ଅନ୍ତର୍ଜାତୀୟସ୍ତରରେ ପହଞ୍ଚୁଛି ମାଣ୍ଡିଆ, ଆଦିବାସୀଙ୍କ ପାଖରୁ ଯାଇ ହେଲାଣି ବିଦେଶୀ ସମ୍ଭ୍ରାନ୍ତଙ୍କ ପ୍ରିୟ

ସୁନାବେଡା ୪ା୧(କୃତ୍ତିବାସ ପ୍ରଧାନ): ମାଣ୍ଡିଆ ଏମିତି ଏକ ଶସ୍ୟ ଆଦିବାସୀ ଜନଜାତିଙ୍କୁ ଛାଡିଦେଲେ ବାକି ଅନେକ ଲୋକଙ୍କ କାନକୁ ଏହି ଶବ୍ଦଟି ଖରାପ ଶୁଭୁ ଥିଲା। ଲୋକଙ୍କ ମନରେ ଧାରଣା ଥିଲା ଏହା ଆଦିବାସୀମାନଙ୍କ ଖାଦ୍ୟ। କିନ୍ତୁ ବର୍ତ୍ତମାନ ସମୟରେ ଏହି ମାଣ୍ଡିଆ ଆଦିବାସୀଙ୍କ ପାଖରୁ ଯାଇ ବିଦେଶୀ ସମ୍ଭ୍ରାନ୍ତଙ୍କ ପ୍ରିୟ ହୋଇ ପାରିଛି। ମାଣ୍ଡିଆ ସାଧାରଣତଃ ଦକ୍ଷିଣ ମାଳଭୂମି କୋରାପୁଟ ଜିଲା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ। ଜିଲାର ୧୪ ବ୍ଲକ୍‌ରେ ଏହି ମାଣ୍ଡିଆ ଚାଷ କରାଯାଉଥିବା ବେଳେ ଲକ୍ଷ୍ମୀପୁର ଓ କୁନ୍ଦୁରା ବ୍ଲକ୍‌ରେ ଏହା ଅଧିକ ପରିମାଣରେ ଚାଷ କରାଯାଏ। ଏହି ମାଣ୍ଡିଆରେ ଅଧିକ ପରିମାଣରେ ପୃଷ୍ଟିସାର, ଖଣିଜ ଲବଣ, ସ୍ନେହସାର କାର୍ବୋହାଇଡ୍ରେଡ୍‌ ଓ ଫାଇବର୍‌ ଭରି ରହିଥାଏ। ମୋଟ ୩୩ କିସମର ଦେଶୀ ମାଣ୍ଡିଆ ଚାଷ ହେଉଥିଲେ ବି ଭାଲୁ, ଲଡୁ, ତେଲୁଗୁ ଓ ବଡ ମଣ୍ଡିଆର ବେଶ୍‌ ଚାହିଦା ରହିଛି। କାରଣ ଏହି କିସମର ବିହନରେ ହାଇବ୍ରିଡ଼ ମାଣ୍ଡିଆ ଅପେକ୍ଷା ଅଧିକ ଅମଳ ହୁଏ। ତେଣୁ ଏଠାକାର ଲୋକେ ଏହିସବୁ କିସମର ମାଣ୍ଡିଆ ଚାଷ କରନ୍ତି। ମାଣ୍ଡିଆର ଗୁଣସୁତ୍ରରେ ବିଭିନ୍ନ ପ୍ରକାରର ଜୀନ୍‌ ରହିଥିବା ପରୀକ୍ଷାରୁ ଜଣାପଡିଛି ବୋଲି କୁହାଯାଉଛି।

ବର୍ତ୍ତମାନ ଯେଉଁ ଭଳି ଭାବେ ଜଳବାୟୁ ପରିବର୍ତ୍ତନ ଘଟୁଛି ଏହି ପ୍ରକାର ମାଣ୍ଡିଆ ମରୁଡି ପ୍ରତିକୁଳ ପରିବେଶରେ ଚାଷ କରିବା ସହିତ ଆଦିବାସୀଙ୍କର ଖାଦ୍ୟ ସୁରକ୍ଷା ଯୋଗାଇବା ଦକ୍ଷତା ରହିଛି ବୋଲି ଏକ ଆକଳନରୁ ଜଣାପଡିଛି। ଗୁଣାତ୍ମକ ମାଣ୍ଡିଆର ବିଭିନ୍ନ ଗୁଣସୂତ୍ର ବା ଜୀନ୍‌କୁ ନେଇ ନୂତନ ମାଣ୍ଡିଆ ଚାଷ କରାଯାଇ ପାରିବ ବୋଲି କୁହାଯାଉଛି। ନିକଟରେ କୋରାପୁଟର ମାଣ୍ଡିଆର ଉନ୍ନତ ଗୁଣବତ୍ତାକୁ ଲକ୍ଷ୍ୟକରି ସରକାରଙ୍କର ମିଲେଟ ମିଶନ ସହାୟତାରେ କୋରାପୁଟର ୪ଟି ଦେଶୀ ମାଣ୍ଡିଆର ଭୂପ୍ରଜାତି ବାଟି, ଭାରତୀ, କାଳିଆ ଓ ମାମି ମାଣ୍ଡିଆ ବାହାର କରିଛନ୍ତି। ଯାହାକି ଆଗାମୀ ଦିନରେ ଅଧିକ ପ୍ରଚାର ପ୍ରସାର ଓ ଚାଷ କରାଯିବ। ପ୍ରତିକୂଳ ଜଳବାୟୁରେ ମଧ୍ୟ ଏହାର ଚାଷ ହୋଇ ପାରୁଥିବା ଯୋଗୁ ଏହା ବେଶ୍‌ ଲାଭଦାୟକ। ଓଡିଶା ତଥା ଭାରତ ସରକାର ୨୦୨୩ ବର୍ଷକୁ ମିଲେଟ୍‌ ମିଶନ୍‌ ଭାବେ ପାଳନ କରି ମାଣ୍ଡିଆକୁ ସାମିଲ୍‌ କରିବା ପରେ ଏହାର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ସୃଷ୍ଟି ହୋଇଛି। ଏଥିରୁ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ ପ୍ରକାରର ପିଠାପଣା ସାଙ୍ଗକୁ ଲଡୁ,ମୁଢି ଓ କେକ୍‌ ତିଆରି କରି ମାଣ୍ଡିଆକୁ ବିଶ୍ବସ୍ତରରେ ପ୍ରସିଦ୍ଧି କରାଇବାରେ ସହାୟକ ହୋଇଛନ୍ତି। ନିକଟରେ ମିଲେଟ ଓ ଶ୍ରୀ ଅନ୍ନର ଗୁରୁତୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଜୀବନଶୈଳୀ ସମ୍ବନ୍ଧିତ ରୋଗକୁ ରୋକିବାରେ ଏହା ସହାୟକ ହେବ। ଓଡିଶାର ମିଲେଟକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କପକ୍ଷରୁ ଭୁବନେଶ୍ୱରରେ ଗତ ନଭେମ୍ବରରେ ଏକ ଅନ୍ତର୍ଜାତୀୟ ମିଲେଟ୍‌ ସମ୍ମିଳନୀ କରାଯାଇଥିଲା। ଯେଉଁଥିରେ କୋରାପୁଟର ପାରମ୍ପରିକ ମିଲେଟ୍‌ର ବିଶେଷତ୍ୱ ତଥା ସଂରକ୍ଷଣ ଉପରେ ବିଶେଷ ଆଲୋଚନା ହୋଇଥିଲା। ଏହି ମାଣ୍ଡିଆକୁ ସରକାରଙ୍କ ମିଲେଟ ମିଶନ ମାଧ୍ୟମରେ ପ୍ରଚାର,ପ୍ରସାର ଓ ସଂରକ୍ଷଣ କରାଗଲେ ଏହା ଖାଦ୍ୟ ଓ ଅପପୁଷ୍ଟିର ସୁରକ୍ଷା ଦେବା ସହିତ ଆଦିବାସୀ ଜନଜାତିଙ୍କ ଆର୍ଥିକ ବିକାଶ ଦିଗରେ ବେଶ୍‌ ସହାୟକ ହୋଇପାରିବ। କୋରାପୁଟର କଫି କଳାଜୀରା ଚାଉଳ ଭଳି ମାଣ୍ଡିଆର ପ୍ରଚାର ପ୍ରସାର ଓ ବଜାରୀକରଣ କରାଗଲେ ଏହା କୋରାପୁଟ ଜିଲା ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଆଦିବାସୀମାନଙ୍କର ଜୀବନ ଜୀବିକାକୁ ସମୃଦ୍ଧ କରିବ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ସହକାରୀ ପ୍ରଫେସର ଦେବବ୍ରତ ପଣ୍ଡା ବିଶେଷଜ୍ଞ ମତ ରଖିଛନ୍ତି। ଅପରପକ୍ଷରେ ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ଚାଷ କରିବା ସହ ଯୁବ ପିଢ଼ି ମଧ୍ୟ ଏହି ଚାଷ ପ୍ରତି ଆକୃଷ୍ଟ ହେବେ ବୋଲି କେତେକ ମାଣ୍ଡିଆ ଚାଷୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri