Posted inଖେଳ

ସ୍ପାନିଶ୍‌ ଲିଗ୍‌ ଟାଇଟଲ ଜିତିଲା ରିୟଲ ମାଡ୍ରିଡ୍‌

ମାଡ୍ରିଡ୍‌,୧୭।୭(ଏପି): ରିୟଲ ମାଡ୍ରିଡ୍‌ ଆଉଏକ ବଡ଼ ସଫଳତା ହାସଲ କରିଛି। ମାଡ୍ରିଡ୍‌ ଏଥର ଜଣାଶୁଣା ସ୍ପାନିଶ ଲିଗ୍‌ ଲା ଲିଗା ଟାଇଟଲ ହାସଲ କରିଛି। ଗୁରୁବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମାଡ୍ରିଡ୍‌ ୨-୧ ଗୋଲରେ ଭିଲାରିୟଲକୁ ପରାସ୍ତ କରିଛି। ଫଳରେ ଆଉ ଗୋଟଏ ମ୍ୟାଚ୍‌ ବାକିଥାଇ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଥିସହିତ ମାଡ୍ରିଡ୍‌ ତା’ର ୩୪ତମ ସ୍ପାନିଶ ଲଗ୍‌ ଟାଇଟଲ ଜିତିଛି। ତେବେ ଗତ ୩ ବର୍ଷ ମଧ୍ୟ ମାଡ୍ରିଡ୍‌ ପ୍ରଥମଥର ପାଇଁ ଏହି ଟାଇଟଲ ଜିତିଛି। ପୂର୍ବରୁ ଶେଷଥର ପାଇଁ ମାଡ୍ରିଡ୍‌ ୨୦୧୭ରେ ଏହି ଟାଇଟଲ ଜିତିଥିଲା। ସେହପରି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାର୍ସିଲୋନା ଓସାଉସୁନାଠାରୁ ୨-୧ ଗୋଲରେ ପରାସ୍ତ ହୋଇଛି। ଫଳରେ ବାର୍ସିଲେନାର ଟାଇଟଲ ଆଶା ଧୂଳିସାତ୍‌ ହୋଇଛି। ଆଉ ଗୋଟିଏ ରାଉଣ୍ଡ ମ୍ୟାଚ୍‌ ବାକିଥିଲେ ମଧ୍ୟ ୭ ପଏଣ୍ଟ ବ୍ୟବଧାନରେ ମାଡ୍ରିଡ୍‌କୁ ବିଜୟ ମୁକୁଟ ମିଳିଛି।
ମାଡ୍ରିଡ୍‌ ଏପର୍ଯ୍ୟନ୍ତ ୩୭ଟି ମ୍ୟାଚ୍‌ ଖେଳି ୨୬ ବିଜୟ, ୮ ଡ୍ର ଓ ୩ ପରାଜୟ ସହ ୮୬ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଅନ୍ୟପଟେ ବାର୍ସିଲୋନା ୩୭ ମ୍ୟାଚ୍‌ ଖେଳି ୨୪ ବିଜୟ, ୭ ଡ୍ର ଓ ୬ ପରାଜୟ ସହ ୭୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଆଟଲେଟିକୋ ମାଡ୍ରିଡ୍‌ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୧୮ ବିଜୟ, ୧୫ ଡ୍ର ଓ ୪ ପରାଜୟ ସହ ୬୯ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ମାଡ୍ରିଡ୍‌ ତରଫରୁ କରିମ୍‌ ବେଞ୍ଜେମା ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ୨୯ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ୭୭ ମିନିଟ୍‌ରେ ପେନାଲ୍ଟି ଜରିଆରେ ସେ ଦ୍ୱିତୀୟ ଗୋଲ ପ୍ରଦାନ କରିଥିଲେ। ଅପରପକ୍ଷରେ ଭିଲରିୟଶ ତରଫରୁ ଭିସେଣ୍ଟ ଇବୋରା ଗୋଟିଏ ଗୋଲ ସ୍କୋର କରିଥିଲେ। ଏହି ସଫଳତା ପାଇଁ ମାଡ୍ରିଡ୍‌କୁ ବାର୍ସିଲୋନ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ମାଡ୍ରିଡ୍‌ର ଏହି ବିଜୟ କୋଚ୍‌ ତତା ପୂର୍ବତନ ଫ୍ରାନ୍ସ ଫୁଟବଲର ଜିନେଡିନ ଜିଡାନଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଚାମ୍ପୟନ୍ସ ଲିଗ୍‌ଠାରୁ ଏହି ବିଜୟ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସାରା ସେସନରେ ଖେଳଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଏହା ନଶ୍ଚିତ ଭାବେ ପ୍ରଶଂସନୀୟ ଓ ମାଡ୍ରିଡ୍‌ ବିଜୟର ହକ୍‌ଦାର। ଏହା ମୋ ପେସାଦାର ଜୀବନର ଶ୍ରେଷ୍ଠ ଦିବସ ବୋଲି ସେ କହିଛନ୍ତି। ପୂର୍ବରୁ ଜଣେ ଖେଳାଳି ଭାବେ ଜିଡାନ ଚାମ୍ପିୟନ୍ସ ଲିଗ୍‌ ଓ ବିଶ୍ୱକପ୍‌ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଦଳ ଛାଡି ଜୁଭେଣ୍ଟସ୍‌ରେ ଯୋଗ ଦେବା ପରେ ପ୍ରଥମଥର ପାଇଁ ମାଡ୍ରିଡ ଏହି ଟାଇଟଲ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ନେହେରୁଙ୍କ ପ୍ରତିମୂର୍ତ୍ତି, BJP-RSS କର୍ମୀଙ୍କ ଉପରେ ଆସିଲା ଗୁରୁତର ଅଭିଯୋଗ

ଗୁଆହାଟି,୨୬।୨: ଆସାମରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଯାହା…

ଜନ୍ମମାଟିରେ ଶହୀଦ ଯବାନ ଲକ୍ଷ୍ମଣଙ୍କୁ ଶେଷ ବିଦାୟ

ମୋରଡ଼ା/ରାସଗୋବିନ୍ଦପୁର,୨୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା): ଜନ୍ମମାଟିରେ ଶହୀଦ ଓଡ଼ିଆ ଯବାନଙ୍କୁ ଦିଆଯାଇଛି ଶେଷ ବିଦାୟ। ‘ଅମର ରହେ ଯବାନ ଲକ୍ଷ୍ମଣ’ ସ୍ବରରେ କମ୍ପିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ…

ଦଶମ ବୋର୍ଡ ପରୀକ୍ଷା ବେଳେ ଛାତ୍ରୀଙ୍କୁ ସ୍କୁଲରେ ଆସିଲା ପ୍ରସବ ଯନ୍ତ୍ରଣା, ଶୌଚାଳୟରେ…

ଭୋପାଳ,୨୬ା୨: ମଧ୍ୟପ୍ରଦେଶ ଧାର ଜିଲାର ପିଥମପୁରରେ ମଙ୍ଗଳବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା…

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା: ଲଞ୍ଚ ହେଲା ନୂଆ ପୋର୍ଟାଲ, ଘରେ ବସି ମିଳିବ…

ନୂଆଦିଲ୍ଲୀ,୨୬।୨: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇରେ କ୍ଷତିପୂରଣ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଦାବିଗୁଡ଼ିକର ଦ୍ରୁତ ଏବଂ ସ୍ବଚ୍ଛ ସମାଧାନ ସୁନିଶ୍ଚିତ କରିବା ପାଇଁ ରେଳବାଇ…

ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟ-ରଶ୍ମିକା, ମଣ୍ଡପ ବାହାରେ ବଣ୍ଟାହେଲା ମିଠା

ଉଦୟପୁର,୨୬।୨: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି କପଲ ଉଦୟପୁରରେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ସାତ ଜନ୍ମର…

Video: ନେତାନ୍ୟାହୁ ପିନ୍ଧିଲେ ଭାରତୀୟ ପୋଷାକ, ତାଙ୍କ ପତ୍ନୀ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁମାଲ ସହିତ ମେଳ ଖାଉଥିବା…

ଜେରୁଜେଲମ,୨୬।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଅଛନ୍ତି। ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ତେଲ ଅଭିଭରେ ପହଞ୍ଚିବା ପରେ ତାଙ୍କୁ ବେଞ୍ଜାମିନ…

ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା EDର ରେଡ୍

ଭୁବନେଶ୍ବର,୨୬।୨: ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା EDର ରେଡ୍ । ସକାଳୁ ସକାଳୁ ରେଡ୍ ଜାରି ରହିଛି । ହାଇଟେକ୍ ମେଡିକାଲ କଲେଜ ସମେତ ୫ଟି ସ୍ଥାନରେ…

ଇନଷ୍ଟାରେ ମୋଦିଙ୍କ ୧୦ କୋଟି ଫଲୋଅର୍ସ, କ’ଣ ପିଏମଙ୍କୁ ସୋସିଆଲ ମିଡିଆରୁ ମିଳେ ଟଙ୍କା…

ନୂଆଦିଲ୍ଲୀ,୨୬।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ କୋଟି ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଅତିକ୍ରମ କରିଛନ୍ତି। ଏହି ସଫଳତା ସହିତ, ସେ ବିଶ୍ୱର ପ୍ରଥମ ନେତା ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri