‘ଇ-ମୁଦ୍ରା’ ପ୍ରଚଳନ କରିବ ଆର୍‌ବିଆଇ

ନୂଆଦିଲ୍ଲୀ,୮।୧୦: ଭାରତରେ ଖୁବ୍‌ଶୀଘ୍ର ଡିଜିଟାଲ କରେନ୍ସି ବା ଇ-ରୁପିର ଶୁଭାରମ୍ଭ (ବ୍ୟବହାର) ହେବାକୁ ଯାଉଛି। ଏ ନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପରିକି ଖୁବ୍‌ଶୀଘ୍ର ଭାରତରେ ଡିଜିଟାଲ ଟଙ୍କା ବା ଇ-ଟଙ୍କା ଉପରେ ଏକ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏହା ସହିତ ‘କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ ମୁଦ୍ରା’ ସମ୍ପର୍କରେ ମଧ୍ୟ ଏକ କନ୍‌ସେପ୍ଟ ନୋଟ୍‌ ଜାରି କରାଯାଇଛି। ଇ-ଟଙ୍କାର ବିଭିନ୍ନ ବୈଶିଷ୍ଟ୍ୟ ସମ୍ପର୍କରେ ସବୁ ବର୍ଗର ଲୋକଙ୍କୁ ଅବଗତ କରାଇବା ସହ ଉକ୍ତ ପାଇଲଟ ପ୍ରକଳ୍ପ ସମୟରେ ଲୋକମାନଙ୍କୁ ମଧ୍ୟ ସୂଚିତ କରାଯିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ଏପରିକି କାଗଜ ନୋଟ୍‌ ଓ ଅନ୍ୟ ପ୍ରକାର ମୁଦ୍ରା ପରି ଇ-ଟଙ୍କା ମଧ୍ୟ ଏକ ବୈକଳ୍ପିକ ମୁଦ୍ରା ହେବ ବୋଲି ଜଣାପଡ଼ିଛି। ସେହିଭଳି ଆର୍‌ବିଆଇ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ନିର୍ଦ୍ଦିଷ୍ଟ ଦିଗ ଉପରେ ଏହାର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏ ନେଇ ମଧ୍ୟ ଆର୍‌ବିଆଇ ପକ୍ଷରୁ କୁହାଯାଇଛି, ଧୀରେ ଧୀରେ ପାଇଲଟ ଲଞ୍ଚର ପରିସୀମା ବୃଦ୍ଧି ହେବା ସହ ସମୟ ସମୟରେ ମଧ୍ୟ ଆର୍‌ବିଆଇ ଇ-ରୁପିରେ ସ୍ବତନ୍ତ୍ର ଫିଚର ଓ ଲାଭ ବିଷୟରେ ମଧ୍ୟ ସୂଚନା ଦେବ। ସେହିପରି କନ୍‌ସେପ୍ଟ ନୋଟ୍‌ରେ ଇ-ରୁପିର ମୂଳ ପଏଣ୍ଟଗୁଡ଼ିକ ବିଷୟରେ ବି ଆଲୋଚନା କରାଯାଇଛି ଏବଂ ଟେକ୍ନୋଲୋଜି ଓ ଡିଜାଇନ ଚଏସ୍‌, ଡିଜିଟାଲ ରୁପିର ବ୍ୟବହାର ସମ୍ଭାବନା, ରୁପି ଜାରି କରିବାର ବ୍ୟବସ୍ଥା ଇତ୍ୟାଦି ବିଷୟରେ ଉଲ୍ଲେଖ ମଧ୍ୟ କରାଯାଇଛି। ଏହା ବ୍ୟାଙ୍କିଙ୍ଗ୍‌ ପ୍ରଣାଳୀ,ଆର୍ଥିକ ନୀତି, ଆର୍ଥିକ ସ୍ଥିରତା ଉପରେ ସିବିଡିସିର ପ୍ରାରମ୍ଭିକ ପ୍ରଭାବକୁ ଯାଞ୍ଚ କରିବା ସହ ଗୋପନୀୟତାରେ ଉପୁଜୁଥିବା ସମସ୍ୟାର ବିଶ୍ଳେଷଣ କରିବ। ସୂଚନା ଥାଉକି ଦେଶରେ ଡିଜିଟାଲ କରେନ୍ସି ପ୍ରଚଳନ ଆରମ୍ଭ ହେବ ବୋଲି ଗତବର୍ଷ ଆର୍‌ବିଆଇ ସୂଚନା ଦେଇଥିଲା। ହେଲେ ଆର୍‌ବିଆଇ ପୁଣି ଚଳିତ ବର୍ଷ ଫେବୃୟାରୀରେ ବି ଉକ୍ତ କଥା ଦୋହରାଇ କହିଥିଲା ୨୦୨୨-୨୩ ବେଳକୁ ଇ-ରୁପିର ଶୁଭାରମ୍ଭ କରାଯିବ। ଗତବର୍ଷ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜର ବଜେଟ ଅଭିଭାଷଣରେ କହିଥିଲେ, ଆର୍‌ବିଆଇ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ ବୋଲି ଯୋଜନା ରହିଛି। ଏପରିକି ବ୍ଲକ୍‌ଚେନ୍‌ ଓ ଅନ୍ୟ ପ୍ରକାର ଟେକ୍ନୋଲୋଜି ବ୍ୟବହାର କରି ଏହାର ବ୍ୟବହାର କରାଯିବ। ବିଶେଷକରି ଏହା ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ବେଶ୍‌ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri