ରେପୋ ରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ସୁଧହାର ପୂର୍ବଭଳି ଅପରିବର୍ତିତ ରହିଛି। ରେପୋ ରେଟ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ ୩ .୩୫ ପ୍ରତିଶତ ରହିଛି। ଅଭିବୃଦ୍ଧିର ପୁନରୁଦ୍ଧାର ସହିତ ତାହାକୁ ବଜାୟ ରଖାଯିବା ଏବଂ କୋଭିଡ-୧୯ ଜନିତ ପରିସ୍ଥିତିର ମୁକାବିଲା କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ଅର୍ଥନୀତି ପୁଣି ପୂର୍ବ ଅବସ୍ଥାକୁ ଫେରୁଥିବା ନେଇ ଯଥେଷ୍ଟ ସୂଚନା ମିଳିଛି ଏବଂ ଆଗାମୀ ପାର୍ବଣ ଋତୁ ଏ ଦିଗରେ ସହାୟକ ହେବ । ଗତ ଏମପିସି ବୈଠକ ତୁଳନାରେ ଭାରତ ସଂପ୍ରତି ଖୁବ ଭଲ ସ୍ଥିତିରେ ରହିଛି । ଅଭିବୃଦ୍ଧି କାରକଗୁଡିକ ମଜଭୁତ ହେବାରେ ଲାଗିଛି ଏବଂ ମୁଦ୍ରାସ୍ଫୀତି ଧାରା ଆଶା କରାଯାଉଥିବା ସ୍ତରଠାରୁ ଅଧିକ ଭଲ ରହିଛି ବୋଲି ଗଭର୍ଣ୍ଣର କରିଛନ୍ତି।

Share