Posted inଖେଳ

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ ଯଶଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତାଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ଓ ବଳାତ୍କାରର ଗମ୍ଭୀର ଅଭିଯୋଗ  ରହିଛି, ଯେଉଁଥିରେ ପୋଲିସ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି।
ଜୟପୁର ମହାନଗର ପ୍ରଥମ ପୋକ୍ସୋ କୋର୍ଟ ନମ୍ବର-୩ର ବିଚାରପତି ଅଲକା ବନସଲ ତାଙ୍କ ରାୟରେ ସ୍ପଷ୍ଟ କହିଛନ୍ତି ଯେ ଉପଲବ୍ଧ ପ୍ରମାଣ ଓ ଏପର୍ଯ୍ୟନ୍ତର ତଦନ୍ତରୁ ସ୍ପଷ୍ଟ ହୋଇନାହିଁ ଯେ ଅଭିଯୁକ୍ତଙ୍କୁ ଭୁଲରେ ଫସାଯାଇଛି। ଏବେ ଯାଏଁର ତଦନ୍ତରେ ଯଶ ଦୟାଲଙ୍କ ଭୂମିକା ସାମ୍ନାକୁ ଆସିଛି ଏବଂ ତାଙ୍କୁ ପଚରାଉଚରା ଏବେ ବାକି ରହିଛି।
ଅପରପକ୍ଷେ ଯଶ ଦୟାଲଙ୍କୁ ଏବେ ଜେଲ ଯିବାକୁ ପଡ଼ିବ ନାହିଁ, କାରଣ ତାଙ୍କ ପାଇଁ ହାଇକୋର୍ଟରେ ଆବେଦନ କରିବାର ରାସ୍ତା ଖୋଲା ରହିଛି। ଏହି ବଳାତ୍କାର ମାମଲାରେ ଫଶିବା ପରଠାରୁ ଯଶ ଦୟାଲ କ୍ରିକେଟ ମଇଦାନରୁ ଦୂରେଇ ରହିଛନ୍ତି।
ସୂଚନାଯୋଗ୍ୟ, ଜୟପୁରର ସାଙ୍ଗାନେର ସଦର ଥାନାରେ ୨୩ ଜୁଲାଇ ୨୦୨୫ରେ ଜଣେ ୧୯ ବର୍ଷୀୟା ଯୁବତୀ ଯଶ ଦୟାଲଙ୍କ ବିରୁଦ୍ଧରେ ବଳାତ୍କାର ମାମଲା ରୁଜୁ କରିଥିଲେ। ଅଭିଯୋଗକାରିଣୀଙ୍କ ଦାବି ଅନୁଯାୟୀ ସେ ଜଣେ ଉଦୀୟମାନ କ୍ରିକେଟର ଏବଂ ୨୦୨୩ରେ ଯଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା, ସେତେବେଳେ ସେ ୧୭ ବର୍ଷର ନାବାଳିକା ଥିଲେ। କ୍ରିକେଟର ତାଙ୍କୁ କ୍ରିକେଟରେ କ୍ୟାରିଅର ଗଢ଼ିବାରେ ସାହାଯ୍ୟ କରିବାର ଲୋଭ ଦେଖାଇ ଭାବନାତ୍ମକ ଓ ଶାରୀରିକ ଶୋଷଣ କରିଥିଲେ।  ପ୍ରଥମ ଘଟଣା ୨୦୨୩ରେ ହୋଇଥିଲା, ଯେତେବେଳେ ଯଶ ତାଙ୍କୁ ଜୟପୁରର ସୀତାପୁରା ଅଞ୍ଚଳରେ ଏକ ହୋଟେଲକୁ ଡାକି ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହଭଳି ଦୁଇ ବର୍ଷ ଧରି ଚାଲିଥିଲା ବୋଲି ସେ କହିଛନ୍ତି।

ଯଶ ଦୟାଲ ବର୍ତ୍ତମାନ ବଡ଼ ବିବାଦରେ ଫଶିଥିବା ସତ୍ତ୍ୱେ ଆଇପିଏଲ ୨୦୨୬ ପାଇଁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଟିମ ତାଙ୍କ ଉପରେ ବିଶ୍ୱାସ ଦେଖାଇଛି। ଆରସିବି ଆଇପିଏଲ ୨୦୨୪ ପୂର୍ବରୁ ଯଶଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲା ଏବଂ ୫ କୋଟି ଟଙ୍କାରେ ସେ ଟିମ ସହ ଯୋଡ଼ି ହୋଇଥିଲେ। ଗତ ସିଜନରେ ସେ ଟିମ୍‌କୁ ଚାମ୍ପିଅନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ, ଯାହାଦ୍ୱାରା ଆଇପିଏଲ ୨୦୨୬ ପାଇଁ ମଧ୍ୟ ତାଙ୍କୁ ରିଟେନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri