Posted inଖେଳ

ସୁପର ଓଭରରେ ଜିତିଲା ଆରସିବି

ଦୁବାଇ, ୨୯।୯-
ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବିର ନବଦୀପ ସଇନୀଙ୍କ ଓଭରରୁ ମୁମ୍ବାଇ ଇଣ୍ଡିଆନ୍ସ ୭ ରନ ସଂଗ୍ରହ କରିଥିଲା। ୮ ରନ ବିଜୟ ଲକ୍ଷ୍ୟ ନେଇ ଆରସିବି ମୁମ୍ବାଇର ଯଶପ୍ରୀତ ବୁମ୍‌ରାଙ୍କ ଓଭରରୁ ୧୧ ରନ ସଂଗ୍ରହ କରି ନେଇଥିଲା। ବୁମ୍‌ରା ୫ ଥର ସୁପର ଓଭର ବୋଲିଂ କରିଥିବାବେଳେ ପ୍ରଥମ ଥର ପରାଜୟର ସ୍ବାଦ ଚାଖିଛନ୍ତି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୨୦ ଓଭରରେ ୩ ଉଇକେଟ ହରାଇ ୨୦୧ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ଉଇକେଟ ହରାଇ ଠିକ୍‌ ୨୦୧ ରନ କରିଥିଲା। ଫଳରେ ମ୍ୟାଚ ଟାଇ ହୋଇଥିଲା।
ବଡ଼ ସ୍କୋରର ପିଛା କରିଥିବା ମୁମ୍ବାଇ ୩୯ ରନ ମଧ୍ୟରେ ଟପ୍‌ ଅର୍ଡରର ୩ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଦ୍ୱିତୀୟ ଓଭରରେ ସ୍ପିନର ଓ୍ବାଶିଂଟନ ସୁନ୍ଦରଙ୍କୁ ବୋଲିଂ ଦେଇ ଆରସିବି ଅଧିନାୟକ ବିରାଟ କୋହଲି ରିସ୍କ ନେଇଥିଲେ ହେଁ ତାହା କାମ ଦେଇଥିଲା। ସୁନ୍ଦର ନିଜ ପ୍ରଥମ ଓଭରର ୪ର୍ଥ ବଲ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ କରି ଦଳକୁ ବଡ଼ ସଫଳତା ଦେଇଥିଲେ। ରୋହିତ ୮ ବଲ୍‌ରୁ ମାତ୍ର ୮ ରନ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଖାତା ଖୋଲିପାରି ନ ଥିବାବେଳେ କ୍ୱିଣ୍ଟନ ଡିକକ୍‌(୧୫ ବଲ, ୧୪ ରନ, ୧ ଚୌକା)ଙ୍କୁ ଆଉଟ କରିଥିଲେ ନିର୍ଭରଯୋଗ୍ୟ ୟୁଜବେନ୍ଦ୍ର ଚହଲ। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୫(୧୩ ବଲ, ୧ ଛକା) ରନରେ ଆଉଟ ହେବା ମୁମ୍ବାଇ ପାଇଁ ଶକ୍ତ ଝଟ୍‌କା ସଦୃଶ ହୋଇଥିଲା। ମାତ୍ର ଇଷାନ କିଷନ ଓ କିରନ ପୋଲାର୍ଡ ଅବିଶ୍ୱସନୀୟ ବ୍ୟାଟିଂ କରି ଶେଷ ୪ ଓଭରରୁ ୭୯ ରନ ସଂଗ୍ରହ କରିବାରୁ ମ୍ୟାଚ ଟାଇ ହୋଇ ଯାଇଥିଲା। କିଷନ ୫୮ ବଲ୍‌ରୁ ୨ ଚୌକା ଓ ୯ ଛକା ସହାୟତାରେ ୯୯ ରନ କରି ଆଉଟ ହୋଇଥିବାବେଳେ ପୋଲାର୍ଡ ୨୪ ବଲ୍‌ରୁ ୩ ଚୌକା ଓ ୫ ଛକା ସହ ୬୦ ରନରେ ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ଇସୁରୁ ଉଡାନା ୨ଟି ଏବଂ ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ। ଆରୋନ ଫିଞ୍ଚ୍‌ ଓ ଦେବଦତ୍ତ ପଡିକାଲ ପାଓ୍ବାରପ୍ଲେ ୬ ଓଭରରେ ୫୯ ରନ ସଂଗ୍ରହ କରି ଆରସିବି ପାଇଁ ଭଲ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ବ୍ରେକ୍‌ ଥ୍ରୁ ପାଇଁ ରୋହିତ ଶର୍ମା ୫ ଜଣ ଯାକ ବୋଲରଙ୍କୁ ବ୍ୟବହାର କରିଥିଲେ ହେଁ ୮ ଓଭର ପର୍ଯ୍ୟନ୍ତ ସଫଳତା ପାଇ ନ ଥିଲେ। ୯ମ ଓଭରରେ ସେ ଟ୍ରେଣ୍ଟ ବୋଲ୍ଟଙ୍କୁ ଆଣି ସଫଳ ହୋଇଥିଲେ। ଓପନିଂ ଯୋଡ଼ିରେ ୫୪ ବଲ୍‌ରୁ ୮୧ରନ ହୋଇଥିବାବେଳେ ବୋଲ୍ଟଙ୍କ ବଲ୍‌ରେ ଫିଞ୍ଚ୍‌ ଆଉଟ ହୋଇଥିଲେ। ମୁମ୍ବାଇ ବିପକ୍ଷରେ ଏହାଥିଲା ଆରସିବିର ତୃତୀୟ ସର୍ବାଧିକ ଓପନିଂ ପାର୍ଟନରଶିପ୍‌। ୩୫ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଫିଞ୍ଚ୍‌ ୭ ଚୌକା ଓ ୧ ଛକା ସହାୟତାରେ ୫୨ ରନ ସ୍କୋର କରିଥିଲେ। କୋହଲିଙ୍କ ଖରାପ ଫର୍ମ ଜାରି ରହିଥିଲା। ସେ ୧୧ଟି ବଲ୍‌ ଖେଳିଥିଲେ ହେଁ ମାତ୍ର ୩ ରନ କରି ରାହୁଲ ଚହରଙ୍କ ଶିକାର ହୋଇଥିଲେ। ଏବି ଡିଭିଲର୍ସ ଓ ପଡିକାଲ ୩ୟ ଉଇକେଟରେ ୬୨ ରନ ଯୋଗ କରିଥିଲେ। ୪୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ପଡିକାଲ ୫ ଚୌକା ଓ ୨ ଛକା ସହାୟତାରେ ୫୪ ରନ କରିଥିଲେ। ଚଳିତ ଆଇପିଏଲରେ ଯୁବ ଖେଳାଳି ପଡିକାଲଙ୍କର ଏହାଥିଲା ୩ ମ୍ୟାଚରୁ ଦ୍ୱିତୀୟ ଅର୍ଦ୍ଧଶତକ। ଶେଷ ଭାଗରେ ବିସ୍ଫୋରକ ଇନିଂସ ଖେଳିଥିଲେ ଡିଭିଲର୍ସ ଓ ଶିବମ୍‌ ଦୁବେ। ଡିଭିଲର୍ସ ୨୪ଟି ବଲ୍‌ ଖେଳି ୪ଟି ଲେଖାଏ ଚୌକା ଓ ଛକା ମାରି ୫୫ ଓ ଦୁବେ ୧୦ ବଲ୍‌ରୁ ୧ ଚୌକା ଓ ୩ ଛକା ସହ ୨୭ ରନ କରି ଅପରାଜିତ ରହିଥିଲେ। ଅସମାପ୍ତ ୪ର୍ଥ ଉଇକେଟ ଯୋଡ଼ିରେ ଏ ଦୁହେଁ ୪୭ ରନର ଭାଗୀଦାରି ଗଢ଼ିଥିଲେ। ଫଳରେ ଆରସିବି ସ୍କୋର ୨୦୦ ଅତିକ୍ରମ କରି ଯାଇଥିଲା। ଶେଷ ୫ ଓଭରରେ ଆରସିବି ୭୮ ରନ ସଂଗ୍ରହ କରିଥିଲା। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨ଟି ଓ ରାହୁଲ ଚହର ଗୋଟିଏ ଉଇକେଟ ନେଇଥିଲେ।
ଏହି ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଗୋଟିଏ ପରିବର୍ତ୍ତନ କରି ସୌରଭ ତିଓ୍ବାରୀଙ୍କ ସ୍ଥାନରେ ଇଶାନ କିଷନଙ୍କୁ ଖେଳାଇଥିଲା। ଆରସିବି ଦଳରେ ୩ ପରିବର୍ତ୍ତନ କରାଯାଇଥିଲା। ଉମେଶ ଯାଦବ, ଜୋଶ୍‌ ଫିଲିପେ ଓ ଡେଲ୍‌ ଷ୍ଟେଇନ୍‌ଙ୍କ ସ୍ଥାନରେ ଆଡାମ ଜାମ୍ପା, ଇସୁରୁ ଉଡାନା ଓ ଗୁରକୀରଟ ସିଂ ମାନଙ୍କୁ ସୁଯୋଗ ମିଳିଥିଲା।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୨୦୧/୩(ଡିଭିଲର୍ସ-୫୫*, ପଡିକାଲ-୫୪, ଫିଞ୍ଚ୍‌-୫୨, ଟ୍ରେଣ୍ଟ ବୋଲ୍ଟ-୨/୩୪, ରାହୁଲ ଚହର-୧/୩୧)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୧/୫ (କିଷନ-୯୯, ପୋଲାର୍ଡ-୬୦*, ଉଡାନା-୨/୪୫, ସୁନ୍ଦର-୧/୧୨, ଚହଲ-୧/୪୮, ଜାମ୍ପା-୧/୫୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri