ଉଡାନ୍‌ ସହ ଆର୍‌ସିପିଏଲ୍‌ର ବୁଝାମଣା

ଭୁବନେଶ୍ୱର,୧।୫: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ (ଆରସିପିଏଲ) ଏବଂ ଉଡାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ବୁଝାମଣା ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥା ମଧ୍ୟରେ ଏକ ସର୍ବଭାରତୀୟ ବିତରଣ ଭାଗୀଦାରି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ପ୍ରାରମ୍ଭିକ ପର୍ଯ୍ୟାୟରେ ଆରସିପିଏଲର କାମ୍ପା ପାନୀୟର ପରିସର ୫୦,୦୦୦ ରୁ ଅଧିକ ଖୁଚୁରା ବ୍ୟବସାୟୀ ଓ କିରାନା ଷ୍ଟୋରରେ ଉପଲବ୍ଧ ହେବ। ଏପରିକି ଏହା ଆସନ୍ତା ଦୁଇ ମାସ ମଧ୍ୟରେ ଧୀରେ ଧୀରେ ଏକ ଲକ୍ଷରୁ ଅଧିକ ଖୁଚୁରା ବ୍ୟବସାୟୀ/କିରାନା ଷ୍ଟୋରକୁ ବିସ୍ତାର କରାଯିବ ବୋଲି ଜଣାପଡିଛି। ସେହିଭଳି ଉଡାନ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ତିନୋଟି ନୂତନ କାମ୍ପା ସ୍ବାଦ କୋଲା, ଅରେଞ୍ଜ ଏବଂ କ୍ଲିଅର ଲାଇମର ବ୍ୟବହାର ପାଇଁ ୨୦୦ମିଲି, ୫୦୦ମିଲି ଯାତ୍ରା ସମୟରେ ଏବଂ ଘରୋଇ ବ୍ୟବାହର ପାଇଁ ୨୦୦୦ ମିଲି ଫ୍ୟାମିଲି ପ୍ୟାକ ସହିତ ବିଭିନ୍ନ ଉପଭୋକ୍ତା ରେଞ୍ଜ ଏବଂ ମୂଲ୍ୟରେ ମଧ୍ୟ ଉପଲବ୍ଧ ହେବ ା ଉଲ୍ଲେଖଯୋଗ୍ୟ ଖୁଚୁରା ଦେଶର ସର୍ବବୃହତ ବି୨ବି ପ୍ଲାଟଫର୍ମ ଉଡାନ ଜରିଆରେ ଆରସିପିଏଲର ପାନୀୟ ବ୍ରାଣ୍ଡ କାମ୍ପାର ବିସ୍ତୃତ ରେଞ୍ଜ ଉପଲବ୍ଧ ହେବ। ଏ ସମ୍ପର୍କରେ ଉଡାନର ମୁଖ୍ୟ (ଏଫଏମସିଜି ବ୍ୟବସାୟ) ବିନୟ ଶ୍ରୀବାସ୍ତବ କହିଥିଲେ, ଏହି ଗ୍ରୀଷ୍ମରେ ଭାରତୀୟ ଗ୍ରାହକଙ୍କୁ ‘ଦି ଗ୍ରେଟ୍‌ ଇଣ୍ଡିଆନ ଟେଷ୍ଟ’ ଉପସ୍ଥାପନ ଏବଂ ଉପଲବ୍ଧ କରିବାକୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ଏକ ବ୍ୟୟ ପ୍ରଭାବୀ ବିତରଣ ନେଟୱର୍କ ସହିତ ବିଶାଳ ଖୁଚୁରା ବ୍ୟବସାୟ ଆଧାର ମିଳିତ ହୋଇ ଭାରତରେ ‘କାମ୍ପା’ ପରିସର ପାଇଁ ବଜାର ପ୍ରବେଶ ସହ ଆରସିପିଏଲର ଆବଶ୍ୟକତା ପୂରଣ କରିବାକୁ ଯାଉଛି। ଏପରିକି ଉଭୟ ସଂସ୍ଥାର ବୁଝାମଣା ଆମକୁ ଏକ ସ୍ବତନ୍ତ୍ର ସ୍ଥିତିରେ ରଖିଛି ବୋଲି ଆମେ ବିଶ୍ୱାସ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri