Posted inଖେଳ

ବିଜୟପଥକୁ ଫେରିବା ଲକ୍ଷ୍ୟରେ ଆର୍‌ସିବି

ବେଙ୍ଗାଲୁରୁ, ୧୦ା୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ। ଏଥିରେ ଦଳ ବ୍ୟାଟରମାନଙ୍କଠାରୁ ଅଧିକ ରନ ଏବଂ ଡେଥ୍‌ ଓଭରଗୁଡ଼ିକରେ ଶୃଙ୍ଖଳିତ ବୋଲିଂ ଆଶା କରିବ। ଆରସିବି ଏହି ମ୍ୟାଚ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ (କେକେଆର)ଠାରୁ ନୈରାଶ୍ୟଜନକ ୮୧ ରନରେ ପରାଜିତ ହୋଇଛି। ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳ ବିଜୟ ପଥକୁ ଫେରିବାକୁ ଚେଷ୍ଟା କରିବ।

ଆରସିବିର ଡେଥ୍‌ ବୋଲିଂ ଦଳ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି। କେକେଆର୍‌ ବିପକ୍ଷ ମ୍ୟାଚର ଏକ ମୁହୂର୍ତ୍ତରେ ସିଜନର ଦ୍ୱିତୀୟ ବିଜୟ ହାସଲ କରିବ ବୋଲି ମନେ କରୁଥିଲା ଆର୍‌ସିବି। ସେତେବେଳେ ବିପକ୍ଷ ଦଳର ୧୨ତମ ଓଭରରେ ୫ଉଇକେଟରେ ୮୯ ରନ କରି ସଙ୍କଟରେ ପଡ଼ିଥିଲା। ମାତ୍ର ପରେ କେକେଆର ଦୃଢ ପ୍ରତ୍ୟାବତ୍ତନ କରି ୨୦୪/୭ ସ୍କୋର କରିବାରେ ସମର୍ଥ ହୋଇଥିଲା। ଫଳତଃ ଆରସିବିକୁ ୮୧ରନରେ ପରାସ୍ତ ହେବାକୁ ପଡ଼ିଥିଲା। ଏହାପୂର୍ବରୁ ମୁମ୍ବାଇ ବିପକ୍ଷ ମ୍ୟାଚକୁ ଦଳ ୮ଉଇକେଟରେ ଜିତିଥିଲା। ଏହି ମ୍ୟାଚରେ ଡେଥ୍‌ ଓଭର ସ୍ପେଶାଲିଷ୍ଟ ହର୍ଶଲ ପଟେଲ ଓ ମହମ୍ମଦ ସିରାଜ ନୂଆ ବଲ୍‌ରେ ଭଲ ବୋଲିଂ କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ସେମାନେ ସଂଘର୍ଷ କରିଥିଲେ। ନ୍ୟାଶନାଲ ଡ୍ୟୁଟି ପାଇଁ ଓ୍ବାନିନ୍ଦୁ ହସରଙ୍ଗା ଅନୁପସ୍ଥିତ ଅଛନ୍ତି।

ଗୋଇଠିରେ ଆଘାତପ୍ରାପ୍ତ ଥିବା ଜୋସ୍‌ ହାଜେଲଉଡ୍‌ କ୍ରମେ ଫିଟ୍‌ ହେଉଛନ୍ତି। ଚଳିତ ସପ୍ତାହରେ ଉଭୟେ ଦଳର ଯୋଗଦେବା ପରେ ଆରସିବିର ଡେଥ୍‌ ଓଭର ବୋଲିଂ ସମସ୍ୟା ଦୂରୀଭୁତ ହୋଇପାରେ। କିନ୍ତୁ ସେମାନେ ଫେରିବା ପର୍ଯ୍ୟନ୍ତ ରିସି ଟପ୍‌ଲେଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଦକ୍ଷିଣ ଆଫ୍ରିକୀୟ ମିଡିୟମ ପେସ୍‌ ବୋଲର ଓ୍ବେନ୍‌ ପାର୍ନେଲ ସହାୟକ ହୋଇପାରନ୍ତି।

ଆରସିବିର ବ୍ୟାଟିଂ ଲାଇନ୍‌ ଅପ୍‌ ଖୁବ୍‌ ଶକ୍ତିଶାଳୀ। ମୁମ୍ବାଇ ବିପକ୍ଷ ବିଜୟରେ ଓପନର ବିରାଟ କୋହଲି ଓ ଫାଫ୍‌ ଡୁପ୍ଲେସିଙ୍କର ବିଶେଷ ଭୂମିକା ରହିଥିଲା। ମାତ୍ର କେକେଆର ସ୍ପିନରଙ୍କ ଆଗରେ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ଭୂଶୁଡ଼ି ପଡ଼ିଥିଲା। ସୋମବାର ଖେଳାଯିବାକୁଥିବା ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ସ୍ପିନର ମାନଙ୍କୁ ସାମ୍ନା କରିବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଲକ୍ଷ୍ନୌ ଇତିମଧ୍ୟେjର ଦୁଇଟି ମ୍ୟାଚ ଜିତିସାରିଥିବା ବେଳେ ଗୋଟିଏ ପରାଜୟ ବରଣ କରିଛି। ଦଳ ଯୁବ୍‌ ଲେଗ୍‌ ସ୍ପିନର ରବି ବିଷ୍ନୋଇ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ୬ ଉଇକେଟ ନେଇସାରିଲେଣି। ଭେଟେରାନ ଲେଗ୍‌ ସ୍ପିନର ଅମିତ ମିଶ୍ର ଓ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ପେସ୍‌ ବିଭାଗରେ ଇଂଲଣ୍ଡ ଫାଷ୍ଟ ବୋଲର ମାର୍କ ଉଡ୍‌ ରହିଛନ୍ତି, ଯଏକି ବର୍ତ୍ତମାନ ଟୁର୍ନାମେଣ୍ଟର ମିଳିତ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ଅଛନ୍ତି। ତାଙ୍କ ସହ ମିଡିୟମ ପେସ୍‌ର ଆଭେଷ ଖାନ୍‌ ରହିଛନ୍ତି। ବ୍ୟାଟିଂରେ ଦଳର କାଇଲ ମେୟର୍ସ ପ୍ରଭାବୀ ରହିଛନ୍ତି। ତେବେ ଅଧିନାୟକ କେ.ଏଲ୍‌ ରାହୁଲ ଓ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କ ଫର୍ମକୁ ଦଳ ଚିନ୍ତିତ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri