ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲ୍ସି)ର ନୂଆ କଡ଼ା ଫିଟ୍ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ ସାର୍ଟିଫିକେଟ ଦେବାକୁ ମନା କରିଛି।
ନୂଆ ଗାଇଡ୍ଲାଇନ୍ସ ମୁତାବକ, ଆଇପିଏଲ୍ ଓ ପିଏସ୍ଏଲ୍ ଭଳି ବିଦେଶୀ ଲିଗ୍ ଲାଗି ଏନ୍ଓସି ପାଇବାକୁ ହେଲେ ଖେଳାଳିଙ୍କୁ ଶାରୀରିକ ଫିଟ୍ନେସ ଟେଷ୍ଟର ସମ୍ମୁଖୀନ କରିବାକୁ ପଡ଼ିବ।
କିନ୍ତୁ ଥୁସାରା ଫିଟ୍ନେସ ଟେଷ୍ଟରେ ସଫଳ ହୋଇପାରି ନ ଥିବା ଶ୍ରୀଲଙ୍କାର ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ତାଙ୍କୁ ଗତ ମିନି ଅକ୍ସନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ୧.୬ କୋଟି ଟଙ୍କାରେ କିଣିଥିଲା।

