ଉନ୍ନୟନ ନାଁରେ ଚାଲିଛି ଅବାଧ ଗଛକଟା

ରସୁଲପୁର,୧୨ା୧୨(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳରେ ଉନ୍ନୟନ ନାଁରେ ଅବାଧ ଗଛକଟା ଚାଲିଛି। ଏଭଳି ସ୍ଥିତି ଯେ କେବଳ ଏହି ବ୍ଲକରେ ଦେଖାଯାଉଛି ତା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ନାନା କାରଣରୁ ଗଛ କଟା ଯାଉଛି। ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନାଁରେ ଦୈନିକ ଶତାଧିକ ଗଛ ବଳି ପଡୁଛି। କ୍ରମଶଃ ଗଛ ସଂଖ୍ୟା କମି ଯାଉଥିବାରୁ ପାଣିପାଗ ପ୍ରଭାବିତ ହେଉଛି। ବାଡ଼ିବଗିଚାରେ ବ୍ୟାପକ ଗଛ ଲଗାଇବାକୁ ଜନସଚେତନତା ସୃଷ୍ଟି କରାଯାଉଛି। ଏହା କେବଳ ପ୍ରଚାର ପ୍ରସାରରେ ସୀମିତ ଥିବା ଭଳି ମନେ ହେଉଛି। ବିଭିନ୍ନ ଆଳରେ ଗଛଗୁଡିକ କଟିବା ବେଳେ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ଲୋଡା ଯାଉନାହିଁ। ଏମିତି କି ଗଛକଟାକୁ ନେଇ ଅଭିଯୋଗ ହେଲେ ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ପ୍ରକୃତି ସନ୍ତୁଳନ ଆଣିବା ପାଇଁ ବ୍ୟାପକ ଗଛ ଲଗାଯିବା ସହ ଗଛକାଟିବା ଉପରେ ରୋକ ଲଗାଇବା ଓ ଗଛକାଟିବାରେ ସଂପୃକ୍ତ ବ୍ୟକ୍ତି ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତ୍‌ମାନେ ଦାବି କରୁଛନ୍ତି।
ଶିକ୍ଷାନୁଷ୍ଠାନ ପରିବେଶକୁ ସରସ ସୁନ୍ଦର କରିବା ପାଇଁ ବିଦ୍ୟାର୍ଥୀ ଓ ବିଦ୍ୟାଳୟ କତ୍ତୃପକ୍ଷଙ୍କ ଉଦ୍ୟମରେ ବିଦ୍ୟାଳୟ ପରିସରରେ ବ୍ୟାପକ ଗଛ ଲଗାଇ ଥାଆନ୍ତି। ଏପରି କି ଇକୋ କ୍ଲବ ଜରିଆରେ ବିଦ୍ୟାଳୟ ପରିସରରେ ବହୁତ ଗଛ ଲଗାଯାଇ ପୁରସ୍କାର ହାତେଇଛନ୍ତି। ଏହିଭଳି ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟକୁ ୫-ଟି ଯୋଜନା ଅନ୍ତର୍ଭୂକ୍ତ କରାଯାଇଛି।ଏହି ଯୋଜନା ଅନୁଦାନରେ ରୂପାନ୍ତରଣ କାର୍ଯ୍ୟ ଆଳରେ ବିଦ୍ୟାଳୟରୁ ଗଛକାଟା ଯାଉଛି। ଏହାଛଡା ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ, ଜାତୀୟ ରାଜପଥ ଓ ରାଜ୍ୟରାଜପଥ କର୍ତ୍ତୃପକ୍ଷ ପକ୍ଷରୁ କୋଠାବାଡ଼ି ଓ ରାସ୍ତା ନିର୍ମାଣ, ସାଧାରଣ ଲୋକେ ବାସସ୍ଥାନ ବିସ୍ତାର କରିବା, ଘରକରଣା ସାମଗ୍ରୀ ନିର୍ମାଣ, ବ୍ୟବସାୟୀମାନେ ବ୍ୟବସାୟିକ କାର୍ଯ୍ୟ ପାଇଁ ବହୁ ଗଛକଟା ଯାଉଛି। ଯେତିକି ପରିମାଣର ଗଛକଟା ଯାଉଛି, ସେହି ମୁତାବକ ଗଛ ଲଗାଯାଉ ନାହିଁ। ଏମିତି କି ରାସ୍ତା ନିର୍ମାଣ, ସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନରେ କୋଠାବାଡି ନିର୍ମାଣ ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମିଳିତ ଉଦ୍ୟମରେ ଗଛକଟା ଯାଉଛି। ହେଲେ ନିୟମ ମୁତାବକ ଗଛ ଲଗାଯାଉ ନାହିଁ। ରାସ୍ତାଘାଟ ଓ କୋଠାବାଡ଼ି ନିର୍ମାଣ ପାଇଁ ବିଭାଗ ପକ୍ଷରୁ ବ୍ୟୟବରାଦ କରାଯାଉଛି। ଏହି ସମୟରେ ରାସ୍ତା ପାର୍ଶ୍ୱରେ ଓ ସରକାରୀ କୋଠାବାଡି ହତାରେ ଗଛ ଲଗାଇବା ପାଇଁ ଅର୍ଥ ବ୍ୟବସ୍ଥା କରାଯାଉଛି। ନିର୍ମାଣ କାର୍ଯ୍ୟ ସରିଯାଉଛି, ହେଲେ ଆବଶ୍ୟକ ସ୍ଥଳରେ ଗଛ ଲଗାଯାଉ ନାହିଁ। ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଧ୍ୟାନ ନଦେଇ ଠିକାଦାରମାନଙ୍କୁ ବିଲ୍‌ ପୈଠ କରିଦେଉଛନ୍ତି। ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ବନ ବିଭାଗ ଓ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ପକ୍ଷରୁ ପ୍ରକଳ୍ପ ସ୍ଥାନକୁ ଅନୁଧ୍ୟାନ କରାଯାଉ ନାହିଁ। ଏଭଳି ବ୍ୟବସ୍ଥା ଆଇନ ମଧ୍ୟରେ ରହିଛି କି ନାହିଁ ତାକୁ ନେଇ ଜନସାଧାରଣମାନଙ୍କୁ ଅନ୍ଧାରରେ ରଖାଯାଇଆସୁଛି। ଉନ୍ନୟନ ନାଁରେ ଗଛକାଟିବା ଉପରେ ରୋକ୍‌ ଲଗାଇବା ସହ ବିଭାଗୀୟ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇ ପରିବେଶ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରାଯାଉ। ଏହାଛଡା କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସ୍ଥାନରେ କେତୋଟି ଓ କେଉଁ ପ୍ରଜାତିର ବଡ ଓ ଛୋଟ ଗଛ ଥିଲା ସେ ସମ୍ପର୍କରେ ସୂଚନା ଫଳକରେ ଉଲ୍ଲେଖ କରାଯାଉ। ସେଥିମଧ୍ୟରୁ କେତୋଟି ଗଛ କଟାଯିବାର ଆବଶ୍ୟକତା ରହିଛି ଓ ଉକ୍ତ ଗଛଗୁଡିକୁ କାଟି ପରିବେଶ ପ୍ରତି କରାଯାଉଥିବା କ୍ଷତିକୁ ଭରଣା କରିବା ପାଇଁ କେତେ ଗଛ ଲଗାଯାଉଛି ସେ ଦିଗରେ ସବିଶେଷ ସୂଚନା ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।
ଏ ନେଇ ଗଡ ମଧୁପୁର ବନଖଣ୍ଡ ଅଞ୍ଚଳର ବନବିଭାଗ ଅଧିକାରୀ ସେକ୍‌ ଜାକିର ହୁସେନଙ୍କୁ ପଚାରିବାରୁ ସେ କୁହନ୍ତି, କେତେକ ଅଣ ଜଙ୍ଗଲି ଗଛ ଯଥା ଦେବଦାରୁ, ଆକାଶି, ଜନ୍ଦାଖାଇ, ଇୟୁକାଲପଟାସ, ଓଉ ଭଳି ଗଛ କାଟିବାକୁ ହେଲେ ବନବିଭାଗର ଅନୁମତି ଲୋଡା ନାହିଁ। ତାକୁ ବାଡିଆମାନେ କାଟି ପାରିବେ। ଅନ୍ୟ ଯେକୌଣସି ପରିବେଶ ଅନୁକୂଳ ଗଛକୁ କାଟିବାକୁ ହେଲେ ବିଭାଗ ପକ୍ଷରୁ ଅନୁମତି ନେବାକୁ ପଡିବ। ସରକାରୀ ଜମିରୁ ଗଛ କାଟିବାକୁ ହେଲେ ତହସିଲଦାରଙ୍କଠାରୁ ଅନୁମତି ଆଣିବାର ନିୟମ ରହିଛି। ପଞ୍ଚାୟତ ଜମିରେ ଥିବା ଦୁର୍ବଳ, ଶୁଖିଲା, ବିପଦସଙ୍କୁଳ ଗଛଗୁଡିକୁ କାଟିବାକୁ ହେଲେ ସରପଞ୍ଚମାନଙ୍କଠାରୁ ଅନୁମତି ନେଇ ଗଛକାଟି ନିଲାମ କରାଯାଇ ପାରିବ। ଏହାଛଡା ବ୍ୟକ୍ତିଗତ ଜମିରୁ ମୂଲ୍ୟବାନ ଗଛ କାଟିବାକୁ ହେଲେ ସେ ଦିଗରେ ଅନୁମତି ନେବାର ଆବଶ୍ୟକା ରହିଛି। ସେଭଳି ହେଉ ନ ଥିବା ଲକ୍ଷ୍ୟ କରାଯାଇଛି। ଯେଉଁ ସ୍ଥାନରୁ ବେଆଇନ ଭାବେ ଗଛକଟାକୁ ନେଇ ଅଭିଯୋଗ ଆସୁଛି ସେମାନେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri