‘ଇ-ମୁଦ୍ରା’ ପ୍ରଚଳନ କରିବ ଆର୍‌ବିଆଇ

ନୂଆଦିଲ୍ଲୀ,୮।୧୦: ଭାରତରେ ଖୁବ୍‌ଶୀଘ୍ର ଡିଜିଟାଲ କରେନ୍ସି ବା ଇ-ରୁପିର ଶୁଭାରମ୍ଭ (ବ୍ୟବହାର) ହେବାକୁ ଯାଉଛି। ଏ ନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପରିକି ଖୁବ୍‌ଶୀଘ୍ର ଭାରତରେ ଡିଜିଟାଲ ଟଙ୍କା ବା ଇ-ଟଙ୍କା ଉପରେ ଏକ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏହା ସହିତ ‘କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ ମୁଦ୍ରା’ ସମ୍ପର୍କରେ ମଧ୍ୟ ଏକ କନ୍‌ସେପ୍ଟ ନୋଟ୍‌ ଜାରି କରାଯାଇଛି। ଇ-ଟଙ୍କାର ବିଭିନ୍ନ ବୈଶିଷ୍ଟ୍ୟ ସମ୍ପର୍କରେ ସବୁ ବର୍ଗର ଲୋକଙ୍କୁ ଅବଗତ କରାଇବା ସହ ଉକ୍ତ ପାଇଲଟ ପ୍ରକଳ୍ପ ସମୟରେ ଲୋକମାନଙ୍କୁ ମଧ୍ୟ ସୂଚିତ କରାଯିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ଏପରିକି କାଗଜ ନୋଟ୍‌ ଓ ଅନ୍ୟ ପ୍ରକାର ମୁଦ୍ରା ପରି ଇ-ଟଙ୍କା ମଧ୍ୟ ଏକ ବୈକଳ୍ପିକ ମୁଦ୍ରା ହେବ ବୋଲି ଜଣାପଡ଼ିଛି। ସେହିଭଳି ଆର୍‌ବିଆଇ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ନିର୍ଦ୍ଦିଷ୍ଟ ଦିଗ ଉପରେ ଏହାର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏ ନେଇ ମଧ୍ୟ ଆର୍‌ବିଆଇ ପକ୍ଷରୁ କୁହାଯାଇଛି, ଧୀରେ ଧୀରେ ପାଇଲଟ ଲଞ୍ଚର ପରିସୀମା ବୃଦ୍ଧି ହେବା ସହ ସମୟ ସମୟରେ ମଧ୍ୟ ଆର୍‌ବିଆଇ ଇ-ରୁପିରେ ସ୍ବତନ୍ତ୍ର ଫିଚର ଓ ଲାଭ ବିଷୟରେ ମଧ୍ୟ ସୂଚନା ଦେବ। ସେହିପରି କନ୍‌ସେପ୍ଟ ନୋଟ୍‌ରେ ଇ-ରୁପିର ମୂଳ ପଏଣ୍ଟଗୁଡ଼ିକ ବିଷୟରେ ବି ଆଲୋଚନା କରାଯାଇଛି ଏବଂ ଟେକ୍ନୋଲୋଜି ଓ ଡିଜାଇନ ଚଏସ୍‌, ଡିଜିଟାଲ ରୁପିର ବ୍ୟବହାର ସମ୍ଭାବନା, ରୁପି ଜାରି କରିବାର ବ୍ୟବସ୍ଥା ଇତ୍ୟାଦି ବିଷୟରେ ଉଲ୍ଲେଖ ମଧ୍ୟ କରାଯାଇଛି। ଏହା ବ୍ୟାଙ୍କିଙ୍ଗ୍‌ ପ୍ରଣାଳୀ,ଆର୍ଥିକ ନୀତି, ଆର୍ଥିକ ସ୍ଥିରତା ଉପରେ ସିବିଡିସିର ପ୍ରାରମ୍ଭିକ ପ୍ରଭାବକୁ ଯାଞ୍ଚ କରିବା ସହ ଗୋପନୀୟତାରେ ଉପୁଜୁଥିବା ସମସ୍ୟାର ବିଶ୍ଳେଷଣ କରିବ। ସୂଚନା ଥାଉକି ଦେଶରେ ଡିଜିଟାଲ କରେନ୍ସି ପ୍ରଚଳନ ଆରମ୍ଭ ହେବ ବୋଲି ଗତବର୍ଷ ଆର୍‌ବିଆଇ ସୂଚନା ଦେଇଥିଲା। ହେଲେ ଆର୍‌ବିଆଇ ପୁଣି ଚଳିତ ବର୍ଷ ଫେବୃୟାରୀରେ ବି ଉକ୍ତ କଥା ଦୋହରାଇ କହିଥିଲା ୨୦୨୨-୨୩ ବେଳକୁ ଇ-ରୁପିର ଶୁଭାରମ୍ଭ କରାଯିବ। ଗତବର୍ଷ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜର ବଜେଟ ଅଭିଭାଷଣରେ କହିଥିଲେ, ଆର୍‌ବିଆଇ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ ବୋଲି ଯୋଜନା ରହିଛି। ଏପରିକି ବ୍ଲକ୍‌ଚେନ୍‌ ଓ ଅନ୍ୟ ପ୍ରକାର ଟେକ୍ନୋଲୋଜି ବ୍ୟବହାର କରି ଏହାର ବ୍ୟବହାର କରାଯିବ। ବିଶେଷକରି ଏହା ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ବେଶ୍‌ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri