RCB ନୂଆ ଚାମ୍ପିୟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ଅହମଦାବାଦ, ୪।୬-ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୮ତମ ସଂସ୍କରଣରେ ନୂଆ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ମଙ୍ଗଳବାର ଅନୁଷ୍ଠିତ ମେଗା ଫାଇନାଲରେ ଆର୍‌ସିବି ୬ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏଥିସହ ଦୀର୍ଘ ୧୮ ବର୍ଷ ଧରି ଗୋଟିଏ ଫ୍ରାଞ୍ଚାଇଜ୍‌ ଦଳରୁ ଖେଳି ଆସୁଥିବା ବିରାଟ କୋହଲିଙ୍କ ସ୍ବପ୍ନ ସାକାର ହୋଇଛି। କୋହଲିଙ୍କ ଜର୍ସି ନମ୍ବର ୧୮। ତେଣୁ ୧୮ତମ ସଂସ୍କରଣ ଆର୍‌ସିବି ପାଇଁ ସ୍ମରଣୀୟ ହୋଇଯାଇଛି। କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲକରି ନ ଥିଲେ ହେଁ ଆର୍‌ସିବି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା। ୧୯୧ ରନ ବିଜୟ ଲକ୍ଷ୍ୟରେ ପଞ୍ଜାବ ୨୦ ଓଭରରେ ୭ ଉଇକେଟ ହରାଇ ୧୮୪ ରନରେ ସୀମିତ ରହିଥିଲା। ୬୧ ରନ୍‌ରେ ଅପରାଜିତ ରହିଥିବା ଶଶାଙ୍କ ସିଂ ଶେଷ ୪ ବଲ୍‌ରୁ ୨୨ ରନ୍‌ ସଂଗ୍ରହ କରିଥିଲେ ହେଁ ପଞ୍ଜାବ ୬ ରନ୍‌ ଦୂରରେ ରହିଯାଇଥିଲା। ୨୦୦୯, ୨୦୧୧ ଓ ୨୦୧୬ରେ ରନରଅପ୍‌ରେ ସନ୍ତୁଷ୍ଟ ହୋଇଥିବା ଆର୍‌ସିବି କିନ୍ତୁ ଏଥର ପିନ୍ଧିଛି ବିଜୟ ମୁକୁଟ। ଅନ୍ୟପକ୍ଷରେ ଦୀର୍ଘ ୧୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଥିବା ପଞ୍ଜାବର ପ୍ରତୀକ୍ଷା ବଢ଼ିଛି। ଦଳର ଆରମ୍ଭ ଭଲ ହୋଇଥିଲେ ହେଁ ମିଡିଲ ଅର୍ଡର ବିଫଳତା ଯୋଗୁ ଇନିଂସ ଦିଗହରା ହୋଇ ଯାଇଥିଲା। ପ୍ରିୟାଂଶ ଆର୍ଯ୍ୟ (୨୪) ଓ ପ୍ରଭସିମରନ ସିଂ (୨୬) ଓପନିଂ ଯୋଡ଼ିରେ ୪୩ ରନ ସଂଗ୍ରହକରି ଭଲ ପ୍ଲାଟ୍‌ଫର୍ମ ପକାଇଥିଲେ। ଜୋସ୍‌ ଇଂଲିଶ୍‌ ମଧ୍ୟ ୨୩ ବଲ୍‌ରୁ ୩୯ ରନ କରି ଇନିଂସକୁ ଆଗେଇ ନେଇଥିଲେ। ମାତ୍ର ଅଧିନାୟକ ଶ୍ରେୟସ ଆୟର(୧), ନେହାଲ ଓ୍ବାଧେରା (୧୫), ମାର୍କୁସ ଷ୍ଟୋଇନିଂସ (୬) ଓ ଆଜମତୁଲ୍ଲା ଓମାରଜାଇ (୧)ଙ୍କ ବିଫଳତା ଦଳ ପାଇଁ ମହଙ୍ଗା ପଡ଼ିଥିଲା। ଶଶାଙ୍କ ୩୦ ବଲ୍‌ରୁ ୬୧ ରନରେ ଅପରାଜିତ ରହିଥିଲେ ହେଁ ତାହା ପର୍ଯ୍ୟପାପ୍ତ ହୋଇ ନ ଥିଲା। ଆର୍‌ସିବି ବୋଲରଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ଓ କୃନାଲ ପାଣ୍ଡ୍ୟା ୨ଟି ଲେଖାଏ ଏବଂ ଜୋସ୍‌ ହାଜେଲଉଡ୍‌, ୟଶ ଦୟାଲ ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟର। ଆର୍‌ସିବିର ଆରମ୍ଭ ଭଲ ହୋଇ ନ ଥିଲା। ବିସ୍ଫୋରକ ଓପନର ଫିଲ୍‌ ସଲ୍ଟ ମାତ୍ର ୧୬ ରନକରି ଆଉଟ ହେବାରୁ ୧୮ ରନରେ ପ୍ରଥମ ଝଟକା ଖାଇଥିଲା ଆର୍‌ସିବି। ବିରାଟ କୋହଲି ଓ ମୟଙ୍କ ଅଗ୍ରଓ୍ବାଲ ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର ଦ୍ୱିତୀୟ ଉଇକେଟରେ ୩୮ ରନ ଯୋଗ ହେବାପରେ ଅଗ୍ରଓ୍ବାଲ ୨୪ ରନକରି ଆଉଟ ହୋଇଯାଇଥିଲେ। କୌଣସି ଉଇକେଟରେ ବଡ଼ ଭାଗୀଦାରି ନ ହୋଇପାରିବାରୁ ଆର୍‌ସିବି ଆଶାନୁରୂପ ସ୍କୋର କରିପାରି ନ ଥିଲା। ମିଡିଲ ଅର୍ଡରରେ ସମସ୍ତ ବ୍ୟାଟର ଭଲ ଆରମ୍ଭ କରିଥିଲେ। ମାତ୍ର ତାହାକୁ କେହି ଜଣେ ହେଲେ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ପୂର୍ବ ମ୍ୟାଚଗୁଡ଼ିକ ଭଳି ଆଙ୍କର ଭୂମିକା ଗ୍ରହଣ କରିଥିବା କୋହଲି ଆକ୍ରମଣାତ୍ମକ ହୋଇ ଆସିବା ସମୟରେ ଆଉଟ ହୋଇ ଯାଇଥିଲେ। ସେ ୩୫ ବଲ୍‌ରୁ ୪୩ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରଜତ ପଟିଦାର ୧୬ ବଲ୍‌ରୁ ୨୬, ଲିଆମ ଲିଭିଂଷ୍ଟୋନ ୧୫ ବଲ୍‌ରୁ ୨୫, ଜୀତେଶ ଶର୍ମା ୧୦ ବଲ୍‌ରୁ ୨୪ ଓ ରୋମାରିଓ ଶେଫର୍ଡ ୯ ବଲ୍‌ରୁ ୧୭ ରନକରି ପ୍ୟାଭିଲିୟନ ଫେରିଥିଲେ। ଇନିଂସର ଶେଷ ଓଭରରେ ଅର୍ଶଦୀପ ସିଂ ମାତ୍ର ୩ ରନ ଦେଇ ୩ଟି ଉଇକେଟ ନେବାରୁ ଆର୍‌ସିବି ୧୯୦ରେ ସୀମିତ ରହିଯାଇଥିଲା। ଅନ୍ୟ ବୋଲରଙ୍କ ମଧ୍ୟରେ କାଏଲ ଜେମିସନ ୩ଟି ଏବଂ ଆଜମତୁଲ୍ଲା ଓମାରଜାଇ, ବିଜୟ କୁମାର ବ୍ୟଶକ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଆଇପିଏଲ୍‌ ୨୦୨୫ ପୁରସ୍କାର ବିଜେତା
* ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ: ୨୦ କୋଟି ଟଙ୍କା
* ରନରଅପ୍‌ ପଞ୍ଜାବ କିଙ୍ଗ୍ସ: ୧୨.୫ କୋଟି ଟଙ୍କା
* ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ଯଥାକ୍ରମେ ୭କୋଟି ଓ ୬.୫ କୋଟି ଲେଖାଏଁ।
* ଫେୟାର ପ୍ଲେ ଆଓ୍ବାର୍ଡ: ଚେନ୍ନାଇ ସୁପର କିଙ୍ଗ୍ସ।

ବ୍ୟକ୍ତିଗତ ସମ୍ମାନ
* ଅରେଞ୍ଜ କ୍ୟାପ୍‌: ସାଇ ସୁଦର୍ଶନ (୭୫୯ ରନ)।
* ପର୍ପଲ କ୍ୟାପ୍‌: ପ୍ରସିଦ୍ଧ କ୍ରିଷ୍ଣା (୨୫ ଉଇକେଟ)।
*ମୋଷ୍ଟ ଭ୍ୟାଲୁଏବଲ ପ୍ଲେୟର : ସୂର୍ଯ୍ୟକୁମାର ଯାଦବ।
* ଏମର୍ଜିଂ ପ୍ଲେୟର ଅଫ୍‌ ଦି ସିଜନ: ସାଇ ସୁଦର୍ଶନ।
* ଷ୍ଟ୍ରାଇକର ଅଫ୍‌ ଦି ସିଜନ: ବୈଭବ ସୂର୍ଯ୍ୟବଂଶୀ
* ଫାଣ୍ଟାସି ପ୍ଲେୟର ଅଫ୍‌ ଦି ସିଜନ: ସାଇ ସୁଦର୍ଶନ
* ସବୁଠାରୁ ଅଧିକ ଛକା: ନିକୋଲାସ ପୁରନ
* ସବୁଠାରୁ ଅଧିକ ଚୌକା: ସାଇ ସୁଦର୍ଶନ
* ଗ୍ରୀନ ଡଟ୍‌ ବଲ୍‌ ଅଫ୍‌ ଦି ସିଜନ: ମହମ୍ମଦ ସିରାଜ
* କ୍ୟାଚ ଅଫ୍‌ ଦି ସିଜନ: କାମିନ୍ଦୁ ମେଣ୍ଡିସ।
(ଏହି ସମସ୍ତ ଖେଳାଳିଙ୍କୁ ବ୍ୟକ୍ତିଗତ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର)


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri