Posted inଖେଳ

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ ଯଶଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତାଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ଓ ବଳାତ୍କାରର ଗମ୍ଭୀର ଅଭିଯୋଗ  ରହିଛି, ଯେଉଁଥିରେ ପୋଲିସ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି।
ଜୟପୁର ମହାନଗର ପ୍ରଥମ ପୋକ୍ସୋ କୋର୍ଟ ନମ୍ବର-୩ର ବିଚାରପତି ଅଲକା ବନସଲ ତାଙ୍କ ରାୟରେ ସ୍ପଷ୍ଟ କହିଛନ୍ତି ଯେ ଉପଲବ୍ଧ ପ୍ରମାଣ ଓ ଏପର୍ଯ୍ୟନ୍ତର ତଦନ୍ତରୁ ସ୍ପଷ୍ଟ ହୋଇନାହିଁ ଯେ ଅଭିଯୁକ୍ତଙ୍କୁ ଭୁଲରେ ଫସାଯାଇଛି। ଏବେ ଯାଏଁର ତଦନ୍ତରେ ଯଶ ଦୟାଲଙ୍କ ଭୂମିକା ସାମ୍ନାକୁ ଆସିଛି ଏବଂ ତାଙ୍କୁ ପଚରାଉଚରା ଏବେ ବାକି ରହିଛି।
ଅପରପକ୍ଷେ ଯଶ ଦୟାଲଙ୍କୁ ଏବେ ଜେଲ ଯିବାକୁ ପଡ଼ିବ ନାହିଁ, କାରଣ ତାଙ୍କ ପାଇଁ ହାଇକୋର୍ଟରେ ଆବେଦନ କରିବାର ରାସ୍ତା ଖୋଲା ରହିଛି। ଏହି ବଳାତ୍କାର ମାମଲାରେ ଫଶିବା ପରଠାରୁ ଯଶ ଦୟାଲ କ୍ରିକେଟ ମଇଦାନରୁ ଦୂରେଇ ରହିଛନ୍ତି।
ସୂଚନାଯୋଗ୍ୟ, ଜୟପୁରର ସାଙ୍ଗାନେର ସଦର ଥାନାରେ ୨୩ ଜୁଲାଇ ୨୦୨୫ରେ ଜଣେ ୧୯ ବର୍ଷୀୟା ଯୁବତୀ ଯଶ ଦୟାଲଙ୍କ ବିରୁଦ୍ଧରେ ବଳାତ୍କାର ମାମଲା ରୁଜୁ କରିଥିଲେ। ଅଭିଯୋଗକାରିଣୀଙ୍କ ଦାବି ଅନୁଯାୟୀ ସେ ଜଣେ ଉଦୀୟମାନ କ୍ରିକେଟର ଏବଂ ୨୦୨୩ରେ ଯଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା, ସେତେବେଳେ ସେ ୧୭ ବର୍ଷର ନାବାଳିକା ଥିଲେ। କ୍ରିକେଟର ତାଙ୍କୁ କ୍ରିକେଟରେ କ୍ୟାରିଅର ଗଢ଼ିବାରେ ସାହାଯ୍ୟ କରିବାର ଲୋଭ ଦେଖାଇ ଭାବନାତ୍ମକ ଓ ଶାରୀରିକ ଶୋଷଣ କରିଥିଲେ।  ପ୍ରଥମ ଘଟଣା ୨୦୨୩ରେ ହୋଇଥିଲା, ଯେତେବେଳେ ଯଶ ତାଙ୍କୁ ଜୟପୁରର ସୀତାପୁରା ଅଞ୍ଚଳରେ ଏକ ହୋଟେଲକୁ ଡାକି ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହଭଳି ଦୁଇ ବର୍ଷ ଧରି ଚାଲିଥିଲା ବୋଲି ସେ କହିଛନ୍ତି।

ଯଶ ଦୟାଲ ବର୍ତ୍ତମାନ ବଡ଼ ବିବାଦରେ ଫଶିଥିବା ସତ୍ତ୍ୱେ ଆଇପିଏଲ ୨୦୨୬ ପାଇଁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଟିମ ତାଙ୍କ ଉପରେ ବିଶ୍ୱାସ ଦେଖାଇଛି। ଆରସିବି ଆଇପିଏଲ ୨୦୨୪ ପୂର୍ବରୁ ଯଶଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲା ଏବଂ ୫ କୋଟି ଟଙ୍କାରେ ସେ ଟିମ ସହ ଯୋଡ଼ି ହୋଇଥିଲେ। ଗତ ସିଜନରେ ସେ ଟିମ୍‌କୁ ଚାମ୍ପିଅନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ, ଯାହାଦ୍ୱାରା ଆଇପିଏଲ ୨୦୨୬ ପାଇଁ ମଧ୍ୟ ତାଙ୍କୁ ରିଟେନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri