Categories: ବାଣିଜ୍ୟ

୧୦.୯% ଖସିପାରେ ରିୟଲ ଜିଡିପି

ନୂଆଦିଲ୍ଲୀ,୨।୯: ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)୨୩.୯% ଖସିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ୧୦.୯% ଖସିପାରେ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଏହାର ଇକୋରାପ୍‌ ରିପୋର୍ଟରେ ପ୍ରକାଶ କରିଛି। ଚଳିତ ଆର୍ଥତ୍କ ବର୍ଷ ଦେଶର ଜିଡିପି -୬.୮% ଖସିବା ନେଇ ଏହା ପୂର୍ବରୁ ଆକଳନ କରିଥିଲା। ଚଳିତ ବର୍ଷ ଜାନୁୟାରୀ-ମାର୍ଚ୍ଚ ସମୟରେ ଜିଡିପି ୩.୧% ଅଭିବୃଦ୍ଧି ହୋଇଥିଲା। ସେହିଭଳି ଗତବର୍ଷ ଏହି ଅବଧିରେ ଅଭିବୃଦ୍ଧି ୫.୨% ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ସାରା ଜିଡିପି ଖସିବା ନେଇ ବ୍ୟାଙ୍କ ଏହାର ରିପୋର୍ଟରେ ପ୍ରକାଶ କରିଛି। ଅଭିବୃଦ୍ଧି ନକରାତ୍ମକ ରହିବା ସହ -୧୦.୯% ରହିବ ବୋଲି ଏହା ଆଶଙ୍କା ପ୍ରକଟ କରିଛି। ଦ୍ୱିତୀୟ ତ୍ରୈମାସରେ ଜିଡିପି -୧୨ରୁ -୧୫%, ତୃତୀୟ ତ୍ରୈମାସରେ -୫ରୁ ୧୦% ଏବଂ ଚତୁର୍ଥ ତ୍ରୈମାସରେ ଏହା -୨ରୁ -୫% ଖସିବା ନେଇ ଆକଳନ କରାଯାଇଛି। କୋଭିଡ୍‌ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଲଗାତର ଖସୁଛି। କରୋନାକୁ ନିୟନ୍ତ୍ରଣ କରିବା ଲାଗି ସରକାର ଲାଗୁ କରିଥିବା ଲକ୍‌ଡାଉନ କାରଣରୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ଫଳରେ ଅର୍ଥ ବ୍ୟବସ୍ଥା ୨୩.୯% ଖସିଛି। ଏହା ଗତ ୪ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ କ୍ଷତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share