Posted inଖେଳ

ଲଗାତର ୪ ମ୍ୟାଚ୍‌ ପରାଜୟ ସତ୍ତ୍ୱେ କେମିତି ଫ୍ଲେ-ଅଫ୍‌ରେ ପହଞ୍ଚିଲା ବେଙ୍ଗାଲୁରୁ, ଜାଣନ୍ତୁ ପୂରା ଗଣିତ

ଦୁବାଇ,୩।୧୧:ଆଇପିଏଲ ୨୦୨୦ ରେ ପ୍ଲେ ଅଫ ଯୋଗ୍ୟତା ପାଇଁ ଆଉ ମାତ୍ର ଗୋଟିଏ ଲିଗ୍‌ ମ୍ୟାଚ୍‌ ବାକି ଅଛି। ତେବେ ସୋମବାର ଆବୁଧାବିରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଲିଗ୍‌ର ୫୫ ତମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ପରାଜୟ ସତ୍ତ୍ୱେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ପ୍ଲେ ଅଫ୍କକୁ ଉନ୍ନୀତ ହୋଇଛି। କ୍ରମାଗତ ୪ଟି ମ୍ୟାଚ ହାରିବା ସତ୍ତ୍ୱେ ବେଙ୍ଗାଲୁରୁ ପ୍ଲେଅଫ୍କୁ ଯୋଗ୍ୟତା ଅର୍ଜନ କରିଛି। ପଏଣ୍ଟ ଅନୁଯାୟୀ ଉଭୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ୍‌ ରାଇଡର୍ସ ୧୪-୧୪ ମ୍ୟାଚ ଖେଳିବା ପରେ ୧୪ ପଏଣ୍ଟ ପାଇଛନ୍ତି। କିନ୍ତୁ ରନରେଟ ଦୃଷ୍ଟିରୁ ବେଙ୍ଗାଲୁରୁ ଦଳ କେକେଆର୍‌ ଅପେକ୍ଷା ଭଲ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମ୍ୟାଚ୍‌ରେ ଦିଲ୍ଲୀ ୧୯ ଓଭରରେ ଆରସିବି ଦେଇଥିବା ୧୫୩ ରନ ଲକ୍ଷ୍ୟ ହାସଲ କରିଥିଲା। କିନ୍ତୁ ଯଦି ବେଙ୍ଗାଲୁରୁ ଦଳ ଏଠାରେ ୧୭.୩ ଓଭର ପୂର୍ବରୁ ହାରିଥାନ୍ତା, ତେବେ କେକେଆର ତୁଳନାରେ ସେମାନଙ୍କ ରନରେଟ ଖରାପ ହୋଇଥାନ୍ତା। ଏବେ ବେଙ୍ଗାଲୁରୁର -୦.୧୭୨ ରନରେଟ୍‌ ଏବଂ କେକେଆର୍‌ର -୦.୨୧୪ ରହିଛି। ଏଥି ସହିତ କୋଲକାତାର ପ୍ଲେ ଅଫ ଆଶା ଅକ୍ଷୁର୍ଣ୍ଣ ରହିଛି। ଦଳ ଏବେ ହାଇଦ୍ରାବାଦ ଏବଂ ମୁମ୍ବାଇ ମଧ୍ୟରେ ମ୍ୟାଚ ଫଳାଫଳକୁ ଅପେକ୍ଷା କରିଛି। ଏହି ମ୍ୟାଚ୍‌ରେ ଯଦି ହାଇଦ୍ରାବଦ୍‌ ଜିତେ ତେବେ କେକେଆର୍‌ର ପ୍ଲେ-ଅଫ୍‌ ଖେଳିବା ଆଶା ମଉଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri