Categories: ଫୁରସତ

ରେଡ଼ି ଟୁ କୁକ୍‌ ଚିକେନ୍‌

କୁକୁଡ଼ା ବିଭିନ୍ନ ରଙ୍ଗର ଓ ପ୍ରକାରର ଥାଆନ୍ତି। ତେବେ ଇସ୍ରାଇଲର ଜେନେଟିସିଷ୍ଟ ଓ ପଲଟ୍ରି ବ୍ରିଡିଂ ଏକ୍ସପର୍ଟ ଅଭିଗଦୋର କାହାନର୍‌ ତିଆରି କରିଛନ୍ତି ଏମିତି ଏକ କୁକୁଡା ଯାହାକୁ ଦେଖି ସମସ୍ତେ ଚକିତ ହୋଇ ଯାଉଛନ୍ତି। ଏହି କୁକୁଡା ବି ସାଧାରଣ କୁକୁଡ଼ା ପରି ହେଲେ ଏହାର ଆଦୌ ପର ନାହିଁ। ସେ ଏହାକୁ ବେୟାର ନେକ କୁକୁଡା ଓ ବ୍ରଏଲର୍‌ କୁକୁଡାର କ୍ରସ୍‌ ବ୍ରିଡିଂ କରାଇ ତିଆରି କରିଛନ୍ତି। କିଏ ଏହାକୁ ‘ରେଡ଼ି ଟୁ ଇଟ୍‌ କୁକୁଡା’ କହୁଛନ୍ତି ତ ଆଉ କିଏ କାହାନର୍‌ଙ୍କୁ ଏଭଳି କୁକୁଡା ତିଆରି ପାଇଁ ନିନ୍ଦା କରୁଛନ୍ତି। ତେବେ କାହାନର୍‌ କହନ୍ତି, ଏହି କୁକୁଡା ବହୁତ ଉପକାରୀ। କାରଣ ଏହା ଜଲ୍ଦି ବଢେ, ଏହାର ମାଂସରେ କମ୍‌ ଫ୍ୟାଟ୍‌ ରହେ, ଏହି କୁକୁଡା କମ୍‌ ଖାଆନ୍ତି ଓ ଗରମ ବାତାବରଣରେ ରହିପାରନ୍ତି। କିନ୍ତୁ ଏହି କୁକୁଡାର ଏଭଳି ଶରୀର ତା’ ପାଇଁ ଅନେକ ସମସ୍ୟା ବି ଆଣୁଛି। ଯେମିତିକି ଏମାନେ ଥଣ୍ଡା ବାତାବରଣରେ ରହିପାରନ୍ତି ନାହିଁ। ମଶା, ମାଛି ଏବଂ ବିଭିନ୍ନ କୀଟାଣୁ ସହ ଲଢିବାର କ୍ଷମତା ଏହାର କମ୍‌। ପର ନ ଥିବା ଯୋଗୁ ସହବାସ ସମୟରେ ବି ଅସୁବିଧା ହୁଏ। ଏହି ଅଜବ କୁକୁଡାକୁ ସାଧାରଣ ଲୋକ ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Share