ରିକ କିମ୍ବା ସ୍ବାଧୀନତା ପ୍ରିୟ ବୋଲି ଦାବି କରୁଛେ ବାସ୍ତବରେ ସେତିକି ନୁହେଁ ଏବଂ ମନେରଖିବା ଉଚିତ, ଏହା ଆମକୁ ବିରକ୍ତ ଏବଂ କ୍ରୋଧିତ କରୁଛି। ଯଦି ଏହା ସତ୍ୟ, ତେବେ ଏହାର ସମାଧାନ ପାଇଁ ସହଜ ବାଟ ଅଛି। ଏହାର ବାହ୍ୟ ଜଗତ ସହିତ କୌଣସି ନେଣଦେଣ ନାହିଁ ଏବଂ ଆମ ପ୍ରତି ସେମାନଙ୍କ ଆଚରଣର ମୂଲ୍ୟାଙ୍କନ କିମ୍ବା ଆମକୁ ପିଲା ପରି ବ୍ୟବହାର କରିବା ଆବଶ୍ୟକ ନାହିଁ। ସମାଧାନ ହେଉଛି କେବଳ ସତ କହିବା।
ଗତ ୧୨ ବର୍ଷ ଧରି ଭାରତର କୂଟନୀତିଜ୍ଞମାନେ ନେହେରୁଙ୍କ ଢାଞ୍ଚାରେ କାର୍ଯ୍ୟ କରିଆସୁଛନ୍ତି। ବିଶ୍ୱକୁ, ବିଶେଷକରି ଗଣତାନ୍ତ୍ରିକ ଏବଂ ବିକଶିତ ରାଷ୍ଟ୍ରଗୁଡ଼ିକୁ କହିଆସୁଛୁ ଯେ, ଆମେ ଧର୍ମନିରପେକ୍ଷ, ବିବିଧତାବାଦୀ ଏବଂ ଉଦାରବାଦୀ; ମାନବାଧିକାର ଏବଂ ବ୍ୟକ୍ତିଗତ ସ୍ବଧୀନତାକୁ ସମ୍ମାନ କରୁ। ଏହା ନିଶ୍ଚିତ ଭାବରେ ମିଥ୍ୟା। ଯେତେବେଳେ ବିଦେଶୀ ଗଣମାଧ୍ୟମ ତଥ୍ୟଗୁଡ଼ିକୁ ଯାଞ୍ଚକରନ୍ତି ସେତେବେଳେ ସେମାନେ ଜାଣନ୍ତି ଯେ ଏହା ମିଥ୍ୟା ଏବଂ ଭାରତ ସରକାର କେବଳ ଲଗାତର ମିଛ କଥା କହନ୍ତି। ସରକାର ବିଦେଶରେ ଯାହା କହିଥାନ୍ତି ଦେଶରେ ଭିନ୍ନ କଥା କହନ୍ତି ଏବଂ ବ୍ୟବହାର କରନ୍ତି। ସରକାର ନୂତନ ଭାରତର ଆଧାର ପାଲଟିଥିବା ବୁଲ୍‌ଡୋଜର, ଭିଡ଼ହିଂସା, ଜାମିନ ନାମଞ୍ଜୁର ଓ ଭୋଟର ନାମ କାଟିବା ଏବଂ ସମ୍ପ୍ରଦାୟକୁ ବାଦଦେବା ବିଷୟରେ ବାହାର ଦେଶର ରିପୋର୍ଟରଙ୍କୁ କହନ୍ତି ନାହିଁ। ଏହା ନେହେରୁଙ୍କର ତଥା ଅନ୍ତର୍ଭୁକ୍ତି ଭାଷାର କଥା କହନ୍ତି। ଆମେ ପ୍ରକୃତରେ ଯାହା ଯଦି ସେହି ବିଷୟରେ ମିଛ କହିବା ବନ୍ଦ କରିଦେବା, ତେବେ ଏହା ଆମ ସମସ୍ତଙ୍କ ପାଇଁ, ବିଶ୍ୱ ଲାଗି ଏବଂ ବିଶ୍ୱର ରିପୋର୍ଟରଙ୍କ ପାଇଁ ବୁଝିବା ସହଜ ହେବ। କେହି ଜଣେ ଚତୁରତାର ସହ କହିଛନ୍ତି ଯେ, କୂଟନୀତିଜ୍ଞଙ୍କୁ ସେମାନଙ୍କ ଦେଶ ପାଇଁ ବିଦେଶରେ ମିଛ କହିବାକୁ ପଠାଯାଇଥାଏ। କିନ୍ତୁ ମିଛ କହିବା ଦ୍ୱାରା ଯେଉଁ ଉତ୍ତେଜନା ଏବଂ କ୍ରୋଧ ସୃଷ୍ଟି ହେଉଛି ତାହାକୁ ଦୃଷ୍ଟିରେ ରଖି ଆମେ ଏହି ବିକଳ୍ପ ବିଷୟରେ ବିଚାର କରିବା ଉଚିତ ଯେ, ସଚ୍ଚୋଟତା ହିଁ ସର୍ବୋତ୍ତମ କୂଟନୈତିକ ନୀତି ହୋଇପାରେ।

Dharitri – Odisha’s No.1 Odia Daily