ବନ୍ଦ ହୋଇଯିବ ଇଏମାଇ-ପେ ଲାଟର ଫିଚର୍ସ, ନିୟମ କଡାକଡି କଲା ଆରବିଆଇ

ନୂଆଦିଲ୍ଲୀ,୧୮।୧୧: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟକୁ ବ୍ୟବହାର କରିଥାନ୍ତି। ଏଥିସହ ଆପଣ ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନକୁ ମଧ୍ୟ ଖୁବ୍‌ ବ୍ୟବହାର କରିଥାନ୍ତି। ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନ ଦ୍ୱାରା ଆଇଫୋନ ୟୁଜର୍ସ ହୁଅନ୍ତୁ ଅବା ଆଣ୍ଡ୍ରଏଡ ୟୁଜର୍ସ ସମସ୍ତେ ଶପିଂ କରିବା ସମୟରେ ଖୁବ୍‌ ଫାଇଦା ଉଠାନ୍ତି। ଏହି ଦୁଇଟି ଅପ୍ସନ ଦ୍ୱାରା ଆଣ ଜିନିଷ କିଣିବା ପରେ କୌଣସି ବଡ ରକମକୁ ମାସିକିଆ ହିସାବରେ ପେମେଣ୍ଟ କରିଥାନ୍ତି।
ଏହାରି ଭିତରେ ସୂଚନା ମିଳିଛି କି, ଏହି ଦୁଇଟି ଫିଚର୍ସ ଖୁବ୍‌ ଶୀଘ୍ର ବନ୍ଦ ହୋଇଯାଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହିଭଳି ସ୍ମଲ ପର୍ସନାଲ ଲୋନ ଓ କ୍ରେଡିଟ କାର୍ଡ ବ୍ୟବହାରକୁ ନେଇ କିଛି ବଡ ପଦକ୍ଷେପ ନେବାକୁ ଯାଉଛି। ଏଥିସହ ଏହାକୁ ନେଇ ଜଡିତ ବ୍ୟାଙ୍କର କିଛି ନିୟମ କଡାକଡି ହେବାକୁ ଯାଉଛି।
ଆରବିଆଇ ସବୁ ବ୍ୟାଙ୍କକୁ ଏପରି ଫିର୍ଚସ ବ୍ୟବସାୟ ପାଇଁ ବିପଦ ବୋଲି ସତର୍କ କରାଇଛି। ଏହି ଛୋଟ ଛୋଟ ଲୋନ ଫିଚର୍ସ ଏନପିଏରେ ପରିବର୍ତ୍ତନ ନ ହେଉ ଏଥିପାଇଁ ଆରବିଆଇ ଏହାର ରିକ୍ସ ମ୍ୟାନେଜମେଣ୍ଟକୁ କଡାକଡି କରିଛି। ଏପରି ଲୋନକୁ ନେଇ ବଢୁଥିବା ବିପଦ ଉପରେ ପୂର୍ବାପେକ୍ଷା ଅଧିକ ଟଙ୍କାକୁ ବାଲାନ୍ସସିଟରେ ରଖିବାକୁ ସବୁ ବ୍ୟାଙ୍କକୁ ଆରବିଆଇ ନିର୍ଦ୍ଦେଶ ଦେଇଛି। ଏନପିଏ ପାଇଁ ଯେପରି ବାଲାନ୍ସସିଟ୍‌ ବ୍ୟବହାର କରୁଥିଲା ଏବେ ଇଏମାଇ ଓ ପେ ଲେଟର ପାଇଁ ଏପରି ନିୟମ ବ୍ୟାଙ୍କକୁ ଆପଣାଇବାକୁ ପଡିବ।

ଏପରି ଫିଚର୍ସ ଦେଶର ଆର୍ଥିକ ବ୍ୟବସ୍ଥାରେ ବିପଦ ବଢାଇପାରେ ବୋଲି ଆରବିଆଇ ଆଶଙ୍କା କରୁଛ କାରଣ ଏହି ସମସ୍ତ ଋଣ ଅସୁରକ୍ଷିତ ଅଟେ। ଏହି ଫଚର୍ସ ଦ୍ୱାରା ଲୋକମାନେ ଏହି ଋଣ ବଦଳରେ କୌଣସି ସମ୍ପତ୍ତି ବନ୍ଧା ପକାନ୍ତି ନାହିଁ। ଦେଶରେ ଅସୁରକ୍ଷିତ ଋଣ ଗ୍ରହଣର ଅଭିବୃଦ୍ଧି ୨୩ ପ୍ରତିଶତ ହୋଇଥିବାବେଳେ ଦେଶରେ କ୍ରେଡିଟ ଗ୍ରହଣର ସାଧାରଣ ଅଭିବୃଦ୍ଧି ମାତ୍ର ୧୨ ରୁ ୧୪ପ୍ରତିଶତ ଅଟେ।

କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କ୍ଷେତ୍ର ଉପରେ ସିଧାସଳଖ ପ୍ରଭାବ ପକାଇବ। ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀଗୁଡିକ ପାଇଁ ଏହିପରି ଋଣ ମହଙ୍ଗା ହେବ, ଯେଉଁ କାରଣରୁ ସେମାନେ ଏହି ଋଣକୁ ଅତି ସହଜରେ ଦେବାକୁ ଏଡ଼ାଇବାକୁ ଚେଷ୍ଟା କରିବେ। ଏପରି ସମ୍ଭବ ଯେ ସେମାନେ କ୍ରେଡିଟ କାର୍ଡ କିମ୍ବା ଅନ୍ୟାନ୍ୟ ପ୍ରକାରର EMI ଦ୍ୱାରା ଗ୍ରାହକଙ୍କଠାରୁ ଅଧିକ ସୁଧ ଆଦାୟ କରିବା ଆରମ୍ଭ କରିପାରନ୍ତ। ତଥାପି, ଆରବିଆଇର ଏହି ନିୟମ ଗୃହ, ଶିକ୍ଷା, ଯାନବାହନ ଏବଂ ସୁନା ଋଣ ଇତ୍ୟାଦି ପାଇଁ ଲାଗୁ ହେବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri