ଅନ୍ତର୍ଜାତୀୟସ୍ତରରେ ପହଞ୍ଚୁଛି ମାଣ୍ଡିଆ, ଆଦିବାସୀଙ୍କ ପାଖରୁ ଯାଇ ହେଲାଣି ବିଦେଶୀ ସମ୍ଭ୍ରାନ୍ତଙ୍କ ପ୍ରିୟ

ସୁନାବେଡା ୪ା୧(କୃତ୍ତିବାସ ପ୍ରଧାନ): ମାଣ୍ଡିଆ ଏମିତି ଏକ ଶସ୍ୟ ଆଦିବାସୀ ଜନଜାତିଙ୍କୁ ଛାଡିଦେଲେ ବାକି ଅନେକ ଲୋକଙ୍କ କାନକୁ ଏହି ଶବ୍ଦଟି ଖରାପ ଶୁଭୁ ଥିଲା। ଲୋକଙ୍କ ମନରେ ଧାରଣା ଥିଲା ଏହା ଆଦିବାସୀମାନଙ୍କ ଖାଦ୍ୟ। କିନ୍ତୁ ବର୍ତ୍ତମାନ ସମୟରେ ଏହି ମାଣ୍ଡିଆ ଆଦିବାସୀଙ୍କ ପାଖରୁ ଯାଇ ବିଦେଶୀ ସମ୍ଭ୍ରାନ୍ତଙ୍କ ପ୍ରିୟ ହୋଇ ପାରିଛି। ମାଣ୍ଡିଆ ସାଧାରଣତଃ ଦକ୍ଷିଣ ମାଳଭୂମି କୋରାପୁଟ ଜିଲା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ। ଜିଲାର ୧୪ ବ୍ଲକ୍‌ରେ ଏହି ମାଣ୍ଡିଆ ଚାଷ କରାଯାଉଥିବା ବେଳେ ଲକ୍ଷ୍ମୀପୁର ଓ କୁନ୍ଦୁରା ବ୍ଲକ୍‌ରେ ଏହା ଅଧିକ ପରିମାଣରେ ଚାଷ କରାଯାଏ। ଏହି ମାଣ୍ଡିଆରେ ଅଧିକ ପରିମାଣରେ ପୃଷ୍ଟିସାର, ଖଣିଜ ଲବଣ, ସ୍ନେହସାର କାର୍ବୋହାଇଡ୍ରେଡ୍‌ ଓ ଫାଇବର୍‌ ଭରି ରହିଥାଏ। ମୋଟ ୩୩ କିସମର ଦେଶୀ ମାଣ୍ଡିଆ ଚାଷ ହେଉଥିଲେ ବି ଭାଲୁ, ଲଡୁ, ତେଲୁଗୁ ଓ ବଡ ମଣ୍ଡିଆର ବେଶ୍‌ ଚାହିଦା ରହିଛି। କାରଣ ଏହି କିସମର ବିହନରେ ହାଇବ୍ରିଡ଼ ମାଣ୍ଡିଆ ଅପେକ୍ଷା ଅଧିକ ଅମଳ ହୁଏ। ତେଣୁ ଏଠାକାର ଲୋକେ ଏହିସବୁ କିସମର ମାଣ୍ଡିଆ ଚାଷ କରନ୍ତି। ମାଣ୍ଡିଆର ଗୁଣସୁତ୍ରରେ ବିଭିନ୍ନ ପ୍ରକାରର ଜୀନ୍‌ ରହିଥିବା ପରୀକ୍ଷାରୁ ଜଣାପଡିଛି ବୋଲି କୁହାଯାଉଛି।

ବର୍ତ୍ତମାନ ଯେଉଁ ଭଳି ଭାବେ ଜଳବାୟୁ ପରିବର୍ତ୍ତନ ଘଟୁଛି ଏହି ପ୍ରକାର ମାଣ୍ଡିଆ ମରୁଡି ପ୍ରତିକୁଳ ପରିବେଶରେ ଚାଷ କରିବା ସହିତ ଆଦିବାସୀଙ୍କର ଖାଦ୍ୟ ସୁରକ୍ଷା ଯୋଗାଇବା ଦକ୍ଷତା ରହିଛି ବୋଲି ଏକ ଆକଳନରୁ ଜଣାପଡିଛି। ଗୁଣାତ୍ମକ ମାଣ୍ଡିଆର ବିଭିନ୍ନ ଗୁଣସୂତ୍ର ବା ଜୀନ୍‌କୁ ନେଇ ନୂତନ ମାଣ୍ଡିଆ ଚାଷ କରାଯାଇ ପାରିବ ବୋଲି କୁହାଯାଉଛି। ନିକଟରେ କୋରାପୁଟର ମାଣ୍ଡିଆର ଉନ୍ନତ ଗୁଣବତ୍ତାକୁ ଲକ୍ଷ୍ୟକରି ସରକାରଙ୍କର ମିଲେଟ ମିଶନ ସହାୟତାରେ କୋରାପୁଟର ୪ଟି ଦେଶୀ ମାଣ୍ଡିଆର ଭୂପ୍ରଜାତି ବାଟି, ଭାରତୀ, କାଳିଆ ଓ ମାମି ମାଣ୍ଡିଆ ବାହାର କରିଛନ୍ତି। ଯାହାକି ଆଗାମୀ ଦିନରେ ଅଧିକ ପ୍ରଚାର ପ୍ରସାର ଓ ଚାଷ କରାଯିବ। ପ୍ରତିକୂଳ ଜଳବାୟୁରେ ମଧ୍ୟ ଏହାର ଚାଷ ହୋଇ ପାରୁଥିବା ଯୋଗୁ ଏହା ବେଶ୍‌ ଲାଭଦାୟକ। ଓଡିଶା ତଥା ଭାରତ ସରକାର ୨୦୨୩ ବର୍ଷକୁ ମିଲେଟ୍‌ ମିଶନ୍‌ ଭାବେ ପାଳନ କରି ମାଣ୍ଡିଆକୁ ସାମିଲ୍‌ କରିବା ପରେ ଏହାର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ସୃଷ୍ଟି ହୋଇଛି। ଏଥିରୁ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ ପ୍ରକାରର ପିଠାପଣା ସାଙ୍ଗକୁ ଲଡୁ,ମୁଢି ଓ କେକ୍‌ ତିଆରି କରି ମାଣ୍ଡିଆକୁ ବିଶ୍ବସ୍ତରରେ ପ୍ରସିଦ୍ଧି କରାଇବାରେ ସହାୟକ ହୋଇଛନ୍ତି। ନିକଟରେ ମିଲେଟ ଓ ଶ୍ରୀ ଅନ୍ନର ଗୁରୁତୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଜୀବନଶୈଳୀ ସମ୍ବନ୍ଧିତ ରୋଗକୁ ରୋକିବାରେ ଏହା ସହାୟକ ହେବ। ଓଡିଶାର ମିଲେଟକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କପକ୍ଷରୁ ଭୁବନେଶ୍ୱରରେ ଗତ ନଭେମ୍ବରରେ ଏକ ଅନ୍ତର୍ଜାତୀୟ ମିଲେଟ୍‌ ସମ୍ମିଳନୀ କରାଯାଇଥିଲା। ଯେଉଁଥିରେ କୋରାପୁଟର ପାରମ୍ପରିକ ମିଲେଟ୍‌ର ବିଶେଷତ୍ୱ ତଥା ସଂରକ୍ଷଣ ଉପରେ ବିଶେଷ ଆଲୋଚନା ହୋଇଥିଲା। ଏହି ମାଣ୍ଡିଆକୁ ସରକାରଙ୍କ ମିଲେଟ ମିଶନ ମାଧ୍ୟମରେ ପ୍ରଚାର,ପ୍ରସାର ଓ ସଂରକ୍ଷଣ କରାଗଲେ ଏହା ଖାଦ୍ୟ ଓ ଅପପୁଷ୍ଟିର ସୁରକ୍ଷା ଦେବା ସହିତ ଆଦିବାସୀ ଜନଜାତିଙ୍କ ଆର୍ଥିକ ବିକାଶ ଦିଗରେ ବେଶ୍‌ ସହାୟକ ହୋଇପାରିବ। କୋରାପୁଟର କଫି କଳାଜୀରା ଚାଉଳ ଭଳି ମାଣ୍ଡିଆର ପ୍ରଚାର ପ୍ରସାର ଓ ବଜାରୀକରଣ କରାଗଲେ ଏହା କୋରାପୁଟ ଜିଲା ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଆଦିବାସୀମାନଙ୍କର ଜୀବନ ଜୀବିକାକୁ ସମୃଦ୍ଧ କରିବ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ସହକାରୀ ପ୍ରଫେସର ଦେବବ୍ରତ ପଣ୍ଡା ବିଶେଷଜ୍ଞ ମତ ରଖିଛନ୍ତି। ଅପରପକ୍ଷରେ ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ଚାଷ କରିବା ସହ ଯୁବ ପିଢ଼ି ମଧ୍ୟ ଏହି ଚାଷ ପ୍ରତି ଆକୃଷ୍ଟ ହେବେ ବୋଲି କେତେକ ମାଣ୍ଡିଆ ଚାଷୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri