Posted inଖେଳ

ଏଥର ଆର୍‌ସିବି ହାତେଇବ ଆଇପିଏଲ ଟ୍ରଫି

ନୂଆଦିଲ୍ଲୀ,୮।୧୦: ତାରକା ଖଚ୍ଚିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏଥର ଆଇପିଏଲ୍‌ ଟ୍ରଫି ଜିତିବ। ଏଭଳି ପୂର୍ବନୁମାନ କରିଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ତଥା ବର୍ତ୍ତମାନ ଆଫଗାନିସ୍ତାନ ଦଳର ମୁଖ୍ୟ କୋଚ୍‌ ଲାନ୍ସ କ୍ଲୁଜନର। ବିରାଟ କୋହଲିଙ୍କ ନେତୃତ୍ୱଧୀନ ଆରସିବି ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରିବା ସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ଲେ-ଅପ୍‌ରେ ପ୍ରବେଶ କରିଛି।

”ମୁଁ ଚାହେଁ ଆରସିବି ତା’ର ପ୍ରଥମ ଟାଇଟଲ ହାସଲ କରୁ। ମୁଁ ସେମାନଙ୍କୁ ଟ୍ରଫି ଉଠାଉଥିବାର ଦେଖିବାକୁ ଚାହେଁ। କୋହଲି ଓ ଏବି ଡି’ଲିୟର୍ସଙ୍କ ଭଳି ଖେଳାଳି ଥିବା ସତ୍ତ୍ୱେ ଆର୍‌ସିବି କାହିଁକି ଆଇପିଏଲ ଜିତିପାରୁ ନାହିଁ। ମୁଁ ବହୁବାର ଏହା ଉପରେ ଚିନ୍ତା କରିଛି। କିନ୍ତୁ ତା’ର କାରଣ ଖୋଜି ପାଇନାହିଁ। ମୋ ମନ କହୁଛି ଚଳିତ ବର୍ଷ ଆରସିବି ଶେଷରେ ଆଇପିଏଲ୍‌ ଟ୍ରଫି ହାତେଇବ“ ବୋଲି କ୍ଲୁଜନର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆରସିବି ୩ ଥର (୨୦୦୯, ୨୦୧୧ ଓ ୨୦୧୬) ଫାଇନାଲରେ ପ୍ରବେଶ କରିଥିଲା। ପ୍ରତ୍ୟେକ ଥର କୋହଲିଙ୍କୁ ଉପବିଜେତାରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ୨୦୦୯ରେ ଡେକାନ ଚାଜର୍ସ ଠାରୁ ୬ ରନ୍‌ରେ ପରାସ୍ତ ହୋଇଥିଲା ବାଙ୍ଗାଲୋର। ଏହାର ଦୁଇ ବର୍ଷ ପରେ ଆଇପିଏଲ ଫାଇନାଲରେ ଆର୍‌ସିବିକୁ ଚେନ୍ନାଇ ସୁପର କିଙ୍ଗ୍ସ ୫୮ ରନ୍‌ରେ ହରାଇ ମ୍ୟାଚ୍‌ ଜିତିଥିଲା। ୨୦୧୬ରେ ଶେଷ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ଆର୍‌ସିବି। ସେଥର ଦଳକୁ ସନରାଇଜର୍ସ ହାଇଦ୍ରାବାଦ୍‌ ଠାରୁ ୮ ରନ୍‌ରେ ପରାସ୍ତ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri