ଶେଷ ହୋଇଯିବ ଇରାନ! କେବଳ ଯୁଦ୍ଧବିରତି ନୁହେଁ, ବଡ଼ ଟାର୍ଗେଟ ଖୁଲାସା କଲେ ଟ୍ରମ୍ପ

ନୂଆଦିଲ୍ଲୀ,୧୭।୬: ଇସ୍ରାଏଲ-ଇରାନ ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଏକ ବୃହତ୍ତର ଆଞ୍ଚଳିକ ଯୁଦ୍ଧର ଭୟ ବଢ଼ିଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ଯୁଦ୍ଧରେ ବିରତି ଚାହୁଁନାହାନ୍ତି। ଏୟାର ଫୋର୍ସ ଓ୍ଵାନରେ ଖବରଦାତାମାନଙ୍କୁ ଟ୍ରମ୍ପ କହିଛନ୍ତି, “ଆମେ ଯୁଦ୍ଧବିରତିରୁ ଅଧିକ କିଛି ଖୋଜୁଛୁ।”

ତାଙ୍କୁ “ଯୁଦ୍ଧବିରତିରୁ ଅଧିକ” କହିବାର ଅର୍ଥ ବିଷୟରେ ପଚରାଯିବାରୁ ସେ ସ୍ପଷ୍ଟ କରିଛନ୍ତି। “ଏକ ପ୍ରକୃତ ଅନ୍ତ। ଯୁଦ୍ଧବିରତି ନୁହେଁ। ଏକ ଅନ୍ତ,” ବିବିସି ଟ୍ରମ୍ପଙ୍କ ଏହି ଉକ୍ତି ଉଦ୍ଧୃତ କରି ରିପୋର୍ଟ କରିଛି।

ତାଙ୍କ ଏହି ମନ୍ତବ୍ୟ ଏକ ବିଶ୍ୱବ୍ୟାପୀ ଚିନ୍ତା ଏବଂ କୂଟନୈତିକ ତତ୍ପରତା ମଧ୍ୟରେ ଆସିଛି, ଯେଉଁଥିରେ ଚଳିତ ସଂଘର୍ଷ ଯୋଗୁଁ ଉଭୟ ଦେଶରେ ଶହଶହ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ତୈଳ ବଜାର ଅସ୍ଥିର ହୋଇପଡ଼ିଛି।

ଆମେରିକା ଆଭିମୁଖ୍ୟ ଏବଂ ଇସ୍ରାଏଲକୁ ପ୍ରଦାନ କରାଯାଉଥିବା ସାହାଯ୍ୟ ବିଷୟରେ ଅଧିକ ପଚରାଯିବାରୁ ଟ୍ରମ୍ପ କହିଛନ୍ତି, “ବର୍ତ୍ତମାନ ଆମେ ବେଶ ଭଲ କରୁଛୁ। ମନେ ରଖନ୍ତୁ, ଇରାନ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ।”

ରିଉଟର୍ସ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ସୂଚନା ଦେଇଛନ୍ତି ଯେ ସେ “ସମ୍ଭବତଃ” ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କିମ୍ବା ମଧ୍ୟପ୍ରାଚ୍ୟ ଦୂତ ଷ୍ଟିଭ୍ ଓ୍ଵିଟକଫ ପରି ବରିଷ୍ଠ ଆମେରିକା ଅଧିକାରୀମାନଙ୍କୁ ଇରାନ ସହିତ କୂଟନୈତିକ ଆଲୋଚନା ପାଇଁ ପଠାଇପାରନ୍ତି। ଟ୍ରମ୍ପ ଇସ୍ରାଏଲ ନିରନ୍ତର ଆକ୍ରମଣ ସୂଚନା ଦେଇଛନ୍ତି। “ଆଗାମୀ ଦୁଇ ଦିନରେ ଆପଣ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri